କିଣିବେ କି ଅର୍ଚ୍ଚନା ନାଗଙ୍କ ଗାଡି? ଖୁବଶୀଘ୍ର ହେବ ନିଲାମ !
Advertisement

କିଣିବେ କି ଅର୍ଚ୍ଚନା ନାଗଙ୍କ ଗାଡି? ଖୁବଶୀଘ୍ର ହେବ ନିଲାମ !

ଅର୍ଚ୍ଚନା ନାଗଙ୍କର ୨ଟି ବିଳାଶପୂର୍ଣ୍ଣ ଗାଡି ଖୁବ ଶୀଘ୍ର ନିଲାମ ହେବାକୁ ଯାଉଛି । ଏଥି ନିମନ୍ତେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି । ୨ଟି ଗାଡି ମଧ୍ୟରେ ରହିଛି ଥାର୍ ଏବଂ ଫୋର୍ଡ ଏଣ୍ଡେଭର । ଉଭୟ ଗାଡିକୁ ୫୬ ଲକ୍ଷ ଟଙ୍କାରେ କିଣାଯାଇଥିବା ବୋଲି ସୂଚନା ମିଳିଛି ।

କିଣିବେ କି ଅର୍ଚ୍ଚନା ନାଗଙ୍କ ଗାଡି? ଖୁବଶୀଘ୍ର ହେବ ନିଲାମ !

ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କର ୨ଟି ବିଳାଶପୂର୍ଣ୍ଣ ଗାଡି ଖୁବ ଶୀଘ୍ର ନିଲାମ ହେବାକୁ ଯାଉଛି । ଏଥି ନିମନ୍ତେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି । ୨ଟି ଗାଡି ମଧ୍ୟରେ ରହିଛି ଥାର୍ ଏବଂ ଫୋର୍ଡ ଏଣ୍ଡେଭର । ଉଭୟ ଗାଡିକୁ ୫୬ ଲକ୍ଷ ଟଙ୍କାରେ କିଣାଯାଇଥିବା ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ହନିଟ୍ରାପ ମାମଲାରେ ଛନ୍ଦି ହେବା ପରେ ଅର୍ଚ୍ଚନା ନାଗଙ୍କ ପାଇଁ ଅଡୁଆ ବଢିଥିଲା । ଅର୍ଚ୍ଚନାଙ୍କ ଆଲିଶାନ୍ ବଙ୍ଗଳାରେ ରେଡ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେବଳ ସେତିକି ନୁହେଁ, ମନି ଲଣ୍ଡରିଂ ମାମଲାରେ ୨ଟି ଗାଡିକୁ ମଧ୍ୟ ଜବତ କରିଥିଲା ଇଡି । କିନ୍ତୁ ହଠାତ୍ ୨ଟି ଗାଡିରୁ ଗୋଟିଏ ଗାଡି ଉଭାନ ହେବା ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପରବର୍ତ୍ତୀ ସମୟରେ ମଞ୍ଚେଶ୍ୱର ଅଞ୍ଚଳୁ ଗାଡିଟି ଉଦ୍ଧାର କରାଯାଇଥିଲା । ତେବେ ସୂଚନା ମୁତାବକ, ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ଦୁଇଟି ଗାଡି ନିଲାମ ହେବ ବୋଲି ଆବେଦନ କରାଯାଇଛି । ପରବର୍ତ୍ତୀ ସମୟରେ ଘର ମଧ୍ୟ ନିଲାମ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଇଡିର ଆବେଦନକୁ ଚ୍ୟାଲେଞ୍ଜ୍ କରି କୋର୍ଟକୁ ଅର୍ଚ୍ଚନା ଯାଇପାରନ୍ତି ବୋଲି କୁହାଯାଉଛି । କିନ୍ତୁ ଏନେଇ ଅର୍ଚ୍ଚନା ନିଜେ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି । 

Also Read- Electricity Bill: ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଖସିଲା ବିଜୁଳି ଦର

Also Read- ୪ ଯୁବତୀଙ୍କ ସହ ପ୍ରତାରଣା ଅଭିଯୋଗରେ ଗିରଫ ହେଲେ ଯନ୍ତ୍ରୀ