Odisha News Live Updates: ଉତ୍ତର ଉପକୂଳ ଓଡିଶାରେ ବଜ୍ରପାତ ନେଇ ସତର୍କତା ପଢ଼ନ୍ତୁ ଆଜିର କିଛି ପ୍ରମୁଖ ଖବର
Advertisement

Odisha News Live Updates: ଉତ୍ତର ଉପକୂଳ ଓଡିଶାରେ ବଜ୍ରପାତ ନେଇ ସତର୍କତା ପଢ଼ନ୍ତୁ ଆଜିର କିଛି ପ୍ରମୁଖ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

  • ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

Trending Photos

Odisha News Live Updates: ଉତ୍ତର ଉପକୂଳ ଓଡିଶାରେ ବଜ୍ରପାତ ନେଇ ସତର୍କତା ପଢ଼ନ୍ତୁ ଆଜିର କିଛି ପ୍ରମୁଖ ଖବର
LIVE Blog

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

29 March 2024
22:54 PM

RCB vs KKR IPL 2024: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଇପିଏଲ୍ ୨୦୨୪ ର ଦଶମ ମ୍ୟାଚ୍ ଶୁକ୍ରବାର ଦିନ ବେଙ୍ଗାଲୁରୁରେ ଖେଳାଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁୁରୁ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା। ୧୮୩ ରନ୍ ଲକ୍ଷ୍ୟ ହାସଲ କରିବା ନେଇ କୋଲକାତା ନାଇଟ୍ ରାଇଡର୍ସ କୌଣସି ସମସ୍ୟାର ସମ୍ମୁଖୀନ ହୋଇନଥିଲେ। ଶ୍ରେୟସ୍ ଆୟରଙ୍କ ଅଧିନାୟକତ୍ୱରେ କେକେଆର୍ ଦଳ ମାତ୍ର ୧୬.୫ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚକୁ ଜିତି ନେଇଥିଲା।

22:36 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

ପଢନ୍ତୁ ପୁରା ଖବର

 

21:53 PM

Indian Bullet Train: ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ବୁଲେଟ୍ ଟ୍ରେନ୍ ବିଷୟରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଦେଶର ପ୍ରଥମ ବାଲାଷ୍ଟ-କମ୍ ଟ୍ରାକ ସିଷ୍ଟମ ପ୍ରସ୍ତୁତ କରାଯାଉଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକଳ୍ପ ସମ୍ପର୍କରେ ଏକ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି। ଏହାର ଅଗ୍ରଗତି ବିଷୟରେ ସେ ସୂଚନା ମଧ୍ୟ ଦେଇଛନ୍ତି। ବୈଷ୍ଣବ କହିଛନ୍ତି ଯେ ୨୯୫ କିଲୋମିଟର ପିୟର୍ ଓ ୧୫୩ କିଲୋମିଟର ଭିଆଡକ୍ଟ କାର୍ଯ୍ୟ ସମାପ୍ତ ହୋଇସାରିଛି। ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀ ୩.୦ ରେ ଆହୁରି ଅନେକ କିଛି ଆସିବାକୁ ଯାଉଛି।

21:08 PM

Congress On Income Tax: ଆୟକର ବିଭାଗ ଟ୍ୟାକ୍ସ ରିଟର୍ଣ୍ଣରେ ଅସଙ୍ଗତି ପାଇଁ ୧୮୨୩ କୋଟି ଟଙ୍କା ଦେବାକୁ କଂଗ୍ରେସକୁ ନୋଟିସ ଜାରି କରିଛି। ଏହାପରେ କଂଗ୍ରେସ ନେତାମାନେ ଆଇଟି ବିଭାଗ ଉପରେ ଅତ୍ୟଧିକ କ୍ରୋଧିତ ଥିବା ନଜର ଆସିଛନ୍ତି। ମୁଖ୍ୟ ବିରୋଧୀ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଦେଇଥିବା ବୟାନର ଏକ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି। ଏହା ସହିତ ସେ ପୋଷ୍ଟ କରିଛନ୍ତି, 'ଯେତେବେଳେ ସରକାର ବଦଳିବ, ଗଣତନ୍ତ୍ରକୁ ନଷ୍ଟ କରୁଥିବା ଲୋକଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଯେ ଏସବୁ କରିବାକୁ ଆଉ କେବେ ସାହସ କରିବେ ନାହିଁ। ଏହା ମୋର ଗ୍ୟାରେଣ୍ଟି।'

21:06 PM

 

ଶଙ୍ଖଭବନରେ ବିଜୁ ଜନତା ଦଳରେ ସାମିଲ ହେଲେ ବିଜେପି କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି
ଶୁକ୍ରବାର (ମାର୍ଚ୍ଚ ୨୯) ଢେଙ୍କାନାଳ-ଅନୁଗୁଳ ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ଶଙ୍ଖଭବନ ଠାରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ ଢେଙ୍କାନାଳ ସଦର ବିଧାୟକ ସୁଧିର ସାମଲ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ସୁଲାତା ଦେଓ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ଢେଙ୍କାନାଳ ଆସନରୁ ପ୍ରାର୍ଥୀ ହୋଇଥିବା ଅବିନାଶ ସାମଲ ଉପସ୍ଥିତ ରହିଥିଲେ। ବିଜେଡି ହାତ ଧରିଥିବାଶତାଧିକ ବିଜେପି କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ବିଧାୟକ ସାମଲ, ସାଂସଦ ପାତ୍ର, ଶ୍ରୀମତୀ ଦେଓୱ ଏବଂ ଦଳୀୟ ପ୍ରାର୍ଥୀ ଅବିନାଶ ସାମଲ ଉପଢୌକନ ଦେଇ ସ୍ୱାଗତ କରିଥିଲେ। ଶୁକ୍ରବାର ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ଢେଙ୍କାନାଳ ଲୋକସଭା ଆସନରେ ଦଳୀୟ ସଙ୍ଗଠନ ଆହୁରି ମଜଭୂତ ହେବ ବୋଲି ସେମାନେ କହିଥିଲେ। 

ପଢନ୍ତୁ ପୁରା ଖବର

20:26 PM

'ନିର୍ବାଚନ ଜିତିବା ପାଇଁ କ୍ଷମତାର ଅପବ୍ୟବହାର କରୁଛି ବିଜେଡ଼ି'
ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥିବା ବିଜୁ ଜନତା ଦଳ ସରକାର ନିର୍ବାଚନ ଜିତିବା ପାଇଁ କ୍ଷମତା ଅପବ୍ୟବହାର କରୁଛି। ବିଡିଓ, ପୋଲିସ ଅଫିସର ତଥା ବଡ଼ ବଡ଼ ପୋଲିସ ଅଧିକାରୀଙ୍କୁ ବିଜେଡ଼ି ନିଜର ଦଳୀୟ କାର୍ଯ୍ୟରେ ଲଗାଉଛି। ନିର୍ବାଚନ ଆସିଲେ ପ୍ରଶାସନ ଅଧିକାରୀ ବିଜେଡି କର୍ମୀ ଭଳି କାର୍ଯ୍ୟ କରନ୍ତି। ନିର୍ବାଚନ ସରିଲେ ସେମାନଙ୍କୁ ଅନ୍ୟ ଜାଗାକୁ ବଦଳି କରାଯାଏ। ଏହି ଘଟଣା କିଛି ନୂଆ ନୁହଁ। ବରଂ ଦୀର୍ଘ ବର୍ଷ ଧରି ଶାସନରେ ଥିବା ଶାସକ ବିଜେଡି ଏଭଳି ହୀନକାର୍ଯ୍ୟ କରୁଛି। ସାଧାରଣ ନିର୍ବାଚନକୁ ଅବାଧ, ମୁକ୍ତ, ଭୟମୁକ୍ତ ଏବଂ ନିରପେକ୍ଷ କରିବା ନିତ୍ୟାନ୍ତ ଆବଶ୍ୟକ।

ପଢନ୍ତୁ ପୁରା ଖବର

 

 

20:06 PM

ଭଉଣୀ ବିବାର ପୂର୍ବରୁ ବନ୍ଦ ହୋଇଗଲା ଆକାଉଣ୍ଟ; ଭୋ ଭୋ ହୋଇ କାନ୍ଦି ପକାଇଲେ ଡେଲିଭରି ଭୟ
ଖାଦ୍ୟ ବିତରଣ କାମ ସହଜ ନୁହେଁ। ଅନ ଲାଇନ ଫୁଡ ଡେଲିଭରି କମ୍ପାନୀ ପକ୍ଷରୁ ଖାଦ୍ୟ ବିତରଣ କରୁଥିବା କର୍ମଚାରୀଙ୍କୁ ବିଭିନ୍ନ ସମୟରେ ଅନେକ ଅସୁବିଧାର ସାମ୍ନା କରିବାକୁ ହୋଇଥାଏ। ସଦ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ନିକଟରେ ସୋହମ୍ ଭଟ୍ଟାଚାର୍ଯ୍ୟ ନାମ ଜଣେ ସୋସିଆଲ ମିଡିଆ ୟୁଜର ଜଣେ ଜୋମାଟୋ କର୍ମଚାରୀଙ୍କୁ ଭେଟିଥିଲେ। ସୋସିଆଲ ମିଡିଆ ୟୁଜର ଜଣଙ୍କ କହିଛନ୍ତି ଯେ ତାଙ୍କ ଭଉଣୀ ବିବାହ ପୂର୍ବରୁ କମ୍ପାନୀ ସେହି ଖାଦ୍ୟ ବିତରଣ କରୁଥିବା କର୍ମଚାରୀଙ୍କ ଜୋମାଟୋ ଆକାଉଣ୍ଟ ବନ୍ଦ କରିଦେଇଥିଲା।

ପଢନ୍ତୁ ପୁରା ଖବର

18:25 PM

ନିର୍ବାଚନ ବେଳେ ଜଣେ ବ୍ୟକ୍ତି ନଗଦ କେତେ ଟଙ୍କା ନେଇ ଯାତ୍ରା କରିପାରିବେ? ଜାଣନ୍ତୁ କ'ଣ ରହିଛି ନିୟମ
କିଛି ଦିନ ପୂର୍ବେ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ପୋଲିସ କିଛି ପର୍ଯ୍ୟଟକଙ୍କ ଠାରୁ ୬୯,୪୦୦ ଟଙ୍କା ଜବତ କରିଥିଲା। ଏହି ଭିଡିଓ ତାମିଲନାଡୁର ଥିଲା। ଅନୁସନ୍ଧାନ ପରେ ପୋଲିସ ଜବତ କରିଥିବା ଟଙ୍କା ଫେରାଇ ଦେଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାତ୍ରା କରିବା ଉପରେ ନିର୍ବାଚନ ଆୟୋଗ ପକ୍ଷରୁ ଲାଗୁ ହୋଇଥିବା ନିୟମ ସମ୍ପର୍କରେ ଆଲୋଚନା ହେଉଛି। କୌଣସି ନିର୍ବାଚନ ବେଳେ ରାଜନୈତିକ ଦଳ ସହ ଜଡି଼ତ କୌଣସି ନେତା, କର୍ମୀ କିମ୍ବା ବ୍ୟକ୍ତି କେତେ ପରିମାଣର ନଗଦ ଟଙ୍କା ନେଇ ଯାତ୍ରା କରିପାରିବେ? ନିର୍ବାଚନରେ ଧାର୍ଯ୍ୟ ସୀମା ଠାରୁ କିପରି ଅଧିକ  ​​ଅର୍ଥ ବ୍ୟୟ କରାଯିବ ନାହିଁ ସେ ନେଇ ନିର୍ବାଚନ ଆୟୋଗ କେଉଁ ପଦକ୍ଷେପ ନେଇଥାନ୍ତି?

ପଢନ୍ତୁ ପୁରା ଖବର

 

 

18:20 PM

ଏହି ସରକାରୀ ଯୋଜନାରେ କରନ୍ତୁ ନିବେଶ, ପ୍ରତି ମାସରେ ପାଇବେ ୧୦ ହଜାର ଟଙ୍କା
Odisha News Live Updates:
ଆମେ ଆପଣଙ୍କୁ ଏପରି ଏକ ସରକାରୀ ଯୋଜନା ବିଷୟରେ କହୁଛୁ, ଯେଉଁଥିରେ ନିବେଶ କରି ଆପଣ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ନିଶ୍ଚିତ ଆୟ ପାଇପାରିବେ। ଆପଣଙ୍କର ବୃଦ୍ଧାବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ଆପଣ ଭାରତ ସରକାରଙ୍କ ଏକ ଚମତ୍କାର ପେନସନ୍ ଯୋଜନାରେ ନିବେଶ କରିପାରିବେ। ଏହାର ନାମ ଅଟଳ ପେନସନ୍ ଯୋଜନା। ପଢନ୍ତୁ ପୂରା ରିପୋର୍ଟ...

18:00 PM

ଉତ୍ତର ଉପକୂଳ ଓଡିଶାରେ ବଜ୍ରପାତ ନେଇ ସତର୍କତା
Odisha News Live Updates:
ଦିନ ସହ ବଢୁଛି ରାତିର ତାପମାତ୍ରା। ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ପାରଦ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର। ଉପକୂଳ ଓଡିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ରେ ସନ୍ତୁଳିହେବେ ଲୋକେ। ଦିନ ୧୦ ଟାରୁ ଅପରାହ୍ନ ୩ ଟା ପିକ୍ ଆଓ୍ବାର ଘୋଷଣା କରାଯାଇଛି। ବୟସ୍କ ଏବଂ ଶିଶୁଙ୍କୁ ସିଧାସଳଖ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦିଆଯାଇଛି। ଆଭ୍ୟନ୍ତରୀଣ ଓଡିଶାରେ ୪୦ ଡିଗ୍ରୀ ଅତିକ୍ରମ କରିବ ତାପମାତ୍ରା। ଉପକୂଳ ଓଡିଶାରେ ୩୯ ଡିଗ୍ରୀ ସହ ୬୦ ପ୍ରତିଶତ ରହିବ ଆଦ୍ରତା । ଆସନ୍ତା କାଲି ଉତ୍ତର ଉପକୂଳ ଓଡିଶାରେ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି। କାଲି ଉତ୍ତର ଉପକୂଳ ଓଡିଶାରେ ବଜ୍ରପାତ ନେଇ ସତର୍କତା ଜାରି ହୋଇଛି।

17:43 PM

କଂଗ୍ରେସକୁ ୧୮୨୩ କୋଟିର ଆୟକର ନୋଟିସ୍‌
Odisha News Live Updates:
ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଘାରିଛି ପାଣ୍ଠି ଚିନ୍ତା। ଟିକସ ନ ଦେବା ଅଭିଯୋଗରେ କଂଗ୍ରେସର ଆକାଉଣ୍ଟକୁ ଆୟକର ବିଭାଗ ଫ୍ରିଜ୍‌ କରିଛି। ଏବେ ପୁଣିଥରେ ଆୟକର ବିଭାଗ ଦଳକୁ ୧୮୨୩ କୋଟି ଟଙ୍କାର ନୋଟିସ କରିଛି। ଆୟକର ବିଭାଗର ଟିକସ ପୁନଃଆକଳନ ପ୍ରକ୍ରିୟା ଉପରେ ରୋକ ଲଗାଇବା ପାଇଁ ଦଳ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା। ସେଠାରୁ ନିରାଶ ହେବା ପରେ ଆଜି ଦଳ ପାଖକୁ ପୁଣି ଗୋଟିଏ ନୋଟିସ ଆସିଛି।

17:30 PM

ପ୍ରଚାର ମଇଦାନରେ କଙ୍ଗନା

Odisha News Live Updates: ଦେଶରେ ଲୋକସଭା ନିର୍ବାଚନର ବିଗୁଲ ବାଜି ସାରିଛି । ବିଜେପି, କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତୀକ ଦଳ ଏବେ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ । ବାଜି ହାତେଇବାକୁ ଚାଲିଛି ଜୋରଦାର ଲଢେଇ । ସେପଟେ ନେତାମାନେ ସେମାନଙ୍କର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଗୋଟିଏ ଦଳରୁ ଅନ୍ୟ ଦଳକୁ ଯିବାରେ ଲାଗିଛନ୍ତି । ସମସ୍ତ ରାଜନୈତୀକ ଦଳମାନେ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଥିବାବେଳେ ପ୍ରାର୍ଥୀମାନେ ନିଜ ଅଞ୍ଚଳରେ ରାଲି ଏବଂ ସଭା ମାଧ୍ୟମରେ ସେମାନଙ୍କ ସପକ୍ଷରେ ଭୋଟ୍ ଦେବାକୁ ନିବେଦନ କରୁଛନ୍ତି। ଏହି ସମୟରେ ହିମାଚଳ ପ୍ରଦେଶର ମାଣ୍ଡି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। 

17:11 PM

୧୬୫ ଫୁଟ ତଳକୁ ଖସି ପଡ଼ିଲା ବସ୍; ୪୫ ମୃତ
ଦକ୍ଷିଣ ଆଫ୍ରିକାରେ ଘଟିଯାଇଛି ଏକ ବଡ଼ ସଡ଼କ ଦୁର୍ଘଟଣା। ଏଠାରେ ଏକ ବସ୍ ବ୍ରିଜ୍ ତଳୁ ପ୍ରାୟ ୫୦ ମିଟର (୧୬୫ ଫୁଟ) ଗର୍ତ୍ତକୁ ଖସି ପଡି଼ଥିଲା। ଏହି ବସ୍‌ ଯୋଗେ ଯାତ୍ରା କରୁଥିବା ୪୫ ଜଣ ଲୋକଙ୍କ ମୃତ୍ୟୁ ହୋଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦୁର୍ଘଟଣାରେ କେବଳ ଜଣେ ୮ ବର୍ଷର ବାଳିକା ବର୍ତ୍ତି ଯାଇଛି। ବ୍ରିଟିଶ ଗଣମାଧ୍ୟମ ବିବିସି ରିପୋର୍ଟ ଅନୁଯାୟୀ ବସ୍ ଦୁର୍ଘଟଣାରେ ଆହତ ହୋଇଥିବା ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ପଢନ୍ତୁ ପୁରା ଖବର

 

16:45 PM

ଏତିକି ବେଳୁ ଜଳିଲାଣି ପୁରା ଓଡିଶା

Odisha News Live Updates: ଏବେଠୁ ଜଳିଲାଣି ପୁରା ଓଡିଶା । ଆଗକୁ କେତେ? ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରର ପାରଦ ୩୬ ଡିଗ୍ରୀ ଟପିଛି । ଯାହା ସ୍ବାଭାବିକରୁ ଅଧିକ । ତେଣୁ ରାଜ୍ୟରେ ଏବେଠାରୁ ଯେଉଁଭଳି ଗ୍ରୀଷ୍ମ ଅନୁଭୂତ ହେଲାଣି ହୁଏତ ଏହା ପୂର୍ବବର୍ଷ ଗୁଡିକର ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଛୁଇଁବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ ।

16:15 PM

ଶ୍ରୀଜୀଉଙ୍କୁ ଦର୍ଶନ କଲେ ଅଂଶୁମାନ ମହାନ୍ତି

Odisha News Live Updates: ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଆଜି ଅପରାହ୍‌ଣରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଜିତିବା ନେଇ ଶକ୍ତି ଓ ସାମର୍ଥ୍ୟ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଶ୍ରୀଜିଉଙ୍କୁ ଦର୍ଶନ ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‌ମୋତେ ଟିକେଟ ପ୍ରଦାନ କରିଛନ୍ତି। କେନ୍ଦ୍ରାପଡାବାସୀଙ୍କର ସେବା କରିବି। ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ ସହ ଜନକଲ୍ୟାଣ କାର୍ଯ୍ୟକୁ ଆଧାର କରି ବିଜୟ ହେବା ନେଇ ଆଶାବାଦୀ ଅଛି।

16:00 PM

ଲିଙ୍କରେ କ୍ଲିକ କରି ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର..

15:30 PM

ସିରିଆର ଆଲେପ୍ପୋ ସହରରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍, ୩୮ ମୃତ
Odisha News Live Updates: 
ଇସ୍ରାଏଲ ସେନା ସିରିଆରେ ଭୟଙ୍କର ଏୟାର ଷ୍ଟ୍ରାଇକ୍ କରିଛି। ଶୁକ୍ରବାର ସକାଳେ ଉତ୍ତର ସିରିଆର ଆଲେପ୍ପୋ ସହର ନିକଟରେ ହୋଇଥିବା ଇସ୍ରାଏଲର ଏହି ଏୟାର ଷ୍ଟ୍ରାଇକ୍ ରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି  ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ହିଜବୁଲ୍ଲା ଆତଙ୍କବାଦୀ ଅଛନ୍ତି। ଏଥିସହିତ ଅନେକ କ୍ଷୟକ୍ଷତି ହୋଇଛି। ଆଲେପ୍ପୋ ଓ ଏହାର ଉପାନ୍ତ ଅଞ୍ଚଳରେ ଥିବା ବେସାମରିକ ଟାର୍ଗେଟ ଉପରେ ଇସ୍ରାଏଲର ଆକ୍ରମଣ ଏବଂ ସିରିଆ ବିଦ୍ରୋହୀ ଗୋଷ୍ଠୀଙ୍କ ଡ୍ରୋନ୍ ଆକ୍ରମଣ ହୋଇଛି ବୋଲି ସିରିଆର ସରକାରୀ ଗଣମାଧ୍ୟମ ଜଣେ ଅଜ୍ଞାତ ସାମରିକ ଅଧିକାରୀଙ୍କ ବୟାନକୁ ଭିତ୍ତି କରି କହିଛି।

15:00 PM

କଂଗ୍ରେସକୁ ନୋଟିସ ଦେଇ ୧୮୨୩ କୋଟି ଟଙ୍କା ମାଗିଲା IT, ପାର୍ଟି ଦେଲା ଏହି ପ୍ରତିକ୍ରିୟା

Odisha News Live Updates: ଲୋକସଭା ନିର୍ବାଚନ ପୂର୍ବରୁ ଆୟକର ବିଭାଗ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଦେଇଛି। ଟ୍ୟାକ୍ସ ରିଟର୍ଣ୍ଣରେ ଅସଙ୍ଗତି ଅଭିଯୋଗରେ ଆଇଟି ବିଭାଗ ପାର୍ଟିକୁ ୧୮୨୩.୦୮ କୋଟି ଟଙ୍କା ଦେବାକୁ ଏକ ନୂଆ ନୋଟିସ୍ ଜାରି କରିଛି। କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ଦାବି କରିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ 'କର ଆତଙ୍କବାଦ' (Tax Terrorism) ମାଧ୍ୟମରେ ଟାର୍ଗେଟ୍ କରାଯାଉଛି। ପଢନ୍ତୁ ପୂରା ରିପୋର୍ଟ...

14:47 PM

କେଜରିୱାଲଙ୍କ ଗିରଫ ନେଇ ପ୍ରଶ୍ନ ଉଠାଇଲେ ଜାତିସଂଘ
Odisha News Live Updates:
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କ ଗିରଫ ନେଇ ପ୍ରଶ୍ନ ଉଠାଇଲେ ଜାତିସଂଘ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ଇଡିର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ରିମାଣ୍ଡ ଆଉ ୪ ଦିନ ବଢିଲା। ଆସନ୍ତା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ୭ ଦିନିଆ ରିମାଣ୍ଡ ଦାବି କରିଥିଲା ଇଡି। ଇଡିର ଦାବିକୁ ନେଇ ୪ ଦିନ ରିମାଣ୍ଡ ପ୍ରଦାନ କରିଛନ୍ତି ଦିଲ୍ଲୀର ରାଉଜ ଏଭେନ୍ଯୁ କୋର୍ଟ। ଆଜି କେଜରିୱାଲଙ୍କ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସରିଥିବାରୁ ତାଙ୍କୁ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। 

14:33 PM

ଗୀର୍ଜାରେ ପ୍ରାର୍ଥନା ପରେ ନିର୍ବାଚନ ପ୍ରଚାର ଆରମ୍ଭ କଲେ ବିଜେଡି ପ୍ରାର୍ଥୀ ଦିଲୀପ ତିର୍କୀ
Odisha News Live Updates:
ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେଡିର ଟିକେଟ ପାଇବା ପରେ ଗୀର୍ଜାରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ସୁନ୍ଦରଗଡ଼ରେ ଆସି ପହଞ୍ଚିିଛନ୍ତି ଦିଲୀପ। ଆଜି ପବିତ୍ର ଗୁଡଫ୍ରାଇଡେ ହୋଇଥିବାରୁ ସୁନ୍ଦରଗଡ଼ ମିସନ ରୋଡରେ ଥିବା ଗୀର୍ଜାରେ ସେ ପ୍ରଭୁ ଯୀଶୁଙ୍କ ପାଖରେ ପ୍ରାର୍ଥନା କରିବା ପରେ ପ୍ରଚାର ଆରମ୍ଭ କରିଛନ୍ତି । ସୁନ୍ଦରଗଡ଼ବାସୀଙ୍କ ଭରସା ଓ ଆଶୀର୍ବାଦ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି। ସବୁବେଳେ ସୁନ୍ଦରଗଡ଼ବାସୀଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ତାଙ୍କ ଉପରେ ରହିଆସିଛି। ଆଗକୁ ସେମାନଙ୍କର ଏହି ଆଶୀର୍ବାଦ ମଧ୍ୟ ତାଙ୍କୁ ବିଜୟୀ କରିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

14:20 PM

Mukhtar Ansari Case: ସାଙ୍ଘାତିକ ଅଭିଯୋଗ ଆଣିଲେ ମୁଖତାରଙ୍କ ପୁଅ- ବାପାଙ୍କୁ ଦିଆଯାଇଛି ସ୍ଲୋ ପଏଜନ

ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଓମାର ବୟାନ ଦେଇ କହିଛନ୍ତି ଯେ, ଆମେ ମଧ୍ୟ ମଣିଷ । ବାପାଙ୍କ ଅନୁପସ୍ଥିତିରେ ଗୋଟିଏ ପୁଅର ଅବସ୍ଥା ଯାହା ହୋଇଥାଏ ବର୍ତ୍ତମାନ ମୋ ଅବସ୍ଥା ମଧ୍ୟ ସମାନ । ବାପାଙ୍କ ମୃତଦେହର ପୋଷ୍ଟମର୍ଟମ କରାଯିବ ବୋଲି ଓମାର କହିଛନ୍ତି । ବାପାଙ୍କୁ ୩ ଦିନ ଆଇସିୟୁରେ ରଖାଯାଇଥିଲା ପରେ ୱାର୍ଡରେ ଭର୍ତ୍ତୀ କରାନଯାଇ ସିଧାସଳଖ ଜେଲ୍ କୁ ପଠାଯାଇଥିଲା । ବାପା ମୋତେ କହିଥିଲେ ଯେ ତାଙ୍କୁ ସ୍ଲୋ ପଏଜନ (SLOW POISON) ଦିଆଯାଉଛି । ଅଧିକ ପଢ଼ନ୍ତୁ...

14:02 PM

ପାଣ୍ଡିଆନ୍‍ଙ୍କ ସୁରକ୍ଷାରେ ୭୪ ଜଣ ପୁଲିସ 

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫ ଫାଇଭ୍‍-ଟି ଓ ନୂଆ ଓଡ଼ିଶା ଅଧ୍ୟକ୍ଷ ତଥା ବିଜେଡିର ମୁଖ୍ୟ ରଣନୀତିକାର ଭିକେ ପାଣ୍ଡିଆନ୍‍ଙ୍କ ସୁରକ୍ଷାରେ ୭୪ଜଣ ପୁଲିସ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଏହା ସହ ଗୋଟିଏ ପୁଲିସ ଗାଡ଼ି ମଧ୍ୟ ତାଙ୍କ ସୁରକ୍ଷା କାର୍ଯ୍ୟରେ ସ୍ୱତନ୍ତ୍ର ଭାବେ ନିୟୋଜିତ ରହିଛି। କମିଶନରେଟ୍‍ ପୁଲିସ ପକ୍ଷରୁ ଏସବୁ ବ୍ୟବସ୍ଥା କରାଯାଇଥିବା ରିଜର୍ଭ ପୁଲିସ ଇନ୍ସପେକ୍ଟର ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ...

14:00 PM

ବିଜେପି ଛାଡ଼ିଲେ ସୁକାନ୍ତ ନାୟକ, ବିଜେଡିରେ ଯୋଗ ଦେଇପାରନ୍ତି

ଭୁବନେଶ୍ୱର: ନୀଳଗିରି ବିଧାୟକ ତଥା ବିଜେପି ନେତା ସୁକାନ୍ତ ନାୟକ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। “ଆଜି ମୁଁ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଲି। ଦଳର ସଭାପତିଙ୍କୁ ଏହି ଇସ୍ତଫାପତ୍ର ପଠାଇଛି। କର୍ମୀ ଓ ସହଯୋଗୀଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ଜଣାଇବି। ଇସ୍ତଫାର କାରଣ ବି ପଛରେ କହିବି” ବୋଲି କହିଛନ୍ତି ସୁକାନ୍ତ। ୨୦୧୯ ନିର୍ବାଚନ ସମୟରେ ସୁକାନ୍ତ ପ୍ରତାପ ଷଡ଼ଙ୍ଗୀଙ୍କ ଆହ୍ୱାନରେ ବିଜେପିରେ ଯୋଗ ଦେଇଥିଲେ। ସେତେବେଳେ ବିଜେଡି ନେତା ତଥା ତତ୍‍କାଳୀନ ସାଂସଦ ରବୀନ୍ଦ୍ର ଜେନାଙ୍କ ସହ ତାଙ୍କର ଅପଡ଼ ହୋଇଥିବା ଚର୍ଚ୍ଚା ହେଉଥିଲା। ବିଜେପିରେ ଯୋଗ ଦେବା ପରେ ସେ ମାତ୍ର ୧୬୭୭ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀଙ୍କଠୁ ବିଜୟ ହୋଇଥିଲେ। ଏବେ ତାଙ୍କ ଇସ୍ତଫା ବିଜେଡି ଶିବିରରେ ଘର ବାହୁଡ଼ାର ଇଙ୍ଗିତ ଦେଉଛି।  ତେବେ ସେ କାହା ଡାକରାରା ପୁଣି ଦଳକୁ ଫେରିବେ ତାହାକୁ ନେଇ ଚର୍ଚ୍ଚା ଚାଲିଛି। କାରଣ ବିଜେଡି ଏଯାଏ ବାଲେଶ୍ୱର ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ।

13:55 PM

ମୁଖ୍ୟମନ୍ତ୍ରୀଙ୍କୁ ଜଗୁଛନ୍ତି ୨୬୮ ପୁଲିସ 

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ୨୬୮ ଜଣ ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି। ଦରକାର ଅନୁସାରେ ଏହି କର୍ମୀଙ୍କ ସଂଖ୍ୟା ବୃଦ୍ଧି ବା ହ୍ରାସ ପାଉଛି ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି। ୩ଟି ଶିଫ୍ଟରେ ଏହି ପୁଲିସ କର୍ମୀ କାମ କରୁଥିବା କୁହାଯାଇଛି। ଏହି ୨୬୮ ପୁଲିସଙ୍କ ଭିତରୁ ୩୨ଜଣ କମିଶନରେଟ୍‍ ପୁଲିସ ହୋଇଥିବାବେଳେ ୨୩୬ଜଣ ହେଉଛନ୍ତି ବାଟାଲିୟନର ସୁରକ୍ଷା କର୍ମୀ। ୨୪ ଘଣ୍ଟା ଏହି ପୁଲିସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଘର, ଆଖପାଖ, ଟ୍ରାଫିକ୍‍ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ଲାଗି ନିୟୋଜିତ ହୋଇଥିବା ଜଣାଇଛନ୍ତି କମିଶନରେଟ ପୁଲିସ। ସୂଚନା ଅଧିକାର ଆଇନ ବଳରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମାଗିଥିବା ଏକ ପ୍ରଶ୍ନର ଉତ୍ତର ଦେଇ ପୁଲିସ ବିଭାଗ ଏହି ତଥ୍ୟ ରଖିଛି।

12:50 PM

Puri News: ପୁରୀରେ ଭକ୍ତଙ୍କ ଗହଳୀ, ଭାଇରାଲ ହେଲା ଭିଡ଼ିଓ

Puri News: ପୁରୀ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଲାଗିଥିବା ନାହିଁ ନଥିବା ଗହଳିର ଦୃଶ୍ୟ। ଦୃଶ୍ଯରେ ସ୍ପଷ୍ଟ ଅନୁମେୟ ଯେ, ମହିଳାଙ୍କ ଫେରିବା ସମୟରେ କିପରି ଅସୁବିଧା ସୃଷ୍ଟି ହେଉଛି । ପଶ୍ଚିମ ଦ୍ୱାରରେ ଘଟିଥିବା ଏପରି ଅଭାବନୀୟ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହାକୁ ଏକ କୁତ୍ରିମ ଗହଳି କୁହାଯାଉଥିବା ସମୟରେ ଭିଡ ନିୟନ୍ତ୍ରଣ ପାଇଁ ନାମକୁ ମାତ୍ର ଜଣେ ଦୁଇଜଣ ପୋଲିସ କର୍ମଚାରୀ ଓ ଜେଟିପି ଅଛନ୍ତି । ଅଧିକ ପଢ଼ନ୍ତୁ...

12:38 PM

ଶଶୁରଙ୍କୁ ହତ୍ୟା କଲା ଜ୍ୱାଇଁ, ଅଭିଯୁକ୍ତ ଫେରାର
Odisha News Live Updates:
ଜ୍ୱାଇଁର ଛୁରାମାଡ଼ରେରେ ଶଶୁରଙ୍କ ଜୀବନ ଗଲା। ଜ୍ୱାଇଁ ସାତୁ ପ୍ରାସ୍କା ଶଶୁର ରାମଚନ୍ଦ୍ର ଉଲ୍ଲାକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗତକାଲି ରାତିରେ। ନାରାୟଣପାଟଣା ବ୍ଳକ ବାସନାପୁଟ ଗାଁରେ ଘଟିଛି ଏହି ଘଟଣା। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏଣେ ରାମଚନ୍ଦ୍ର ଉଲ୍ଲାକା ନିଜ ଆଠ ମାସର ଗର୍ଭବତୀ ଝିଅକୁ ଡାକ୍ତରଖାନାରେ ଚିକିତ୍ସା କରିବାକୁ ଆଣିଥିଲେ। ଏହାକୁ ନେଇ ଜ୍ବାଇଁ ରାଗିଯାଇ ଶଶୁର ରାମଚନ୍ଦ୍ର ଉଲ୍ଲାକାଙ୍କୁ ଛୁରାମାଡ଼ କରିଥିଲା। ଏଥିରେ ତାଙ୍କର ପ୍ରାଣହାନି ଘଟିଥିଲା। ନାରାୟଣପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି।

12:25 PM

ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସ
Odisha News Live Updates:
ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବିଜେଡି ବବି ଦାସଙ୍କୁ ପ୍ରାର୍ଥୀ କରିବା ପରେ ଆଜି  ଦଳର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି) ସମ୍ବଲପୁରରେ ପହଞ୍ଚିଛନ୍ତି। ସମର୍ଥକଙ୍କ ସହ ଯାଇ ସେଠାରେ ମା’ ସମଲେଇଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ସେ ସମ୍ବଲପୁରବାସୀଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଭାବବିହ୍ୱଳ ହୋଇଛନ୍ତି । ପ୍ରଣବ କହିଛନ୍ତି, ସମ୍ବଲପୁର ମାଟି ସହ ତାଙ୍କ ପରିବାରର ୬୦ ବର୍ଷର ସମ୍ପର୍କ। ଏ ମାଟି ସହ ତାଙ୍କ ବାପାଙ୍କର ସୁସମ୍ପର୍କ ରହିଥିଲା। ଏଠି ପହଞ୍ଚିଲା ପରେ ଏଠିକାର ଲୋକଙ୍କ ସମର୍ଥନ ଓ ସ୍ନେହ ଦେଖିବା ପରେ ମୁଁ ଆନନ୍ଦିତ। ସମ୍ବଲପୁର ଯାଇ ନିଜ ଘରେ ଛିଡ଼ା ହେବା ପରି ଲାଗୁଛି । ତେବେ ସମ୍ବଲପୁରକୁ ଉନ୍ନତିର ଶିଖରକୁ ନେବା ସହ ଏହାର ରୂପାନ୍ତରୀକରଣ ପାଇଁ ତାଙ୍କୁ ଏଠାରେ ପ୍ରାର୍ଥୀ ବିବେଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ସମ୍ବଲପୁରବାସୀଙ୍କ ଉପରେ ସେ ଭରସା କରିଛନ୍ତି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇବେ ବୋଲି ତାଙ୍କର ଦୃଢ ବିଶ୍ୱାସ ।

 

12:05 PM

ରାସ୍ତା ତଳକୁ ଟ୍ୟାକ୍ସି ଓଲଟି ୧୦ଜଣଙ୍କ ମୃତ୍ୟୁ

ଜମ୍ମୁ କଶ୍ମୀର:  ଶ୍ରୀନଗରରୁ ଜମ୍ମୁ ଅଭିମୁଖେ ଆସୁଥିବା ସମୟରେ ରାମବନର ବ୍ୟାଟେରୀ ଚାଶମା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ୟାକ୍ସି ଭାରସ୍ୟାମ ହରାଇ ପାହାଡିଆ ରାସ୍ତାରୁ ଖାଲକୁ ଖସିପଡିଥିଲା । ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

11:50 AM

ବିଜେଡ଼ିରେ ଯୋଗଦେଲେ ସୁରେନ୍ଦ୍ର
Odisha News Live Updates: 
ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ସୁରେନ୍ଦ୍ର ସିଂହ ଭୋଇ ନିଜର ସମର୍ଥକଙ୍କ ସହିତ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି। ସାଂସଦ ସସ୍ମିତ ପାତ୍ର ଓ ବିଧାୟକ ଟୁକୁନି ସାହୁଙ୍କ ଉପସ୍ଥିତିରେ ଆଜି ବିଜେଡିରେ ଯୋଗ ଦେଇଛନ୍ତି ଶ୍ରୀ ଭୋଇ। ଶ୍ରୀ ଭୋଇଙ୍କ ସହିତ ୧୩ ସମିତି ସଭ୍ୟ ଓ ୧୨ ସରାୟୁଁ ମଧ୍ୟ ବିଜେଡ଼ିରେ ଯୋଗଦାନ କରିଛନ୍ତି।  ସୂଚନାଯୋଗ୍ୟ ସେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦବୀ ଗ୍ରହଣ କରୁଥିଲେ। ଶ୍ରୀ ଭୋଇ ତିନିଥର ବିଧାୟକ ମଧ୍ୟ ରହିଛନ୍ତି। ଦୀର୍ଘ ୩୮ ବର୍ଷ କାଳ ସେ କଂଗ୍ରେସ ସହ ସମ୍ପୃକ୍ତ ଥିଲା। ସଇଁତଳା ଏବଂ ଟିଟିଲାଗଡ଼ରେ ନିଜର ଲୋକପ୍ରିୟତା ରକ୍ଷା କରିଛନ୍ତି ଶ୍ରୀ ଭୋଇ।

 

11:38 AM

ହୁଣ୍ଡି ଭାଙ୍ଗି ଟଙ୍କା ନେଇଗଲେ ଚୋର

Odisha News Live Updates: ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଓ ଅନ୍ୟାନ ସାମଗ୍ରୀ ନେଇଗଲେ ଚୋର। କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜିଉଙ୍କ ମନ୍ଦିରରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ମନ୍ଦିର ପୂଜାରି ପୂଜା କରିବାକୁ ଆସିଥିବା ବେଳେ ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଲୋକ ଓ ପୁଲିସକୁ ଜଣାଇଥିଲେ। ଚୋରମାନେ ହୁଣ୍ଡିରୁ ସବୁ ଟଙ୍କା ନେଇ ଯାଇଥିବା ବେଳେ ପୁରୁଣା ଏଵଂ ଖୁଚୁରା ଟଙ୍କା ସବୁ ଫିଙ୍ଗି ଦେଇଯାଇଛନ୍ତି।

11:29 AM

ଉପର ମୁହାଁ ପାରଦ: ପାରଳାଖେମୁଣ୍ଡି ଉତ୍ତପ୍ତ ସହର
Odisha News Live Updates: 
ରାଜ୍ୟର ପାରଦ ଉପରମୁହାଁ ହୋଇଛି। ଯେଉଁଥିପାଇଁ ଆଜି ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇଛି। ୫ ସହର ତାପମାତ୍ରା ୩୯ ଡ଼ିଗ୍ରୀ ଛୁଇଁଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପାଲଟିଛି ଉତ୍ତପ୍ତ ସହର। ଏଠାରେ ଆଜି ଦିନ ତାପମାତ୍ରା ସର୍ବାଧିକ ୩୯.୮ ଡ଼ିଗ୍ରୀ ରେକର୍ଡ କରାଯାଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୫.୧ ଡିଗ୍ରୀ, ଚାନ୍ଦବାଲିରେ ୩୮.୨ ଡିଗ୍ରୀ, କଟକରେ ୩୮.୪ ଡିଗ୍ରୀ, ପାରାଦୀପରେ ୩୩.୧ ଡିଗ୍ରୀ, ଭୁବନେଶ୍ୱରରେ ୩୭.୩ ଡିଗ୍ରୀ, ଗୋପାଳପୁରରେ ୩୩.୦ ଡିଗ୍ରୀ, ପୁରୀରେ ୩୩.୧ ଡିଗ୍ରୀ, ଅନୁଗୋଳରେ ୩୮.୧ ଡିଗ୍ରୀ, ବାରିପଦାରେ ୩୬.୦ ଡିଗ୍ରୀ, ଝାରସୁଗୁଡ଼ାରେ ୩୮.୩ ଡିଗ୍ରୀ, କେନ୍ଦୁଝରଗଡ଼ର ତାପାମାତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।

 

11:12 AM

ପ୍ରଫୁଲ୍ଲ ପଟେଲ୍‍ଙ୍କ ବିରୁଦ୍ଧରେ ସିବିଆଇ ମାମଲା ରଦ୍ଦ
Odisha News Live Updates:
ତତ୍‍କାଳୀନ ବେସାମିକ ମନ୍ତ୍ରୀ ପ୍ରଫୁଲ୍‍ ପଟେଲ୍‍ଙ୍କ ବିରୁଦ୍ଧରେ ଚାଲିଥିବା ସିବିଆଇ ମାମାଲା ରଦ୍ଦ ହୋଇଛି। ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସ ସମ୍ମିଶ୍ରଣ ପ୍ରସଙ୍ଗରେ ତାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ସିବିଆଇ ଏବଂ ଇଡିଙ୍କ ଦ୍ୱାରା ତାଙ୍କୁ ମଧ୍ୟ୍ର ପୂର୍ବରୁ ପଚରାଉଚରା କରାଯାଇଥିଲା। ଏନ୍‍ଡିୀଏରେ ଯୋଗ ଦେବା ପରେ ଏହି ମାମଲାକୁ ବନ୍ଦ କରାଯାଇଥିବା ଚର୍ଚ୍ଚା ହେଉଛି।

10:45 AM

ଖାଇକୁ ଖସିଲା ଟ୍ୟାକ୍ସି, ଆଖିବୁଜିଲେ ୧୦ଯାତ୍ରୀ

Odisha News Live Updates: ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଟ୍ୟାକ୍ସି ଖାଇକୁ ଖସିପଡିବା ପରେ ୧୦ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବିଳମ୍ୱିତ ରାତିର ରାମବନର ବ୍ୟାଟେରୀ ଚାଶମା ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଟ୍ୟାକ୍ସିରେ ୧୦ଜଣ ଯାତ୍ରୀ ଥିଲେ। ବିଳମ୍ୱିତ ରାତି ପ୍ରାୟ ୧ଟା ୧୫ରେ ସେମାନେ ଶ୍ରୀନଗରରୁ ଜମ୍ମୁ ଅଭିମୁଖେ ଯାଉଥିଲେ। ଏହି ସମୟରେ ଟ୍ୟାକ୍ସିଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା। ସ୍ଥାନୀୟ ପୋଲିସ୍, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ଏବଂ ରାମବନର ସିଭିଲ୍ କୁଇକ୍ ରେସପନ୍ସ ଟିମ୍ (QRT) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।

10:38 AM

ଏପ୍ରିଲ ୪ରୁ ଜେଇଇ ମେନ୍‍

Odisha News Live Updates: ଏପ୍ରିଲ ୪ ରୁ ଆରମ୍ଭ ହେବ  ଦ୍ୱିତୀୟ ପର୍ଯ୍ୟାୟ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍) ପରୀକ୍ଷା। ଦେଶର ୩୧୯ ଟି ସହର ଏବଂ ଦେଶ ବାହାରର ୨୨ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି  (ଏନ୍‍ଟିଏ) ଦ୍ୱାରା  ବିଜ୍ଞପ୍ତି ଜାରି କରାଯାଇଛି। ଯୋଗ୍ୟ ପରୀକ୍ଷାର୍ଥୀମାନେ ଏନ୍‍ଟିଏର ଅଫିସିଆଲ ୱେବସାଇଟ୍ jeemain.nta.ac.in ରୁ ଉଭୟ ପେପର ୧ ଏବଂ ପେପର ୨ ପାଇଁ ଜେଇଇ ମେନ୍ ପରୀକ୍ଷା କେନ୍ଦ୍ର ଡାଉନଲୋଡ୍ କରିପାରିବେ । ୯ ତାରିଖ ଯାଏ ପରୀକ୍ଷା ଚାଲିବ।

10:18 AM

ବିଜେଡିରେ ଯୋଗ ଦେବେ ପ୍ରକାଶ ଓ ସୁରେନ୍ଦ୍ର!

Odisha News Live Updates: ଆଜି ବିଜେଡିରେ ଦୁଇଟି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଏଥିଲାଗି ଏକ ଘଣ୍ଟା ବ୍ୟବଧାନରେ ଦୁଇଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଥମ କାର୍ଯ୍ୟକ୍ରମ ଦିନ ୧୧ଟା ୪୫ରେ ସ୍ଥିର ହୋଇଥିବା ବେଳେ ଦ୍ୱିତୀୟ କାର୍ଯ୍ୟକ୍ରମ ଏକ ଘଣ୍ଟା ପରେ ଦିନ ୧୨ଟା ୪୫ରେ ସ୍ଥିର କରାଯାଇଛି। ଏହି ଦୁଇଟି ସମ୍ମିଳନୀରେ ଦୁଇ ପୂର୍ବତନ କଂଗ୍ରେସ ନେତାଙ୍କୁ ବିଜେଡି ଗ୍ରହଣ କରିବ ବୋଲି ସୂଚନା ମିଳିଛି। ଜଣେ ହେଉଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ତଥା ଗତକାଲି ବିଜେପି ଛାଡ଼ିଥିବା ପ୍ରକାଶ ବେହେରା ଏବଂ ଅନ୍ୟଜଣକ ହେଉଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ତଥା ଟିଟିଲାଗଡ଼ରେ ବିଜେଡିର ମୁଖ୍ୟ ପ୍ରତିଦ୍ୱିନ୍ଦ୍ୱୀ ସୁରେନ୍ଦ୍ର ସିଂହ ଭୋଇ। 

09:55 AM

Morning Courts From April 8:

ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦେଖି ହାଇକୋର୍ଟ ସମସ୍ତ ଜିଲ୍ଲା ଏବଂ ଦୌରା କୋର୍ଟକୁ ସକାଳୁଆ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  ନୂତନ ଆଦେଶ ବଳରେ ସକାଳ ସାତଟାରୁ କୋର୍ଟ  ଖୋଲି ୧ଟା ଯାଏ ଚାଲିବ। ମଝିରେ ୧୦ଟାରୁ ସାଢ଼େ ୧୦ଟା ଯାଏ ଛୁଟି ରହିବ। ତେବେ ବ୍ରହ୍ମପୁର, ଭୁବନେଶ୍ୱର, କୋରାପୁଟ ସଦର ଏବଂ ପୁରୀ ସଦର କୋର୍ଟରେ ଏହି ନିୟମ ଲାଗୁ ହେବ ନାହିଁ।

 

09:40 AM

Weather News: ରାଜ୍ୟରେ ୪ ଦିନ ଯାଏଁ ବର୍ଷା, ଏହି ଜିଲ୍ଲାକୁ ସତର୍କ ସୂଚନା

Weather Updates: ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଢିବା ସହିତ ବିଭିନ୍ନ ସମୟରେ କାଳବୈଶାଖୀ ଲାଗି ହେବାରେ ଲାଗିଛି । ତେବେ ଆସନ୍ତା ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ସାଙ୍ଗକୁ ସମୟ ସମୟରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଏଥିସହ ଅନେକ ସ୍ଥାନରେ ବଜ୍ରପାତ ହେବା ନେଇ ମଧ୍ୟ ସତର୍କ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ...

09:17 AM

MGNREGS Wage hiked:

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ମଜୁରୀ ବୃଦ୍ଧି ଘଟିଛି। ରାଜ୍ୟରେ ଏହାଦିନ ପିଛା ୨୫୪ ଟଙ୍କା ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୨୩୭ ଟଙ୍କା ଥିଲା। ଏପ୍ରିଲ ୧ରୁ ଏହି ନୂତନ ମଜୁରୀ ଲାଗୁ ହେବ।

09:03 AM

ଜେଲ୍ କଟକଣା ଭାଙ୍ଗିଲେ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟର ସବୁଠୁ ହାଇପ୍ରୋଫାଇଲ୍ ତଥା ରାଜଧାନୀର ଝାରପଡା ଜେଲରେ ଗ୍ୟାଙ୍ଗୱାର ସହିତ ଜେଲ୍ ପରିସରରୁ ନିଶାଦ୍ରବ୍ୟ ମିଳିବା ଘଟଣା ପରେ ବର୍ତ୍ତମାନ ଜେଲ୍ ମଧ୍ୟରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଜେଲ୍ ସୁରକ୍ଷା ବ୍ୟବସ୍ଥାରେ କିପରି ଢିଲା ହେଉଛି ତାହା ଲୋକଲୋଚନକୁ ଆସିଛି । ଯଦି ଭୁବନେଶ୍ୱରରେ ଜେଲର ଅବସ୍ଥା ଏପରି ତେବେ ରାଜ୍ୟର ଅନ୍ୟ ସ୍ଥାନରେ ଥିବା ଜେଲ୍ ଗୁଡିକର ଅବସ୍ଥା କିପରି ଥିବ ସେନେଇ ମନରେ ସନ୍ଦେହ ଜାତ ହୋଇଛି । ଏ ଘଟଣା ପରେ ଜେଲ୍ ଡିଜି ଅମ୍ରିତ ମୋହନ ସମସ୍ତ ଜେଲ୍ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

08:50 AM

Alliance air harassed passengers: ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଆଲିଆନ୍ସ ଏୟାର ଦ୍ୱାରା ୫୧ ଯାତ୍ରୀ ହନ୍ତସନ୍ତ ହୋଇଥିବା ଅଭିଯୋଗ ହୋଇଛି।  ବିମାନ ମଝି ଆକାଶରେ ଖରାପ ହେବାରୁ ଯାତ୍ରୀଙ୍କୁ  କୋଲକତା ପହଞ୍ଚାଇ ଏହାର ପାଇଲଟ ଓ କର୍ମଚାରୀ ଫେରାର ହୋଇଥିବା ସୂଚନା ମିଳିଛି। ଯାତ୍ରୀଙ୍କୁ ବିକଳ୍ପ ବ୍ୟବସ୍ଥା କରି ଗନ୍ତବ୍ୟସ୍ଥଳରେ ପହଞ୍ଚିବା ବ୍ୟବସ୍ଥା ନକରି କମ୍ପାନୀ ବାହାନା କରିବାରୁ ଯାତ୍ରୀଙ୍କୁ ବାଧ୍ୟ ହୋଇ କୋଲକତାରେ ରାତ୍ରୀଯାପନ କରିବାକୁ ପଡ଼ିଛି।

08:35 AM

ଏନ୍‍ଜିଓଙ୍କ ପାଇଁ ଜୁନ୍‍ ୩୦ ଯାଏ ବଢ଼ିଲା ବିଦେଶୀ ଅବଦାନ ପଞ୍ଜିକରଣ

ଭୁବନେଶ୍ୱର: ବେସରକାରୀ ସଂଗଠନଗୁଠ଼ିକ ଲାଗି ଆବଶ୍ୟକ ହେୁଥିବା ବିଦେଶୀ ଅବଦାନ ପଞ୍ଜିକରଣ ( ଏଫ୍‍ସିଆରଏ) ଆବେଦନ ଅବଧିକୁ ବୃଦ୍ଧି କରିଛନ୍ତି ସରକାର। ଗୃହ ମନ୍ତ୍ରଣାଳୟ ପକ୍ଷରୁ  ପ୍ରକାଶିତ ବିଜ୍ଞପ୍ତିରେ ଏହା ସୂଚିତ କରାଯାଇଛି। ଯେଉଁମାନଙ୍କ ଏଫ୍‍ସିଆର୍‍ଏ ପଞ୍ଜିକରଣ ଲାଇସେନ୍ସ ମାର୍ଚ୍ଚ ୩୧ରେ ଶେଷ ହେଉଛି ସେମାନେ ଏହାର ସୁଯୋଗ ନେଇପାରିବେ। ଅଧିକ ପଢ଼ନ୍ତୁ...

08:20 AM

ବିଜେପିକୁ ଶକ୍ତ ଧକ୍କା: ଇସ୍ତଫା ଦେଲେ ପ୍ରକାଶ ବେହେରା

ଭୁବନେଶ୍ୱର:   ପ୍ରାର୍ଥୀ ଘୋଷଣା ଲାଗି ପ୍ରସ୍ତୁତ ହେଉଥିବା ରାଜ୍ୟ ବିଜେପିକୁ ଲାଗିଛି ଶକ୍ତ ଝଟକା। ଦଳର କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ମନମୋହନ ସାମଲଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି। ଅଧିକ ପଢ଼ନ୍ତୁ...

08:15 AM

ପ୍ରଫୁଲ୍ଲ ପଟେଲ୍‍ଙ୍କ ବିରୁଦ୍ଧରେ ସିବିଆଇ ମାମଲା ରଦ୍ଦ

ତତ୍‍କାଳୀନ ବେସାମିକ ମନ୍ତ୍ରୀ ପ୍ରଫୁଲ୍‍ ପଟେଲ୍‍ଙ୍କ ବିରୁଦ୍ଧରେ ଚାଲିଥିବା ସିବିଆଇ ମାମାଲା ରଦ୍ଦ ହୋଇଛି। ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସ ସମ୍ମିଶ୍ରଣ ପ୍ରସଙ୍ଗରେ ତାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ସିବିଆଇ ଏବଂ ଇଡିଙ୍କ ଦ୍ୱାରା ତାଙ୍କୁ ମଧ୍ୟ୍ର ପୂର୍ବରୁ ପଚରାଉଚରା କରାଯାଇଥିଲା। ଏନ୍‍ଡିୀଏରେ ଯୋଗ ଦେବା ପରେ ଏହି ମାମଲାକୁ ବନ୍ଦ କରାଯାଇଥିବା ଚର୍ଚ୍ଚା ହେଉଛି।

08:06 AM

ଏପ୍ରିଲ୍‍ ୨ରୁ ନୂଆ ସ୍କୁଲ୍‍ ଖୋଲିବ, ହୋଇପାରେ ସକାଳୁଆ

ଏପ୍ରିଲ୍‍ ୨ ତାରିଖରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ। ସ୍କୁଲ୍‍ଗୁଡ଼ିକୁ ଏଥିଲାଗି ପ୍ରସ୍ତୁତ କରିବାକୁ ଓଡ଼ିଶା ସ୍କୁଲ୍‍ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ ନିର୍ଦ୍ଦେଶକ ଅନୁପମ ଶାହା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିନ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ତେବେ କେବଳ ପ୍ରଥମରୁ ୯ମ ଶ୍ରଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶନ ସହ ତାହାକୁ ପ୍ରଦାନ କରିବାକୁ ଶ୍ରୀ ସାହା ନିରଦ୍ଦେଶ ଦେଇଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କୁ ପ୍ରଧାନ ଶିକ୍ଷକଙ୍କୁ ଏ ବାବଦରେ ଜଣାଇ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। 

ଏବେ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଗୟୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦେଖି ସକାଳୁଆ ସ୍କୁଲ୍‍ ହେବା ସମ୍ଭାବନା ରହିଛି। ତେବେ ଏଥିନେଇ କୌଣସି ନିର୍ଦ୍ଦେଶନାମା ଜାରି ହୋଇ ନାହିଁ।

07:55 AM

Paddy Procurement from May-1: ରାଜ୍ୟରେ ରବି ଧାନ ସଂଗ୍ରହ ମେ’ ପହିଲାରୁ ଆରମ୍ଭ ହେବ। ଜୁନ୍‍ ୩୦ ତାରିଖ ଯାଏ ଏହା ଚାଲିବ। ମଣ୍ଡିରେ ଯେମିତି ଚାଷୀଙ୍କ ଧାନ ୨୪ ଘଣ୍ଟାରୁ ଅଧିକ ସମୟ ପଡ଼ି ନରୁହେ ସେଥିଲାଗି ବ୍ୟବସ୍ଥା କରିବାକୁ ସମବାୟ ବିଭାଗ ୧୭ଟି ଜିଲ୍ଲା ସମବାୟ ସମିତିକୁ ନିର୍ଦ୍ଦେଶ ଦେଇଛି। ଏହା ସହ ଜୁନ୍‍ ମାସରେ ବର୍ଷା ଆଶଙ୍କା ଥିବାରୁ ପର୍ଯ୍ୟାପ୍ତ ପଲିଥିନ କିଣିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 

 

07:45 AM

BJP May Declare names for Assembly seats today: ଆଜି ବିଜେପି ପକ୍ଷରୁ ରାଜ୍ୟ ବିଧାନସଭା ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ଏଥିଲାଗି ରାଜ୍ୟ ସଭାପତି ଏବଂ ମହାସଚିବ ଦିଲ୍ଲୀରେ ଅଛନ୍ତି। ରାଜ୍ୟ ଦ୍ୱାରା ପ୍ରସ୍ତୁତ ୭୦ ପ୍ରାର୍ଥୀ ତାଲିକାକୁ ନେଇ ସେମାନେ ଦିଲ୍ଲୀ ଯାଇଛନ୍ତି। ଆଜି ଏ ବାବଦରେ ନିଷ୍ପତ୍ତି ସାମ୍ନାକୁ ଆସିପାରେ। ସେହିପରି  ଶାସକ ଦଳ ବିଜେଡି ମଧ୍ୟ ଆଜି ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ସମ୍ଭାବନା ରହିଛି। ବିଜେଡି ୭୨ ବିଧାନସଭା ଆସନ ଏବଂ ୧୫ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି

 

07:35 AM

Congress to declare Candidates list in the 1st week: କଂଗ୍ରେସ ପକ୍ଷରେ ଏପ୍ରିଲ୍‍ ପ୍ରଥମ ସପ୍ତାହରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ପ୍ରଥମେ ସେହି ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯାଇଛି ଯେଉଁମାନେ ଗତ ନିର୍ବାଚନରେ କମ୍‍ ବ୍ୟବଧାନରେ ପରାଜୟ ସ୍ୱୀକାର କରିଥିଲେ। ଏନେଇ କଂଗ୍ରେସ ବରିଷ୍ଠ ନେତା  ଭକ୍ତ ଚରଣ ଦାସ  ସୂଚନା ଦେଇଛନ୍ତି। ସେ ଏ ଥର ନର୍ଲାରୁ ବିଧାନସଭା ପାଇଁ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି।

07:35 AM

Congress to declare Candidates list in the 1st week: କଂଗ୍ରେସ ପକ୍ଷରେ ଏପ୍ରିଲ୍‍ ପ୍ରଥମ ସପ୍ତାହରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ପ୍ରଥମେ ସେହି ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯାଇଛି ଯେଉଁମାନେ ଗତ ନିର୍ବାଚନରେ କମ୍‍ ବ୍ୟବଧାନରେ ପରାଜୟ ସ୍ୱୀକାର କରିଥିଲେ। ଏନେଇ କଂଗ୍ରେସ ବରିଷ୍ଠ ନେତା  ଭକ୍ତ ଚରଣ ଦାସ  ସୂଚନା ଦେଇଛନ୍ତି। ସେ ଏ ଥର ନର୍ଲାରୁ ବିଧାନସଭା ପାଇଁ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି।

07:18 AM

Kharvel wants Pratap to fight from Kandhamal: ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ପୁଣିଥରେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ରାଜ୍ୟ ନେତୃମଣ୍ଡଳୀଙ୍କୁ ଭେଟିବା ଲାଗି ଆସିଥିଲା ମଧ୍ୟ ସେ ଏଥିରେ ବିଫଳ ହୋଇଥିବା କହିଛନ୍ତି। ବାଲେଶ୍ୱରରୁ ସେ ଲଢ଼ିବା ପାଇଁ ସ୍ଥିର କରିଥିବାରୁ ପ୍ରତାପ ଷଡ଼ଙ୍ଗୀଙ୍କୁ କନ୍ଧମାଳ ଆସନରୁ ପ୍ରାର୍ଥୀ କରାଯାଉ ବୋଲି ସେ ରାଜ୍ୟ ନେତୃମଣ୍ଡଳୀଙ୍କ ଆଗରେ ଦାବି ଉପସ୍ଥାପନ କରିଛନ୍ତି।