Lok Sabha Election 2024: ନିର୍ବାଚନ ବେଳେ ଜଣେ ବ୍ୟକ୍ତି ନଗଦ କେତେ ଟଙ୍କା ନେଇ ଯାତ୍ରା କରିପାରିବେ? ଜାଣନ୍ତୁ କ'ଣ ରହିଛି ନିୟମ
Advertisement

Lok Sabha Election 2024: ନିର୍ବାଚନ ବେଳେ ଜଣେ ବ୍ୟକ୍ତି ନଗଦ କେତେ ଟଙ୍କା ନେଇ ଯାତ୍ରା କରିପାରିବେ? ଜାଣନ୍ତୁ କ'ଣ ରହିଛି ନିୟମ

Election Commission of India: ନିର୍ବାଚନ ସମୟରେ ଆପଣ ନିଶ୍ଚୟ ଦେଖିଥିବେ ଯେ ବିଭିନ୍ନ ସ୍ଥାନରେ ପୋଲିସ୍ ଟିମ୍ ନିୟୋଜିତ ହୋଇଥାଏ। ବିଭିନ୍ନ ରାସ୍ତାରେ ଯାତୟତ କରୁଥିବା ଗାଡ଼ି ମଧ୍ୟ ଯାଞ୍ଚ କରାଯାଇଥାଏ। ଏହି ସମୟରେ ନିର୍ବାଚନ ଆୟୋଗ କଠୋର ନିୟମ କାର୍ଯ୍ୟକାରୀ ହୋଇଥାଏ। ନିର୍ବାଚନ ଆୟୋଗ ନିୟମ ଅନୁଯାୟୀ ନିର୍ବାଚନ ଲଢୁଥିବା କୌଣସି ପ୍ରାର୍ଥୀ, ତାଙ୍କ ଏଜେଣ୍ଟ ଏବଂ କର୍ମକର୍ତ୍ତାଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥାଏ।

Lok Sabha Election 2024: ନିର୍ବାଚନ ବେଳେ ଜଣେ ବ୍ୟକ୍ତି ନଗଦ କେତେ ଟଙ୍କା ନେଇ ଯାତ୍ରା କରିପାରିବେ? ଜାଣନ୍ତୁ କ'ଣ ରହିଛି ନିୟମ

Election Commission of India: କିଛି ଦିନ ପୂର୍ବେ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ପୋଲିସ କିଛି ପର୍ଯ୍ୟଟକଙ୍କ ଠାରୁ ୬୯,୪୦୦ ଟଙ୍କା ଜବତ କରିଥିଲା। ଏହି ଭିଡିଓ ତାମିଲନାଡୁର ଥିଲା। ଅନୁସନ୍ଧାନ ପରେ ପୋଲିସ ଜବତ କରିଥିବା ଟଙ୍କା ଫେରାଇ ଦେଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାତ୍ରା କରିବା ଉପରେ ନିର୍ବାଚନ ଆୟୋଗ ପକ୍ଷରୁ ଲାଗୁ ହୋଇଥିବା ନିୟମ ସମ୍ପର୍କରେ ଆଲୋଚନା ହେଉଛି। କୌଣସି ନିର୍ବାଚନ ବେଳେ ରାଜନୈତିକ ଦଳ ସହ ଜଡି଼ତ କୌଣସି ନେତା, କର୍ମୀ କିମ୍ବା ବ୍ୟକ୍ତି କେତେ ପରିମାଣର ନଗଦ ଟଙ୍କା ନେଇ ଯାତ୍ରା କରିପାରିବେ? ନିର୍ବାଚନରେ ଧାର୍ଯ୍ୟ ସୀମା ଠାରୁ କିପରି ଅଧିକ  ​​ଅର୍ଥ ବ୍ୟୟ କରାଯିବ ନାହିଁ ସେ ନେଇ ନିର୍ବାଚନ ଆୟୋଗ କେଉଁ ପଦକ୍ଷେପ ନେଇଥାନ୍ତି?

ନିର୍ବାଚନ ଆୟୋଗ ନିର୍ବାଚନ ସମୟରେ ଅର୍ଥ ବଳ ସହିତ କିପରି ମୁକାବିଲା କରିଥାନ୍ତି? ନିର୍ବାଚନ ଆୟୋଗ ବଡ଼ ରାଜ୍ୟରେ ଗୋଟିଏ ଲୋକସଭା ଆସନରେ ୯୫ ଲକ୍ଷ ଟଙ୍କା ଏବଂ ଛୋଟ ରାଜ୍ୟରେ ୭୫ ଲକ୍ଷ ଟଙ୍କା ବ୍ୟୟ ସୀମା ଧାର୍ଯ୍ୟ କରିଛନ୍ତି। ନିର୍ବାଚନ ପ୍ରଚାରରେ ଧାର୍ଯ୍ୟ ସୀମା ଠାରୁ ଯେପରି ଅଧିକ ଟଙ୍କା ଖର୍ଚ୍ଚ କରାଯିବ ନାହିଁ ତାହା ନିଶ୍ଚିତ କରିବାକୁ, ନିର୍ବାଚନ ଆୟୋଗ ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ପୋଲିସ ବିଭାଗ, ରେଳବାଇ, ବିମାନବନ୍ଦର, ଆୟକର ବିଭାଗ ଏବଂ ଅନ୍ୟାନ୍ୟ ଏଜେନ୍ସି ଉଦ୍ଦେଶ୍ୟରେ ନିର୍ଦ୍ଦେଶନାମା ଜାରି କରିଥାନ୍ତି। ନିର୍ବାଚନ ସମୟରେ ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ ନଗଦ ଟଙ୍କା, ମଦ, ଅଳଙ୍କାର, ଉପହାର ଆଦି ବସ୍ତୁର ପରିବହନ ଉପରେ ନିର୍ବାଚନ ଆୟୋଗ ପ୍ରତିବନ୍ଧକ ଲଗାଇବାକୁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି।

ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ନିର୍ବାଚନ ଆୟୋଗ ଏକ ମନଟରି ଟିମ୍ ଏବଂ ଫ୍ଲାଇଙ୍ଗ ସ୍କାର୍ଡ ସହ ପ୍ରତ୍ୟେକ ଜିଲ୍ଲା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିୟୋଜିତ କରିଥାନ୍ତି। ଏହି ଦଳର ଜଣେ ବରିଷ୍ଠ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ନେତୃତ୍ୱରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ, ଭିଡିଓଗ୍ରାଫର ଏବଂ ୩-୪ ଜଣ ସଶସ୍ତ୍ର ପୋଲିସ କର୍ମଚାରୀ ନିୟୋଜିତ ହୋଇଥାନ୍ତି। ମନିଟରିଂ ରାସ୍ତାରେ ଚେକପଏଣ୍ଟ ଠାରେ ସିସିଟିଭି ସ୍ଥାପନ କରିଥାଏ ଏବଂ ସମଗ୍ର ଅନୁସନ୍ଧାନ ପ୍ରକ୍ରିୟାକୁ ଭିଡିଓଗ୍ରାଫ୍ କରିବାକୁ ହୋଇଥାଏ। ମତଦାନର ହେବାର ୭୨ ଘଣ୍ଟା ପୂର୍ବରୁ ସୁରକ୍ଷା ବଢାଇ ଦିଆଯାଏ।

ନିର୍ବାଚନ ସମୟରେ କେତେ ପରିମାଣରେ ନଗଦ ଟଙ୍କା କିମ୍ବା ଗହଣା ନେଇ ଯାତ୍ରା କରିପାରିବେ ସେ ନେଇ କ'ଣ ରହିଛି ନିୟମ? ଯଦି ୧୦ ଲକ୍ଷରୁ ଅଧିକ ନଗଦ ଟଙ୍କା କିମ୍ବା ୧ କିଲୋଗ୍ରାମ ଠାରୁ ଅଧିକ ସୁନା ରୂପା ଆଦି ବସ୍ତୁ ମିଳିଥାଏ ତାହେଲେ ଯାଞ୍ଚ ଦାୟିତ୍ୱରେ ରହିଥିବା ଅଧିକାରୀଙ୍କୁ ତୁରନ୍ତ ସେହି ବ୍ୟକ୍ତି (ଯାହାଙ୍କ ପାଖରୁ ଏହାକୁ ଜବତ କରାଯାଇଥାଏ) ବାବଦରେ ଆୟକର ବିଭାଗକୁ ଜଣାଇବାକୁ ହୋଇଥାଏ। ଯାଞ୍ଚ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ କିମ୍ବା ଏହା କୌଣସି ରାଜନୈତିକ ଦଳ କିମ୍ବା ଏହାର ପ୍ରାର୍ଥୀଙ୍କନୁହେଁ ବୋଲି ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ନଗଦ ଟଙ୍କା କିମ୍ବା ଅନ୍ୟ କୌଣସି ଜିନିଷ ଜବତ କରାଯାଇପାରେ।

ଯଦି କୌଣସି ଦଳର ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ ଅଥବା ତାଙ୍କ ଦଳର ଦଳୀୟ କର୍ମକର୍ତ୍ତାଙ୍କ ଗାଡ଼ିରୁ ୫୦ ହଜାରୁ ଅଧିକ ନଗଦ ଟଙ୍କା, ଡ୍ରଗ୍ସ, ମଦ, ଅସ୍ତ୍ରଶସ୍ତ୍ର କିମ୍ବା ୧୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଉପହାର ମିଳିଥାଏ, ତାହେଲେ ତୁରନ୍ତ ସେହି ଜିନିଷ ପତ୍ରକୁ ଜବତ କରାଯିାଏ। ଯଦି ଅନୁସନ୍ଧାନ ସମୟରେ ଅପରାଧର ସନ୍ଦେହ ଥାଏ, ତାହେୱେ ସିଆରପିସି ଅଧିନରେ ସେହି ଜିନିଷ ପତ୍ରକୁ ଜବର କରି ନିଆଯାଏ। ଯେତେବେଳେ ରାଜ୍ୟ ସୀମା ବାାହାରେ ମଦ ପରିବହନ କରିବାକୁ ହୋଇଥାଏ, ତାହେଲେ ସେଠାରେ ସମ୍ପୃକ୍ତ ରାଜ୍ୟର ଅବକାରୀ ନିୟମ ଲାଗୁ ହୋଇଥାଏ।

ଜବତ କରାଯିବା ପରେ କ'ଣ ହୋଇଥାଏ? ହଁ ଆଜ୍ଞା ଯଦି କୌଣସି ପରିମାଣର ନଗଦ ଟଙ୍କା କିମ୍ବା ଅନ୍ୟାନ୍ୟ ଜିନିଷ ଜବତ କରାଯାଏ ଏବଂ  ତାହା ଯଦି କୌଣସି ପ୍ରାର୍ଥୀ କିମ୍ବା ଅପରାଧ ସହ ଜଡିତ ନହୁଏ ତାହେଲେ ପ୍ରଶାସନ ଏହାକୁ ଫେରାଇ ଦେଇଥାଏ। ସାଧାରଣ ଲୋକଙ୍କୁ ଅସୁବିଧାରୁ ରକ୍ଷା କରିବା ପାଇଁ ଏକ ଜିଲ୍ଲା ସ୍ତରୀୟ କମିଟି ଅଭିଯୋଗ ଉପରେ ଦୃଷ୍ଟି ରଖିଥାଏ। ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ନୋଡାଲ ଅଫିସର ଏବଂ ଜିଲ୍ଲା ଟ୍ରେଜେରୀ ଅଧିକାରୀଙ୍କୁ ନେଇ ଏକ କମିଟି ଖର୍ଚ୍ଚର ତଦାରଖ କରିବା ପାଇଁ ସ୍ୱୟଂଚାଳିତ ଭାବେ ପ୍ରତ୍ୟେକ ଜବତ ମାମଲାର ଯାଞ୍ଚ କରିଥାଏ। ଯଦିଓ କୌଣସି ଅଭିଯୋଗ ଦାଖଲ ହୋଇନାହିଁ କିମ୍ବା କେଉଁଠାରେ ପ୍ରାର୍ଥୀ, ରାଜନୈତିକ ଦଳ  କିମ୍ବା ନିର୍ବାଚନ ପ୍ରଚାର ସହ ଜଡ଼ିତ ହୋଇନଥାଏ।