ଏନ୍‍ଜିଓଙ୍କ ପାଇଁ ଜୁନ୍‍ ୩୦ ଯାଏ ବଢ଼ିଲା ବିଦେଶୀ ଅବଦାନ ପଞ୍ଜିକରଣ
Advertisement

ଏନ୍‍ଜିଓଙ୍କ ପାଇଁ ଜୁନ୍‍ ୩୦ ଯାଏ ବଢ଼ିଲା ବିଦେଶୀ ଅବଦାନ ପଞ୍ଜିକରଣ

ବେସରକାରୀ ସଂଗଠନଗୁଠ଼ିକ ଲାଗି ଆବଶ୍ୟକ ହେୁଥିବା ବିଦେଶୀ ଅବଦାନ ପଞ୍ଜିକରଣ ( ଏଫ୍‍ସିଆରଏ) ଆବେଦନ ଅବଧିକୁ ବୃଦ୍ଧି କରିଛନ୍ତି ସରକାର। ଗୃହ ମନ୍ତ୍ରଣାଳୟ ପକ୍ଷରୁ  ପ୍ରକାଶିତ ବିଜ୍ଞପ୍ତିରେ ଏହା ସୂଚିତ କରାଯାଇଛି। ଯେଉଁମାନଙ୍କ ଏଫ୍‍ସିଆର୍‍ଏ ପଞ୍ଜିକରଣ ଲାଇସେନ୍ସ ମାର୍ଚ୍ଚ ୩୧ରେ ଶେଷ ହେଉଛି ସେମାନେ ଏହାର ସୁଯୋଗ ନେଇପାରିବେ। 

ଏନ୍‍ଜିଓଙ୍କ ପାଇଁ ଜୁନ୍‍ ୩୦ ଯାଏ ବଢ଼ିଲା ବିଦେଶୀ ଅବଦାନ ପଞ୍ଜିକରଣ

ଭୁବନେଶ୍ୱର: ବେସରକାରୀ ସଂଗଠନଗୁଠ଼ିକ ଲାଗି ଆବଶ୍ୟକ ହେୁଥିବା ବିଦେଶୀ ଅବଦାନ ପଞ୍ଜିକରଣ ( ଏଫ୍‍ସିଆରଏ) ଆବେଦନ ଅବଧିକୁ ବୃଦ୍ଧି କରିଛନ୍ତି ସରକାର। ଗୃହ ମନ୍ତ୍ରଣାଳୟ ପକ୍ଷରୁ  ପ୍ରକାଶିତ ବିଜ୍ଞପ୍ତିରେ ଏହା ସୂଚିତ କରାଯାଇଛି। ଯେଉଁମାନଙ୍କ ଏଫ୍‍ସିଆର୍‍ଏ ପଞ୍ଜିକରଣ ଲାଇସେନ୍ସ ମାର୍ଚ୍ଚ ୩୧ରେ ଶେଷ ହେଉଛି ସେମାନେ ଏହାର ସୁଯୋଗ ନେଇପାରିବେ। 

ଏହାସହ ମନ୍ତ୍ରଣାଳୟ ଯେଉଁ ଏନ୍‍ଜିଓ ମାନଙ୍କ ଲାଇସେନ୍ସ ଏପ୍ରିଲ୍‍ ୧ ୨୦୧୪  ଏବଂ ଜୁନ୍‍ ୩୦ ୨୦୨୪ ଭିତରେ ଶେଷ ହେଉଛି ସେମାନଙ୍କୁ ମଧ୍ୟ ଆବେଦନ କରିବାକୁ  କହିଛି। ଏହି ଲାଇସେନ୍ସ ଆସନ୍ତା ୫ ବର୍ଷ ଲାଗି ପ୍ରଦାନ କରାଯିବ। ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ବୈଦେଶିକ ଅବଦାନ ନିୟନ୍ତ୍ରଣ ଆଇନ ଅନୁସାରେ ବିଦେଶରୁ କୌଣସି ପାଣ୍ଠି ବା ଅନ୍ୟ ସହାୟତା ଗ୍ରହଣ କରିବାକୁ ହେଲେ ଏନ୍‍ଜିଓ ମାନଙ୍କୁ ଗୃହମନ୍ତ୍ରଣାଳୟରେ ପଞ୍ଜିକରଣ କରିବାକୁ ପଡ଼ିଥାଏ। ପୂର୍ବରୁ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁସାରେ ଯେଉଁମାନଙ୍କ ଲାଇସେନ୍ସ ସେପ୍ଟମ୍ବର ୨୫ରେ ଶେଷ ହେଉଥିଲା ସେମାନଙ୍କ ଲାଇସେନ୍ସକୁ ମାର୍ଚ୍ଚ ୩୧ ଯାଏ ସମ୍ପ୍ରସାରଣ କରାଯାଇଥିଲା। ଏବେ ଏହାକୁ ଜୁନ୍‍ ୩୦ ଯାଏ ବଢ଼ାଇ ଦିଆଯାଇଛି। ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଜୁଲାଇ ୨୦୨୩ ସୁଦ୍ଧା ଦେଶରେ ୧୬୩୦୧ ବେସରକାରୀ ସଂସ୍ଥା ପାଖରେ ଏଫ୍‍ସିଆରଏ ଲାଇସେନ୍ସ ରହିଛି।

Also Read- ବିଜେପିକୁ ଶକ୍ତ ଧକ୍କା: ଇସ୍ତଫା ଦେଲେ ପ୍ରକାଶ ବେହେରା

Also Read- ଏପ୍ରିଲ୍‍ ୨ରୁ ନୂଆ ସ୍କୁଲ୍‍ ଖୋଲିବ, ହୋଇପାରେ ସକାଳୁଆ