South Africa Road Accident: ୧୬୫ ଫୁଟ ତଳକୁ ଖସି ପଡ଼ିଲା ବସ୍; ୪୫ ମୃତ
Advertisement

South Africa Road Accident: ୧୬୫ ଫୁଟ ତଳକୁ ଖସି ପଡ଼ିଲା ବସ୍; ୪୫ ମୃତ

Easter Pilgrims Bus Crash in South Africa: ଦକ୍ଷିଣ ଆଫ୍ରିକାରେ ଇଷ୍ଟର ତୀର୍ଥଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଏକ ବସ୍ ଦୁର୍ଘଟଣାର ଶୀକାର ହୋଇଛି। ଏହି ଘଟଣାରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। 

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ

South Africa Bus Accident: ଦକ୍ଷିଣ ଆଫ୍ରିକାରେ ଘଟିଯାଇଛି ଏକ ବଡ଼ ସଡ଼କ ଦୁର୍ଘଟଣା। ଏଠାରେ ଏକ ବସ୍ ବ୍ରିଜ୍ ତଳୁ ପ୍ରାୟ ୫୦ ମିଟର (୧୬୫ ଫୁଟ) ଗର୍ତ୍ତକୁ ଖସି ପଡି଼ଥିଲା। ଏହି ବସ୍‌ ଯୋଗେ ଯାତ୍ରା କରୁଥିବା ୪୫ ଜଣ ଲୋକଙ୍କ ମୃତ୍ୟୁ ହୋଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦୁର୍ଘଟଣାରେ କେବଳ ଜଣେ ୮ ବର୍ଷର ବାଳିକା ବର୍ତ୍ତି ଯାଇଛି। ବ୍ରିଟିଶ ଗଣମାଧ୍ୟମ ବିବିସି ରିପୋର୍ଟ ଅନୁଯାୟୀ ବସ୍ ଦୁର୍ଘଟଣାରେ ଆହତ ହୋଇଥିବା ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସ୍ ଏକ ବ୍ୟାରିୟର ସହ ଧକ୍କା ହେବା ପରେ ଗର୍ତ୍ତରେ ଖସିପଡି଼ଥିଲା। ଗର୍ତ୍ତରେ ଖସି ପଡ଼ିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବସ୍ ଇଷ୍ଟର ତୀର୍ଥଯାତ୍ରୀଙ୍କୁ (Easter Pilgrims Bus Crash in South Africa) ପଡୋଶୀ ଦେଶ ବୋତସ୍ୱାନା (Botswana) ଠାରୁ ଦକ୍ଷିଣ ଆଫ୍ରିକାର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ଲିମ୍ପୋପୋ ପ୍ରଦେଶର (Limpopo Province South Africa) ମୋରିଆ ସହର (South Africa Moria City) ଅଭିମୁଖେ ଯାତ୍ରା କରୁଥିଲା। 

ବିବିସି (BBC) ରିପୋର୍ଟ ଅନୁସାରେ ଦକ୍ଷିଣ ଆଫ୍ରିକାର ସରକାରୀ ଗଣମଧ୍ୟମ ଏସଏବିସି (South Africa Public Broadcaster SABC) ଖବର ଅନୁଯାୟୀ, ବସ୍ ନିୟନ୍ତ୍ରଣ ହରାଇ ମୋହୋପାନେ ଏବଂ ମାର୍କାନେ ମଧ୍ୟରେ ଥିବା ମମ୍ମଟ୍ଟଲାକାଲା ପର୍ବତ ଠାରେ ଥିବା ଏକ ବ୍ରିଜ ମଧ୍ୟରୁ ଖସିପଡିଥିଲା। ଏହି ଦୁର୍ଘଟଣା ଦେଶର ପ୍ରମୁଖ ସହର କୁହାଯାଉଥିବା ଜୋହାନ୍ସବର୍ଗ (Johannesburg City South Africa) ଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଘଟିଛି। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କୁହାଯାଏ ଯେ ଦୁର୍ଘଟଣାସ୍ଥଳରେ କିଛି ମୃତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା କଷ୍ଟକର ହୋଇପଡ଼ିଥିଲା।   

ଘଟଣାସ୍ଥଳରେ ପହଞ୍ଚିବା ପରେ ପରିବହନ ମନ୍ତ୍ରୀ ସିନ୍ଦିସିୱେ ଚିକୁଙ୍ଗା (South Africa Transport Minister Sindisiwe Chikunga) ବସ୍ ଦୁର୍ଘଟଣାରେ ପ୍ରଭାବିତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଦକ୍ଷିଣ ଆଫ୍ରିକା ସରକାର (South Africa Govt) ମୃତଦେହକୁ ଫେରାଇ ଆଣିବାରେ ସାହାଯ୍ୟ କରିବେ ଏବଂ ଦୁର୍ଘଟଣାର କାରଣ ସମ୍ପର୍କରେ ସମ୍ପୂର୍ଣ୍ଣ ତଦନ୍ତ କରିବେ। ପରିବହନ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ଇଷ୍ଟର ସପ୍ତାହ ଶେଷରେ ରାସ୍ତାରେ ଅଧିକ ଲୋକ ଥିବାରୁ ଆମେ ଅତ୍ୟନ୍ତ ସତର୍କତାର ସହ ଦାୟିତ୍ୱପୂର୍ଣ୍ଣ ଭାବେ ଗାଡ଼ି ଚଳାଇବା ପାଇଁ ନିବେଦନ କରୁଛୁ। ଆପଣଙ୍କୁ କହିରଖୁଛୁ ଯେ ଗଲେ ସଡକ ସୁରକ୍ଷା ଦୃଷ୍ଟିକୋଣରୁ ଦକ୍ଷିଣ ଆଫ୍ରିକା ରେକର୍ଡ ଅତ୍ୟନ୍ତ ଖରାପ ରହିଛି।

ସେହିପରି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା (South Africa President Cyril Ramaphosa) ଇଷ୍ଟର ବାର୍ତ୍ତାରେ ନାଗରିକଙ୍କୁ ନିବେଦନ କରିଛନ୍ତି ଯେ ଏକ ସୁରକ୍ଷିତ ଇଷ୍ଟର ପାଳନ କରିବା ପାଇଁ ସେମାନେ ଯଥାସମ୍ଭବ ଚେଷ୍ଟା କରନ୍ତୁ। ରାଷ୍ଟ୍ରପତି କହିଛନ୍ତି ଯେ, ଏହା ଏପରି ଏକ ସମୟ ହେବା ଉଚିତ୍ ନୁହେଁ ଯେତେବେଳେ ଆମେ ବସି  ରହି ରାସ୍ତାରେ ଦୁର୍ଘଟଣା କିମ୍ବା କ୍ଷୟକ୍ଷତିର ପରିସଂଖ୍ୟାନ ଦେଖିବା।