Indian Scientist Homi Jehangir Bhaba : 


COMMERCIAL BREAK
SCROLL TO CONTINUE READING

୧୯୬୦ ଦଶକର ଦୁନିଆକୁ ମନେ ପକାନ୍ତୁ । ସୋଭିଏତ୍ ୟୁନିଅନ୍ ଏବଂ ଆମେରିକା ମଧ୍ୟରେ ଶୀତଳ ଯୁଦ୍ଧ ଚରମରେ ଥିଲା । ସୋଭିଏତ୍ ୟୁନିଅନ୍ ସହିତ ବନ୍ଧୁତା ବଜାୟ ରଖିବା ସହିତ ଭାରତ ନାମ୍ (ଗୋଷ୍ଠୀ ନିରପେକ୍ଷ) ନାମକ ସଂଗଠନର ନେତୃତ୍ୱ ନେଉଥିଲା । ଏହି ସଂଗଠନର ସଦସ୍ୟ ରାଷ୍ଟ୍ର ଦୁଇ ମହାଶକ୍ତିଙ୍କ ମେଣ୍ଟରେ ସାମିଲ ନଥିଲେ ।  1961 ମସିହାରେ ଦେଶର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଆମେରିକାର ସେନା ଜେନେରାଲ ତଥା ୱେଷ୍ଟଇଙ୍ଗହାଉସ ପରାମର୍ଶଦାତା କେନେଥ ନିକୋଲ୍ସଙ୍କ ସହ ଏକ ସାକ୍ଷାତକାରରେ ଡକ୍ଟର ହୋମି ଜାହାଙ୍ଗୀର ଭାବା ଭାରତ ଗୋଟିଏ ବର୍ଷରେ ପରମାଣୁ ବୋମା ତିଆରି କରିପାରିବ ବୋଲି କହିଥିଲେ । ସେହିକଥାକୁ 1965 ରେ ଅଲ ଇଣ୍ଡିଆ ରେଡିଓକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ମଧ୍ଯ ଦୋହରାଇଥିଲେ ।  ସେ କହିଥିଲେ ଯେ ଯଦି ତାଙ୍କୁ ଅନୁମତି ମିଳେ ତେବେ ସେ 18 ମାସ ମଧ୍ୟରେ ପରମାଣୁ ବୋମା ତିଆରି କରିପାରିବେ । ୧୯୬୫ ମସିହାର ଅଲଇଣ୍ଡିଆ ରେଡିଓରେ ସାକ୍ଷାତକାରର ବର୍ଷକ ପରେ ୧୯୬୬ରେ ଭାବାଙ୍କର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।  ତେବେ ଏହା ଦୁର୍ଘଟଣା ନଥିଲା ବଂର ଆମେରିକୀୟ ଗୁଇନ୍ଦା ଏଜେନ୍ସି ସିଆଇଏ ଦ୍ୱାରା ରଚାଯାଇଥିବା ଷଡ଼ଯନ୍ତ୍ର ଥିଲା ବୋଲି ଏବେ ମଧ୍ଯ ଅନେକ ଦାବି କରନ୍ତି ।


୧୯୬୦ ଦଶକରେ ଯେତେବେଳେ ଭାରତ ଖାଦ୍ୟାନ୍ନ ପାଇଁ ବିଦେଶୀ ରାଷ୍ଟ୍ରଙ୍କ ଉପରେ ନିର୍ଭରଶୀଳ ଥିଲା ସେତେବେଳେ ଭାବା ଏହାକୁ ଏକ ଆଣବିକ ଶକ୍ତି କରିବାର ସ୍ୱପ୍ନ ଦେଖୁଥିଲେ । କାରଣ ଭାବା ଜାଣିଥିଲେ ଯେ, ବିଳମ୍ବରେ ହେଉ ପଛେ ଚୀନ୍ ପରମାଣୁ ଶକ୍ତି ହେବାକୁ ଯାଉଛି । ଚୀନ୍ ହାତରେ ପରମାଣୁ ଶକ୍ତି ରହିବା ଅର୍ଥାତ ଏସୀଆରେ ଶକ୍ତିସନ୍ତୁଳନ ବଦଳିବା । ଚୀନକୁ ନେଇ ଥିବା ବିପଦକୁ ଭାବା ବୁଝି ପାରିଥିଲେ । ତେଣୁ ସେ ଭାରତକୁ ପରମାଣୁ ଶକ୍ତିରେ ପରିଣତ କରିବାକୁ ଚାହୁଁଥିଲେ । କିନ୍ତୁ ଆମେରିକା ଏହା ଚାହୁଁନଥିଲା । ସିଆଇଏ ତାଙ୍କୁ ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର ରଚିଥିଲା ।


1948 ମସିହାରେ ପ୍ରଧାନମନ୍ତ୍ରୀ ନେହେରୁ ତାଙ୍କୁ ଆଣବିକ କାର୍ଯ୍ୟକ୍ରମର ମୁଖ୍ୟ କରିଥିଲେ। ଏହା ପରେ, 1950 ମସିହାରେ, ସେ ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିଥିଲେ । 1955 ମସିହାରେ ସେ ଜେନେଭାରେ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର ଉପରେ ମିଳିତ ଜାତିସଂଘର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ଉପଲବ୍ଧ ସୀମିତ ପରିମାଣର ୟୁରାନିୟମ୍ ସ୍ଥାନରେ ପରମାଣୁ ଶକ୍ତି କାର୍ଯ୍ୟକ୍ରମରେ ଥୋରିୟମ୍ ଅନ୍ତର୍ଭୂକ୍ତ କରିବାକୁ ଭାବା ସମର୍ଥନ କରିଥିଲେ।


 


ତାଙ୍କର ଉଦ୍ୟମ ଯୋଗୁଁ ଟ୍ରୋମ୍ବେରେ ପରମାଣୁ ଶକ୍ତି ପ୍ରତିଷ୍ଠା ପ୍ରତିଷ୍ଠା ହୋଇଥିଲା । ସେହି ବର୍ଷ ଭାରତରେ ପରମାଣୁ ଶକ୍ତି ବିଭାଗ ପ୍ରତିଷ୍ଠା କରାଯାଇଥିଲା। ଭବାଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ପାଞ୍ଚଥର ମନୋନୀତ କରାଯାଇଥିଲା ଏବଂ 1954 ମସିହାରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ପ୍ରଦାନ କରିଥିଲେ। ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ଆଣବିକ ଶକ୍ତିରେ ଭାରତକୁ ଆତ୍ମନିର୍ଭରଶୀଳ କରିବା। 24 ଜାନୁଆରୀ ୧୯୬୬ ରେ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ଭାବାଙ୍କ ମୃତ୍ୟୁ ପରେ ଭାରତର ପରମାଣୁ କାର୍ଯ୍ୟକ୍ରମ ପଛେଇ ଯାଇଥିଲା । ତାଙ୍କ ମୃତ୍ୟୁର ପାଖାପାଖି ଏକ ଦଶକ ପରେ ଭାରତ ପୋଖରାନରେ ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା ।