Advertisement
Article Detail0/zeeodisha/odisha2428742
Zee OdishaExplainersSalary Calculator: ସିଟିସି ଏବଂ ଇନ୍-ହେଣ୍ଡ ସାଲାରି ମଧ୍ୟରେ କଣ ରହିଛି ପାର୍ଥକ୍ୟ? ସରଳ ଭାଷାରେ ଜାଣନ୍ତୁ

Salary Calculator: ସିଟିସି ଏବଂ ଇନ୍-ହେଣ୍ଡ ସାଲାରି ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ? ସରଳ ଭାଷାରେ ଜାଣନ୍ତୁ

Salary Calculator: ଚାକିରିରେ ଯୋଗଦେବା ପୂର୍ବରୁ ଆପଣ ବେତନର ସମସ୍ତ ପାର୍ଟକୁ ସଠିକ୍ ଭାବରେ ବୁଝିବା ଉଚିତ୍। ବେସିକ୍ ସାଲାରି, ମନ୍ଥଲି CTC ଓ ଇନ୍-ହେଣ୍ଡ ସାଲାରି ବିଷୟରେ ସଠିକ୍ ସୂଚନା ଆପଣଙ୍କ ଫିନାନସିଆଲ୍ ପ୍ଲାନ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ।

 

Salary Calculator
Salary Calculator

Salary Calculator: ଆପଣ ଯେତେବେଳେ ଏକ ନୂଆ ଚାକିରିରେ ଯୋଗ ଦିଅନ୍ତି, HR ବିଭାଗ ଆପଣଙ୍କୁ ଦରମା ବିଷୟରେ କହିଥାଏ। ଯେଉଁଠାରେ ଦୁଇଟି ଶବ୍ଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ CTC (Cost to Company) ଓ ଇନ୍ ହେଣ୍ଡ ସାଲାରି। ଏହାର ଅର୍ଥ କ’ଣ ଏବଂ ଏହା ଆପଣଙ୍କ ଦରମା ଉପରେ କିପରି ପ୍ରଭାବ ପକାଇଥାଏ। ଏହାକୁ ନେଇ ଅନେକ ଲୋକ ଦ୍ୱନ୍ଦ୍ୱରେ ରହିଥାନ୍ତି। ତବେ ଆସନ୍ତୁ ଜାଣିବା ଏହି ଦୁଇଟି ମଧ୍ୟରେ ପାର୍ଥକ୍ୟ।

CTC କ’ଣ?
CTC ଅର୍ଥ ହେଉଛି କମ୍ପାନୀ ଦ୍ୱାରା ଏହାର କର୍ମଚାରୀମାନଙ୍କ ଉପରେ ହୋଇଥିବା ମୋଟ ଖର୍ଚ୍ଚର ଅନୁମାନ। ଆପଣଙ୍କ ବେସିକ୍ ସାଲାରି ବ୍ୟତୀତ ଏଥିରେ ବିଭିନ୍ନ ଭତ୍ତା (Allowances), ପିଏଫ୍ (Provident Fund), ଗ୍ରାଚ୍ୟୁଇଟି ଏବଂ ଅନ୍ୟାନ୍ୟ ସୁବିଧା ସାମିଲ ଥାଏ। ଏହା ଆପଣଙ୍କ ମୋଟ ବାର୍ଷିକ ରୋଜଗାରର ଏକ ଆକଳନ। ଯାହାକୁ ପ୍ରାୟତଃ “ଏନୁଆଲ୍ ପ୍ୟାକେଜ୍” କୁହାଯାଏ। CTC ର ପରିମାଣ ଆପଣଙ୍କ ମୋଟ ବେତନଠାରୁ ଅଧିକ ଦେଖାଯାଏ କାରଣ ଏଥିରେ ସମସ୍ତ ପ୍ରକାର ଖର୍ଚ୍ଚ ଅନ୍ତର୍ଭୂକ୍ତ ହୋଇଛି ଯାହା ଆପଣଙ୍କ ପାଇଁ କମ୍ପାନୀ ବହନ କରେ।

ଇନ୍-ହେଣ୍ଡ ସାଲାରି କ’ଣ?
ଇନ୍-ହ୍ୟାଣ୍ଡ୍ ସାଲାରି ହେଉଛି ସେହି ପରିମାଣ ଯାହା ପ୍ରତି ମାସରେ ଟ୍ୟାକ୍ସ, PF ଓ ଅନ୍ୟାନ୍ୟ ରିହାତି ପରେ ଆପଣଙ୍କ ଆକାଉଣ୍ଟରେ ଜମା ହୋଇଥାଏ। ଆମେ ମଧ୍ୟ ଏହାକୁ ମଧ୍ୟ ନେଟ୍ ସାଲାରି ବୋଲି କହିଥାଉ। ଏହା ହେଉଛି ଆପଣଙ୍କର ପ୍ରକୃତ ମାସିକ ଆୟ, ଯାହାକୁ ଆପଣ ବ୍ୟବହାର କରିପାରିବେ। କହିରଖୁଛୁ ଯେ CTC ଏବଂ ଇନ୍-ହ୍ୟାଣ୍ଡ୍ ସାଲାରି ମଧ୍ୟରେ ପାର୍ଥକ୍ୟ ମୁଖ୍ୟତଃ ଏହି ଅନ୍ୟାନ୍ୟ ସୁବିଧା ପାଇଁ କଟା ଯାଉଥିବା ଥିବା ଟଙ୍କା ଯୋଗୁଁ ହୋଇଥାଏ ।

Add Zee News as a Preferred Source

ଦରମାକୁ ନେଇ ସଠିକ୍ ବୁଝାମଣା କାହିଁକି ଗୁରୁତ୍ୱପୂର୍ଣ୍ଣ?
ଅନେକ ଥର ଲୋକମାନେ CTC ଦେଖିବା ପରେ ଅଧିକ ଆଗ୍ରହୀ ହୋଇଯାଆନ୍ତି, କିନ୍ତୁ ସେମାନଙ୍କ ପାଖରେ ଇନ୍-ହ୍ୟାଣ୍ଡ୍ ସାଲାରି ବିଷୟରେ ସଠିକ୍ ସୂଚନା ନଥାଏ। ତେଣୁ ଏକ ନୂତନ ଚାକିରିରେ ଯୋଗଦେବା ପୂର୍ବରୁ ଆପଣ ବେତନର ସମସ୍ତ ଅଂଶକୁ ସଠିକ୍ ଭାବରେ ବୁଝିବା ଉଚିତ୍। ଆପଣ ନିଜର ଫିନାନସିଆଲ୍ ପ୍ଲାନ ପାଇଁ ବେସିକ୍ ସାଲାରି, ମାସିକ CTC ଓ ଇନ୍-ହେଣ୍ଡ ସାଲାରି ବିଷୟରେ ସଠିକ୍ ସୂଚନା ଜାଣିବା ଗୁରୁତ୍ୱପୂର୍ଣ୍ଣ।

About the Author