ଭୁବନେଶ୍ୱର:  ଶେଷରେ ଗିରଫ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗୁରୁବାର ଏକାଧିକ ମାମଲାରେ ତାଙ୍କୁ ଭୁବନେଶ୍ୱରରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ସେପଟେ ପ୍ରଦୀପଙ୍କ ଗିରଫଦାରୀକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି। ଯେଉଁ ଭଳି ଭାବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ସରକାରଙ୍କ ଏକ ଷଡଯନ୍ତ୍ର ବୋଲି ପ୍ରଦୀପଙ୍କ ପତ୍ନୀ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଗତ ନଭେମ୍ବର ୨୯ରେ ଜନବିରୋଧି କାର୍ଯ୍ୟ ପାଇଁ ପ୍ରଦୀପ (Pradeep Panigrahi) ଙ୍କୁ ବିଜେଡି (BJD) ରୁ ବହିଷ୍କାର କରାଯାଇଥିଲା। ଆଉ ସେହି ଦିନଠୁ ସେ ରାଜ୍ୟ ସରକାରଙ୍କୁ ଲଗାତାର ଟାର୍ଗେଟ କରି ଆସୁଥିଲେ। ନବୀନ ସରକାର (Naveen Govt) ଙ୍କ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଉପେର ବି ପ୍ରଦୀପ ପ୍ରଶ୍ନ ଉଠାଇଥିଲେ। ଏପରି କି ସରକାର କେବଳ ଜଣେ ବ୍ୟକ୍ତିଙ୍କ ନିର୍ଦ୍ଦେଶର ଚାଲୁଛି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ। 


Also Read: ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ


ଏକ ପ୍ରେସମିଟ କରି ପ୍ରଦୀପ ରାଜ୍ୟ ଶାସନ ଓ ପାୱାର କରିଡରର ଅନେକ ଗୁମର ଖୋଲିଥିଲେ। ସେ କହିଥିଲେ ଯେ, ରାଜ୍ୟରେ ଏବେ ଜଣେ ବ୍ୟକ୍ତିର ଏକଛତ୍ରବାଦୀ ସ୍ୱେଚ୍ଛାଚାରୀ ଶାସନ ଚାଲିଛି। ତାଙ୍କରି ପାଖରେ ପ୍ରଶାସନିକ, ରାଜନୀତିକ ଓ ଆର୍ଥିକ କ୍ଷମତା କେନ୍ଦ୍ରୀଭୂତ ହୋଇ ରହିଛି। ତେଣୁ କ୍ଷମତାର ଅପବ୍ୟହାର ହେଉଛି। ଗୋଟିଏ ଲେଖାଏଁ ବିଭାଗରେ ସଚିବ ମାନେ ୮ ବର୍ଷ ଧରି ନିଜର ଆଧିପତ୍ୟ ବିସ୍ତାର କରୁଛନ୍ତି ବୋଲି ପ୍ରଦୀପ ଅଭିଯୋଗ ଆଣିଥିଲେ। 


କେବେଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିବାରେ ପାଇଁ ବି ଷଡଯନ୍ତ୍ର ହୋଇଛି। କେବଳ ଜଣେ ବ୍ୟକ୍ତିଙ୍କ ନିକଟରେ ନତମସ୍ତକ ନ ହେବାରୁ ତାଙ୍କୁ ଆକ୍ରୋଶର ଶିକାର ହେବାକୁ ପଡିଛି। କିଛି ଲୋକ ମୁଖ୍ୟମନ୍ତ୍ରୀ ନବୀନ (Naveen Pattnaik) ଙ୍କ ବିଶ୍ୱାସଭାଜନ ହୋଇ ନିଜସ୍ୱ ସ୍ୱାର୍ଥହାସଲରେ ଲାଗିଛନ୍ତି। ଆଉ ସେମାନେ ରାଜ୍ୟର ଶାସନ ବ୍ୟବସ୍ଥାକୁ ଧୂଳିସାତ୍ କରୁଛନ୍ତି ବୋଲି ପ୍ରଦୀପ ପ୍ରେସମିଟରେ କହିଥିଲେ।


Also Read: ପ୍ରଦୀପ ଆକାଉଣ୍ଟକୁ ୬ ମାସରେ ଆସିଛି ଅଢେଇ କୋଟି


ଏପରି କି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ (VK Pandian) ଙ୍କୁ ବି ପ୍ରଦୀପ ଟାର୍ଗେଟ କରିଥିଲେ। ୨୦୧୧ ମସିହାର ଡାଲି ଦୁର୍ନୀତିକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ। ସେହି ମାମଲାରେ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଭିକେ ପାଣ୍ଡିଆନଙ୍କ ବିରୋଧରେ ଭିଜିଲାନ୍ସରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ସେହି ତଦନ୍ତର ଅଗ କି ମୂଳ ଜଣାପଡିଲା ନାହିଁ ବୋଲି ପ୍ରଦୀପ କହିଥିଲେ।


ଏପରି ଅନେକ ପ୍ରସଙ୍ଗକୁ ନେଇ ପ୍ରଦୀପ ଶାସକ ବିଜେଡି ଓ ତାର ପ୍ରଶାସନିକ ଅଧିକାରୀଙ୍କୁ ଘେରିଥିଲେ। ସରକାରଙ୍କ ଅନେକ ଦୋଷ, ଦୁର୍ବଳତା ଓ ଦୁର୍ନୀତି ବିଷୟରେ ବି ସେ ଜଣିଥିବା କହିଥିଲେ। ଏହାରି ପରେ ଭାବି ସମୁଦି IFS ଅଭୟ ପାଠକଙ୍କ ଲିଙ୍କ ନେଇ ଖୋଳତାଡ ଆରମ୍ଭ ହେଲା। ଆଉ ତଦନ୍ତ ଆରମ୍ଭ ହେବାର ୩ ଦିନ ଭିତରେ ସିଟିଂ ବିଧାୟକ ପ୍ରଦୀପଙ୍କୁ ଭିଜିଲାନ୍ସ ଗିରଫ କରିଛି। ତେବେ ଏଭଳି ଦୃତ କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି। ସରକାରଙ୍କ ଗୁମର ଖୋଲିବା ଭୟରେ ତାଙ୍କୁ ଗିରଫ କରାଯାଇଥିବା ଚର୍ଚ୍ଚା ହେଉଛି।