Health Tips: ଆଜିକାଲି ପିଲାଠୁ ବୁଢା ସଭିଏଁ ଜଙ୍କ୍ ଫୁଡ୍(Junk Food ) ଖାଇବା ପାଇଁ ପାଗଳ । ଖାସ୍ କରି ଛୋଟ ପିଲାମାନେ (Child) ଏହି ଖାଦ୍ୟକୁ ଅଧିକ ମାତ୍ରାରେ ଖାଇବାକୁ ପସନ୍ଦ (Junk Food Addiction) କରୁଛନ୍ତି। ପିଲାମାନଙ୍କୁ ଜଙ୍କ୍ ଫୁଡ୍ ଠାରୁ ଦୂରରେ ରଖିବା ପ୍ରତ୍ୟେକ ପିତାମାତାଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି  । ଜଙ୍କଫୁଡ୍ ଖାଇବା ଦ୍ବାରା ବହୁ ମାରାତ୍ମକ ରୋଗର ଶୀକାର ହେବାକୁ ପଡିଥାଏ । ଏପରିକି ଜୀବନ ମଧ୍ୟ ନେଇପାରେ ଏହି ସବୁ ଗମ୍ଭୀର ରୋଗ । ତେବେ, କିଭଳି ଭାବେ ଆପଣ ପିଲାମାନଙ୍କୁ ଜଙ୍କ୍ ଫୁଡ୍ ଠାରୁ ଦୂରେଇ ରଖିବେ ସେନେଇ ଆମେ ଆଜି ଚର୍ଚ୍ଚା କରିବା । 


COMMERCIAL BREAK
SCROLL TO CONTINUE READING

Also Read:  Monsoon Health Tips: ଏହି ୫ ଖାଦ୍ୟ ବର୍ଷା ଦିନେ ଆପଣଙ୍କୁ ରଖିବ ନିରୋଗ!


Also Read: PM Kisan Yojana: ଆପଣଙ୍କ ଆକାଉଣ୍ଟକୁ ଯାଇନି କି ୧୪ତମ କିସ୍ତିର ଟଙ୍କା? ତେବେ କରନ୍ତୁ ଏହି ଦୁଇଟି କାମ



ପିତାମାତାମାନେ ସେମାନଙ୍କର ପିଲାମାନଙ୍କର ପ୍ରଥମ ଆଦର୍ଶ ଅଟନ୍ତି, ତେଣୁ ସେମାନେ ଯାହା କରୁଛନ୍ତି ତାହା ଅନୁସରଣ କରନ୍ତି । ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କ ପିଲା ସୁସ୍ଥ ଖାଆନ୍ତୁ, ତେବେ ଆପଣଙ୍କୁ ମଧ୍ୟ ଆପଣଙ୍କର ଜୀବନ ଶୈଳରେ ପରିବର୍ତ୍ତନ ଆଣିବାକୁ ପଡିବ । ଯଦି ଆପଣ ପ୍ରାୟତ  ଜଙ୍କ୍ ଫୁଡ୍ ରେ ଖାଉଛନ୍ତି ତେବେ, ଆପଣଙ୍କ ପିଲାମଧ୍ୟ ଆପଣଙ୍କୁ ଅନୁସରଣ କରିବେ। ତେଣୁ ଆପଣଙ୍କୁ ଜଙ୍କଫୁଡ୍ ଛାଡିବାକୁ ପଡିବ। 



ପିଲାମାନଙ୍କୁ ଫାଷ୍ଟଫୁଡର ଖାଇଲେ କଣ ସବୁ ରୋଗ ହୋଇଥାଏ ସେବିଷୟରେ କୁହନ୍ତୁ :


ଏକ ସନ୍ତୁଳିତ ଖାଦ୍ୟର ମହତ୍ତ୍ବ ବିଷୟରେ ଆପଣ ପିଲାଙ୍କୁ କୁହନ୍ତୁ ଏବଂ ଫାଷ୍ଟଫୁଡର ଖାଇଲେ କଣ ସବୁ ରୋଗ ହୋଇଥାଏ ସେବିଷୟରେ କୁହନ୍ତୁ । ସୁସ୍ଥ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ବିଷୟରେ ସେମାନଙ୍କୁ ଭଲ ଭାବରେ ବୁଝାନ୍ତୁ। 


ଭଲ ଖାଦ୍ୟ ବିଷୟରେ ପିଲାମାନଙ୍କୁ କୁହନ୍ତୁ :
ଦରକାର ପଡିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ, ପିଲାମାନଙ୍କୁ ଖାଦ୍ୟ ଦିଅନ୍ତୁ । ଆରମ୍ଭରୁ ପିଲାମାନଙ୍କୁ ପନିପରିବା ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ। ଏବଂ ପନିପରିବାର ଉପକାରିତା ବିଷୟରେ ସେମାନଙ୍କୁ କୁହନ୍ତୁ । 


ପିଲାମାନଙ୍କୁ କେତେ ଏକାକୀ ବସିବାକୁ ଦିଅନ୍ତୁ ନାହିଁ  :
ପିଲାମାନେ ପ୍ରାୟତ ଖାଲି ସମୟରେ କ୍ରୋଧିତ ହୁଅନ୍ତି ଏବଂ ଜଙ୍କ୍ ଫୁଡ୍  ଖାଇବାକୁ ଯିଦ୍ କରନ୍ତି । ତେଣୁ, ସନ୍ଧ୍ୟାରେ ସେମାନଙ୍କୁ କିଛି ହୋମ୍ଓ୍ବାର୍କ କରାନ୍ତୁ । ସେମାନଙ୍କୁ ବ୍ୟସ୍ତ ରଖିବା ଫଳରେ ସେମାନେ ଜଙ୍କଫୁଡ ଖାଇବା କଥା ମଧ୍ୟ ଭାବିବେ ନାହିଁ। 


ସୁସ୍ଥ ସ୍ନାକ୍ସ ପାଇଁ ବାଛନ୍ତୁ:
ଆପଣଙ୍କ ପିଲାମାନଙ୍କୁ ହେଲଦି ସ୍ନାକ୍ସ ଦିଅନ୍ତୁ। ସତେଜ ଫଳ, ପନିପରିବା, ଶସ୍ୟ ଓ ଦହି ଭଳି ଖାଦ୍ୟ ଖାଇବାକୁ ଦିଅନ୍ତୁ। ଯାହା ସେମାନଙ୍କ ସ୍ବାସ୍ଥ୍ୟକୁ ଠିକ୍ ରଖିବ । 


(Disclamer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସୂଚନା ପାଇଁ ଅଟେ ଏବଂ ଡାକ୍ତରୀ ପରାମର୍ଶ, ନିରାକରଣ କିମ୍ବା ଚିକିତ୍ସା ପାଇଁ ଏକ ବିକଳ୍ପ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ। କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ କେବଳ ତାଙ୍କ ପରାମର୍ଶରେ ଔଷଧ ନିଅନ୍ତୁ।)