Advertisement
Photo Details/zeeodisha/odisha1832685
photoDetails0hindi

PM Kisan Yojana: ଆପଣଙ୍କ ଆକାଉଣ୍ଟକୁ ଯାଇନି କି ୧୪ତମ କିସ୍ତିର ଟଙ୍କା? ତେବେ କରନ୍ତୁ ଏହି ଦୁଇଟି କାମ

PM Kisan Samman Nidhi Yojana: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Yojana) ଅଧୀନରେ କୃଷକମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦିଆଯାଏ । ଏବଂ ଏହି ଟଙ୍କା ପ୍ରତି ଚାରି ମାସରେ ୨ ହଜାର ଟଙ୍କା ଲେଖାଁଏ ତିନି କିସ୍ତିରେ ଦିଆଯାଏ । ନିକଟର ଏହି ଯୋଜନା ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ୧୪ ତମ କିସ୍ତିର ଟଙ୍କା ଯାଇଛି । କିନ୍ତୁ କିଛି ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇ ନାହିଁ ।

1/5

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବର୍ଷ ଜୁଲାଇ ୨୭ରେ ୧୪ ତମ କିସ୍ତିର ଟଙ୍କା ଚାଷୀଙ୍କ ଖାତାକୁ ଯାଇଛି।  

 

2/5

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM MODI),ଏହି ଯୋଜନା ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି। 

 

3/5

ଟଙ୍କା ଅଟକିବାର ପ୍ରଥମ କାରଣ ହେଉଛି, ଆପଣ ନିଜ (e-KYC) ଫର୍ମ  ସଠିକ୍ ଭାବେ ନ ଭରିଥିବେ। ଯଦି ଆପଣ ଏହା କରିନାହାଁନ୍ତି, ତେବେ ଆପଣ ନିୟମ ଅନୁଯାୟୀ କିସ୍ତିର ଲାଭ ପାଇବେ ନାହିଁ । କିନ୍ତୁ ଯଦି ଆପଣ (e-KYC) ଫର୍ମ ପୁରଣ କରିବେ। ତେବେ ଆପଣ ଅଟକି ଥିବା କିସ୍ତି ଟଙ୍କା ପାଇପାରିବେ 

 

4/5

(e-KYC) ପୁରଣ କରିବା ପାଇଁ ଆପଣ ଆପଣଙ୍କର ନିକଟତମ  (CSC) କେନ୍ଦ୍ର, ଅଫିସିଆଲ୍ ପୋର୍ଟାଲ୍ pmkisan.gov.in କରିପାରିବେ । ଏହା ବ୍ୟତୀତ ଆପଣ ଏହି କାର୍ଯ୍ୟ କରିବାକୁ ବ୍ୟାଙ୍କକୁ ମଧ୍ୟ ଯାଇପାରିବେ ।

5/5

ଅନେକ କୃଷକଙ୍କ କିସ୍ତି ମଧ୍ୟ ଅଟକି ରହିଛି କାରଣ ସେମାନଙ୍କ ଦ୍ବାରା ଦିଆଯାଇଥିବା ବ୍ୟାଙ୍କିଙ୍ଗ୍ ସୂଚନା ଭୁଲ, ଆଧାର ନମ୍ବର ଭୁଲ, ଲିଙ୍ଗ, ଫର୍ମରେ ନାମ ଭଳି ଅନ୍ୟ ସୂଚନା ଭୁଲ ହୋଇପାରେ। ସେଥିପାଇଁ ତାଙ୍କର କିସ୍ତି ଅଟକି ଯାଇଛି । ଏପରି ପରିସ୍ଥିତିରେ, ଆପଣ ଏହି ତ୍ରୁଟିଗୁଡ଼ିକୁ ସଂଶୋଧନ କରିବା ପରେ ହିଁ କିସ୍ତିର ଲାଭ ପାଇପାରିବେ । ​