ରଘୁନାଥ ସାହୁ, ଅନୁଗୋଳ: ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ପାଳଲହଡ଼ା ବିଧାୟକ ମୁକେଶ ପାଲ (Mukesh Pal)। ବିଧାୟକଙ୍କ (MLA) ଘରେ ଗତ ସୋମବାର ରାତି ଅଧରେ ହାଇ ଡ୍ରାମା ପରେ ବିଧାୟକଙ୍କ (MLA) ଏହି ବିବାଦ ସମ୍ପର୍କରେ ସାମ୍ନାକୁ ଆସିଥିଲା। ଯୁବତୀ ଜଣକ ରାତି ଅଧରେ ବିଧାୟକଙ୍କୁ ବିବାହ କରିବା ଜିଦିରେ ଅଟଳ ରହି ହଟ୍ଟଗୋଳ କରିବା ସହିତ  ଘରେ ରହିଥିଲେ। ସେପଟେ କିନ୍ତୁ ବିଧାୟକ ମୁକେଶ ପାଲ (Mukesh Pal) ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ବାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । 


COMMERCIAL BREAK
SCROLL TO CONTINUE READING

 



ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର (Mayurbhanj) ଜଣେ ଯୁବତୀ ଗତ ସୋମବାର ରାତିରେ ପାଲଲହଡା (Pallahara) ବିଧାୟକଙ୍କ ମୁକେଶ ପାଳଙ୍କ (Mukesh Pal) ଘରକୁ ଆସି ବିଧାୟକଙ୍କୁ ବିବାହ କରିବାକୁ ଜିଦ ଧରି ବସିଥିଲେ। ପରେ ରାତି ପ୍ରାୟ ଦୁଇଟାରେ ପୋଲିସ ବିଧାୟକଙ୍କ ଘରେ ପହଞ୍ଚି ଯୁବତୀ ଜଣଙ୍କୁ ଥାନାକୁ ନେଇ ଯାଇଥିଲେ । ପରେ ଏକ ଗାଡିରେ ବସାଇ ଘରକୁ ପଠାଇ ଦେଇଥିଲେ । ସେପଟେ ବିଧାୟକ ଥାନାରେ ଏକ ମାମଲା ରୁଜୁ କରିଥିଲେ । 


ଅଧିକ ପଢନ୍ତୁ: ଅକ୍ଷୟଙ୍କଠୁ ଆରମ୍ଭ କରି ଆଲିଆ ପର୍ଯ୍ୟନ୍ତ, ଏହି ସମସ୍ତ କଳାକାରଙ୍କ ପାଖରେ ନାହିଁ ଭାରତର ନାଗରିକତା


ବିଧାୟକ ପାଲଲହଡା ଥାନାରେ କରିଥିବା ଅଭିଯୋଗ ଅନୁସାରେ ବିଧାୟକ ମୁକେଶ ପାଳଙ୍କ ଜଣେ ବନ୍ଧୁ ସମ୍ପୃକ୍ତ ଯୁବତୀଙ୍କ ସହ ବିବାହ ପ୍ରସ୍ତାବ ଦେଇଥିଲେ । ତେବେ ଏହି ବିବାହ ପ୍ରସ୍ତାବକୁ ପରେ ଦେଖିବା ବୋଲି ବିଧାୟକ କହିଥିଲେ। ପରେ ସମ୍ପୃକ୍ତ ଝିଅ ବିଧାୟକଙ୍କ ନମ୍ବର ସଂଗ୍ରହ କରି ଫୋନ କରିଥିଲେ ଏବଂ ଉଭୟ କଥାବାର୍ତ୍ତା ମଧ୍ୟ ହୋଇଥିଲେ । ତେବେ ଝିଅ ବାରମ୍ବାର ଫୋନ କରିବାରୁ ବିଧାୟକ କୁଆଡେ ଏଥିରୁ ନିବୃତ୍ତ ରହିବାକୁ ଯୁବତୀଙ୍କୁ କହିଥିଲେ । ବିଧାୟକଙ୍କ ଠାରୁ ଏଭଳି ନାସ୍ତିବାଣୀ ଶୁଣି ସମ୍ପୃକ୍ତ ଯୁବତୀ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରିବା ସହ ବିବାହ ନକଲେ ଫସାଇଦେବା ଓ ରାଜନୈତିକ କ୍ୟାରିଆର ନଷ୍ଟ କରିଦେବ ବୋଲି ଧମକ ଦେଉଥିଲା ବୋଲି ବିଧାୟକ ମୁକେଶ ପାଳ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। 


ଅଧିକ ପଢନ୍ତୁ: ରାସ୍ତାକଡରୁ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର


ଏପରିକି ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ କର୍ମକର୍ତ୍ତା ଓ କର୍ମୀଙ୍କ ନମ୍ବର ସଂଗ୍ରହ କରି ତାଙ୍କୁ ମଧ୍ୟ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ବିଧାୟକ । ଆଉ କୌଣସି ପ୍ରକାରେ ସଫଳ ନ ହେବାରୁ ସମ୍ପୃକ୍ତ ଯୁବତୀ ୨୫ ତାରିଖ ଅପରାହ୍ନ ୨ଟା ସମୟରେ ତାଙ୍କ ଘରକୁ ଆସି ଘର ଲୋକଙ୍କୁ ବାହା ନହେଲେ ଏଠାରୁ ଯିବି ନାହିଁ ବୋଲି ଜିଦ ଧରିଥିଲେ। ଆଉ ସେତେବେଳେ ବିଧାୟକ ଖମାରରେ ଏକ ସଭାରେ ଥିବା ବେଳେ ତାଙ୍କ ବାପା ତାଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। 


ଅଧିକ ପଢନ୍ତୁ: କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତିକର ଖବର ଦେଲେ ମୋଦି ସରକାର!


ଖବର ପାଇ ବିଧାୟକ ଘରକୁ ଆସି ଯୁବତୀଙ୍କୁ ମନା କରିବା ସତ୍ବେ କାହିଁକି ଆସିଛ ବୋଲି ପଚାରିବାରୁ ତାଙ୍କୁ ଯୁବତୀ ଓଲଟା ଧମକ ଦେଇଥିଲେ ବୋଲି ବିଧାୟକ ଅଭିଯୋଗ କରିଛନ୍ତି। ଏଣୁ ବାଧ୍ୟ ହୋଇ ବିଧାୟକ ପୋଲିସକୁ ସୂଚନା ଦେବା ସହ ଆଇନର ଆଶ୍ରୟ ନେଇଥିଲେ ବୋଲି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ତେବେ ବିଧାୟକଙ୍କ ଏହି ଅଭିଯୋଗ ପରେ ଘଟଣାକୁ ନେଇ ସାରା ଜିଲ୍ଲାରେ ଏବେ ଚର୍ଚ୍ଚା ଜୋର ଧରିଛି। କେବଳ ଫୋନରେ ଯୋଗେ ଦୁଇଥର କଥାବାର୍ତ୍ତା ହୋଇଗଲେ କେହି କଣ ଏମିତି କାଣ୍ଡ କରିପାରେ ବୋଲି ସାଧାରଣରେ ଫୁସୁରୁଫାସର ହେଉଛନ୍ତି ।