ପ୍ରାୟ ତିନି ଦଶନ୍ଧି ବିତିଗଲାଣି ଅକ୍ଷୟ କୁମାର ବଲିଉଡ (Bollywood) ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । କିନ୍ତୁ ସେ ଭାରତର ନାଗରିକ ନୁହଁନ୍ତି ଏବଂ ସେଥିପାଇଁ ସେ ଭୋଟ୍ ମଧ୍ୟ ଦିଅନ୍ତି ନାହିଁ ।
Trending Photos
୧. ଅକ୍ଷୟ କୁମାର (Akshay Kumar) - ପ୍ରାୟ ତିନି ଦଶନ୍ଧି ବିତିଗଲାଣି ଅକ୍ଷୟ କୁମାର ବଲିଉଡ (Bollywood) ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । କିନ୍ତୁ ସେ ଭାରତର ନାଗରିକ ନୁହଁନ୍ତି ଏବଂ ସେଥିପାଇଁ ସେ ଭୋଟ୍ ମଧ୍ୟ ଦିଅନ୍ତି ନାହିଁ । ଅକ୍ଷୟଙ୍କ ପାଖରେ କାନାଡାର ନାଗରିକତା ରହିଛି । ଯାହା ତାଙ୍କୁ ୱିଣ୍ଡସର ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ମାନ ଭାବରେ ପ୍ରଦାନ କରାଯାଇଥିଲା ।
ଅଧିକ ପଢ଼ନ୍ତୁ:-ମାଗଣାରେ ମିଳିବ LPG ସିଲିଣ୍ଡର! କିନ୍ତୁ ଏହିପରି କରିବାକୁ ହେବ ଗ୍ୟାସ୍ ବୁକିଂ
୨. ଆଲିଆ ଭଟ୍ଟ (Alia Bhatt) - ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କିନ୍ତୁ ଆଲିଆ ଭଟ୍ଟ ମଧ୍ୟ କାଗଜପତ୍ର ଆଧାରରେ ଭାରତର ନାଗରିକ ନୁହଁନ୍ତି ବରଂ ସେ ବ୍ରିଟିଶ ନାଗରିକ । ତାଙ୍କ ପାଖରେ ବ୍ରିଟେନର ପାସପୋର୍ଟ ମଧ୍ୟ ଅଛି । ଏହା ପଛର କାରଣ ହେଉଛି ଆଲିଆ ଭଟ୍ଟଙ୍କ ମା ସୋନି ରାଜଦାନ ବ୍ରିଟେନର ନାଗରିକ ।
ଅଧିକ ପଢ଼ନ୍ତୁ:-ଅମ୍ୱାନୀ ପରି କୋଟିପତି ମହାମାରୀରେ ହୋଇଛନ୍ତି ଅଧିକ ଧନୀ, ଗରିବ କିନ୍ତୁ ହେଲା ଆହୁରି ଗରିବ: Oxfam
୩. ଦୀପିକା ପାଦୁକୋନ (Deepika Padukone) - ଆଜି ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ ଥିବା ଦୀପିକା ପାଦୁକୋନ ମଧ୍ୟ ଭାରତୀୟ ନାଗରିକତ୍ୱ ଗ୍ରହଣ କରିନାହାଁନ୍ତି । ବରଂ ତାଙ୍କ ପାଖରେ ଡେନମାର୍କର ନାଗରିକତା ଅଛି । କାରଣ ସେ ଡେନମାର୍କରେ ଜନ୍ମଗ୍ରହଣ କରିଥିଲେ । ଏବଂ ସେ ସେଠାକାର ପାସପୋର୍ଟ ରଖିଛନ୍ତି ।
ଅଧିକ ପଢ଼ନ୍ତୁ:-ଦୀପ ସିଦ୍ଧୁଙ୍କଠୁ ନିଜକୁ ଅଲଗା କଲେ ସନ୍ନି ଦେଓଲ, ଜାଣନ୍ତୁ ଲାଲକିଲ୍ଲାରେ ପତାକା ଉଡ଼ାଇଥିବା ଲୋକଙ୍କ ମଧ୍ୟରେ ସାମିଲ ଏହି ବ୍ୟକ୍ତି ଜଣକ କିଏ?
୪. ସନ୍ନି ଲିଓନି (Sunny Leone) - ଯଦିଓ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଭାରତରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ ପାଖରେ ଭାରତର ନାଗରିକତା ନାହିଁ । ତାଙ୍କ ପାଖରେ ଉଭୟ ଆମେରିକା ଓ କାନାଡା ଦେଶର ଦ୍ୱୈତ ନାଗରିକତା ଅଛି । ଯଦିଓ ସେ ସ୍ୱାମୀ ଡାନିଏଲ ଏବଂ ଉଭୟ ପିଲାଙ୍କ ସହିତ ଭାରତରେ ରୁହନ୍ତି, କିନ୍ତୁ ବିଦେଶରେ ସେମାନଙ୍କର ଘର ମଧ୍ୟ ଅଛି ।
ଅଧିକ ପଢ଼ନ୍ତୁ:-କର୍ମଚାରୀଙ୍କ ଏପ୍ରିଲରୁ ବଢ଼ିବ ଗ୍ରାଚ୍ୟୁଇଟି ଓ PF, କିନ୍ତୁ ହାତରେ ଆସିବ କମ୍ ଟଙ୍କା!
୫. କ୍ୟାଟ୍ରିନା କୈଫ (Katrina Kaif) - ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପିତା କାଶ୍ମୀରୀ ଏବଂ ମାତା ଖ୍ରୀଷ୍ଟିଆନ । କିନ୍ତୁ ତଥାପି କ୍ୟାଟ୍ରିନାଙ୍କ ପାଖରେ ଭାରତୀୟ ନାଗରିକତା ନାହିଁ । ତେଣୁ ସେ ଭାରତରେ ଭୋଟ୍ ଦେଇପାରିବେ ନାହିଁ । କ୍ୟାଟ୍ରିନା ହଂକଂରେ ଜନ୍ମଗ୍ରହଣ କରିଥିଲେ ।