ଏପରି ଏକ ରହସ୍ୟମୟ ମନ୍ଦିର; ଯିଏ କରିଥାଏ ବର୍ଷା ହେବାର ପୂର୍ବାନୁମାନ
ମନ୍ଦିର ପଛରେ ରହିଥିବା ରହସ୍ୟର ପର୍ଦ୍ଦଫାଶ କରିବା ପାଇଁ ବିଭିନ୍ନ ଗବେଷଣା କରାଯାଇଛି ହେଲେ କେହି ଏଥିରେ ସଫଳ ହୋଇନାହାଁନ୍ତି।
ନୂଆଦିଲ୍ଲୀ: ଆଧୁନିକ ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଏପରି ଅନେକ ମନ୍ଦିର ରହିଛି ଯାହା ସହିତ ଜଡିତ ରହିଛି ବିଭିନ୍ନ ରହସ୍ୟ। ପ୍ରାଚୀନ ଐତିହାସିକ କାଳରେ ନିର୍ମିତ ହୋଇଥିବା ଏହି ମନ୍ଦିରର ଇତିହାସ ଯେତେ ପୂରୁଣା ସେତେ ପୁରୁଣା ଏହା ସହିତ ଜଡିତ ରହିଥିବା ବିଭିନ୍ନ ରହସ୍ୟମୟ ଘଟଣା ଏବଂ କାହାଣୀ। ଯଦି ଓଡିଶା କଥା ବିଚାର କରାଯାଏ ତାହେଲେ ପୁରୀରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଏହି ତାଲିକା ମଧ୍ୟରେ ଅନ୍ତର୍ଭୂକ୍ତ।
ଓଡିଆ ଜାତିର (Odia Community) ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ (Lord Jagannath)। କେବଳ ଓଡି଼ଶା (Odisha) ନୁହେଁ ବିଶ୍ୱ କୋଣ ଅନୁକୋଣରେ କରାଯାଇ ଥାଏ ତାଙ୍କର ଆରାଧନା। ଭାରତକୁ (India) ଛାଡି ଅନ୍ୟାନ୍ୟ ଦେଶରେ ମଧ୍ୟ ସ୍ଥାପନ ହୋଇଛି ଜଗନ୍ନାଥ ମନ୍ଦିର (Jagannath Temple)। ପୁରୀ ସହିତ ଦେଶରେ ଏପରି ଅନ୍ୟ ଏକ ମନ୍ଦିର ରହିଛି ଯାହାର ରହସ୍ୟ ଏ ପର୍ଯ୍ୟନ୍ତ ମଧ୍ୟ ଜଣାପଡ଼ିନାହିଁ।
Also Read: କାଳିଆ କ୍ୱାରେଣ୍ଟିନ୍ ଯିବାର କରୁଣ କାହାଣୀ, ଜାଣିଲେ ଆଖିରୁ ଗଡିବ ପାଣି!
ପାଣିପାଗ ସମ୍ପର୍କିତ ଖବର (Weather News) ଦେବା ପାଇଁ କାର୍ଯ୍ୟ କରିଥାଏ ପାଣିପାଗ ବିଜ୍ଞାନ କେନ୍ଦ୍ର (Metrological Centre)। ହେଲେ ବିଗତ କେତେ ଶତାବ୍ଦୀ ଧରି ଏହି କାର୍ଯ୍ୟ କରିଆସୁଛି ଏକ ମନ୍ଦିର। ଉତ୍ତର ପ୍ରଦେଶସ୍ଥିତ (Uttar Pradesh) କାନପୁର ଜିଲ୍ଲାର (Kanpur) ଭିତରଗାଓଁ ଅଞ୍ଚଳରୁ ୩ କିମି ଦୂରରେ ରହିଥିବା ବେହଟା ଗ୍ରାମରେ ଅବସ୍ଥିତ ଏହି ଜଗନ୍ନାଥ ମନ୍ଦିର କରିଥାଏ ବର୍ଷା ହେବାର ପୂର୍ବାନୁମାନ। ଏଠାରେ କେବଳ ଭଗବାନ ଜଗନ୍ନାଥଙ୍କୁ ପୂଜା କରିନଥାନ୍ତି ସ୍ଥାନୀୟ ଲୋକ ବରଂ ବର୍ଷା କେବେ ହେବ ତାହାର ଖବର ମଧ୍ୟ ମନ୍ଦିରରୁ ପାଇଥାନ୍ତି ଏଠାକାର ଗ୍ରାମବାସୀ।
ଏଠାରୁ ଝରୁଥିବା ପାଣିବୁନ୍ଦା ଆଧାରରେ ବର୍ଷା କେବେ ଏବଂ କେତେ ପରିମାଣରେ ହେବ ତାହାର ଖବର ଗ୍ରାମରେ ଅବସ୍ଥିତ ରହିଥିବା ମନ୍ଦିରରୁ ପାଇଥାନ୍ତି ଗ୍ରାମବାସୀ। ଏପରିକି ମୌସୁମୀ କେବେ ଆସିବା ତାହା ଗାଁ ଲୋକଙ୍କୁ ଜଣାଇ ଦେଇଥାଏ ଏହି ମନ୍ଦିର। ଯଦି ମନ୍ଦିର ଦଧିନଉତିରୁ କମ ପାଣି ବୁନ୍ଦା ଝରିଥାଏ ତାହାଲେ କମ ପରିମାଣରେ ବର୍ଷା ହେବ। ଅନ୍ୟପଟେ ଯଦି ଅଧିକ ମାତ୍ରାରେ ପାଣି ବୁନ୍ଦା ଝରେ ତାହାଲେ ପ୍ରବଳ ବର୍ଷ ହେବ। ପାଣି ବୁନ୍ଦା କମ ଝରିଥିବାରୁ ଚଳିତ ବର୍ଷ କମ ବର୍ଷା ହେବ ବୋଲି କହିଛନ୍ତି ମନ୍ଦିର ପୂଜକ।
Also Read: ବନ୍ଦ ହେଲା କୋରୋନା ମାତାଙ୍କ ଜୟ ଜୟ କାର, ମନ୍ଦିର ଉପରେ ଚଢିଲା ପୋଲିସର ବୁଲଡୋଜର
ଏଠାରେ ଭଗବାନ ଜଗନ୍ନାଥଙ୍କ ସହ ବଳଭଦ୍ର (Lord Balabhadra), ଦେବୀ ସୁଭଦ୍ରା (Goddess Shubhadra) ଏବଂ ପଦ୍ମନାଭଙ୍କ (Padmanabha) ପୂଜାର୍ଚ୍ଚନା କରାଯାଇଥାଏ। ପୁରୀ ଭଳି ମଧ୍ୟ ଏଠାରେ ପ୍ରତିବର୍ଷ ରଥଯାତ୍ରା (Puri Rathyatra) ଆୟୋଜିତ ହୋଇଥାଏ।
Also Read: ଏହି ମନ୍ଦିରରୁ ପ୍ରେରିତ ସଂସଦ ଭବନର ଡିଜାଇନ୍
ଏହା ପଛରେ ରହିଥିବା ରହସ୍ୟ ଜାଣିବା ପାଇଁ ଅନେକ ଥର ବିଭିନ୍ନ ପ୍ରକାର ଗବେଷଣା ସହ ପରୀକ୍ଷାନିରୀକ୍ଷା କରିଛନ୍ତି ବୈଜ୍ଞାନିକ ଏବଂ ପୁରାତତ୍ତ୍ୱବିଦ୍ (Archaeologist)। ହେଲେ ଏହା ପଛରେ ରହିଥିବା ରହସ୍ୟର ପର୍ଦ୍ଦଫାଶ କରିବାର ଏ ପର୍ଯ୍ୟନ୍ତ କେହି ହୋଇନାହାଁନ୍ତି ସକ୍ଷମ। ପୁରାତତ୍ତ୍ୱ ବିଭାଗ (UP Archeology Department) ଅଧିନରେ ରହିଥିବା ଏହି ମନ୍ଦିରର ଇତିହାସ ୫ ହଜାର ବର୍ଷ ପୁରୁଣା ବୋଲି କୁହାଯାଉଛି। ଏନେଇ ଜଣେ ବିଭାଗୀୟ ଅଧିକାରୀଙ୍କ କହିବା କଥା ଏକାଦଶ ଶତାବ୍ଦୀରେ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିଲା। ସମ୍ଭବତଃ ଏ ମନ୍ଦିର ନବମ ଶତାବ୍ଦୀରେ ନିର୍ମିତ ହୋଇଥାଇପାରେ।