ବନ୍ଦ ହେଲା କୋରୋନା ମାତାଙ୍କ ଜୟ ଜୟ କାର, ମନ୍ଦିର ଉପରେ ଚଢିଲା ପୋଲିସର ବୁଲଡୋଜର
Advertisement

ବନ୍ଦ ହେଲା କୋରୋନା ମାତାଙ୍କ ଜୟ ଜୟ କାର, ମନ୍ଦିର ଉପରେ ଚଢିଲା ପୋଲିସର ବୁଲଡୋଜର

ଉତ୍ତର ପ୍ରଦେଶର ପ୍ରତାପଗଡ ଜିଲ୍ଲାର ଜୁହି ଶୁକୁଲାପୁର ଗ୍ରାମରେ କୋରୋନା ମାତା ମନ୍ଦିର ନିର୍ମାଣ କରାଯାଇଥିଲା। ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ଏଠାରେ କୋରୋନା ମାତାଙ୍କୁ ପୂଜା କରାଯାଉଥିଲା। କିନ୍ତୁ ଏବେ ସେହି କୋରୋନା ମାତାଙ୍କ ମନ୍ଦିର ଉପରେ ପୋଲିସ ବୁଲଡୋଜର ଚଢାଇ ଦେଇଛି। 

 

 ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: ୨୦୨୦ ମସିହାରୁ ସମଗ୍ର ବିଶ୍ୱ କୋରୋନା ସହିତ ସଂଘର୍ଷ କରୁଛି। ଏହାର ଭୟ ଲୋକଙ୍କୁ ଘରେ ବନ୍ଦୀ ହେବାକୁ ବାଧ୍ୟ କରିଛି। ଏହି ସମୟରେ କିଛି ଲୋକ ଅନ୍ଧବିଶ୍ୱାସ (Superstition) ର ବଶବର୍ତ୍ତୀ ହୋଇଛନ୍ତି। ଉତ୍ତର ପ୍ରଦେଶର ପ୍ରତାପଗଡ ଜିଲ୍ଲାର ଜୁହି ଶୁକୁଲାପୁର ଗ୍ରାମରେ କୋରୋନା ମାତା ମନ୍ଦିର ନିର୍ମାଣ କରାଯାଇଥିଲା। ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ଏଠାରେ କୋରୋନା ମାତାଙ୍କୁ ପୂଜା କରାଯାଉଥିଲା। କିନ୍ତୁ ଏବେ ସେହି କୋରୋନା ମାତାଙ୍କ ମନ୍ଦିର ଉପରେ ପୋଲିସ ବୁଲଡୋଜର ଚଢାଇ ଦେଇଛି। 

କିଛି ଦିନ ପୂର୍ବେ ପ୍ରତାପଗଡ (Pratapgarh)ର ସାଙ୍ଗିପୁର ଥାନାର ଜୁହି ଶୁକୁଲାପୁର ଗ୍ରାମରେ ଗ୍ରାମବାସୀ କୋରୋନା କାରଣରୁ ଅନ୍ଧବିଶ୍ୱାସ (Corona Superstition) ରେ କୋରୋନା ମାତା ମନ୍ଦିର ନିର୍ମାଣ କରିଥିଲେ। କେବଳ ଏତିକି ନୁହେଁ, ମନ୍ଦିରରେ କୋରୋନା ମାତାଙ୍କ ପ୍ରତିମା ସ୍ଥାପନ କରାଯାଇଥିଲା ଏବଂ ଏଥିରେ ଏକ ମାସ୍କ ମଧ୍ୟ ପିନ୍ଧାଯାଇଥିଲା। ଗାଁର ଲୋକମାନେ କୋରୋନା ମାତାଙ୍କୁ ପୂଜା କରିବା ପାଇଁ ରୀତିନୀତି ଅନୁଯାୟୀ ଏକାଠି ହେବା ଆରମ୍ଭ କଲେ। ତେବେ ପୋଲିସ ପ୍ରଶାସନ ଏହା ଜାଣିବା ମାତ୍ରେ ସେମାନେ ମନ୍ଦିରରେ ବୁଲଡୋଜର ଚଳାଇ ଗ୍ରାମବାସୀଙ୍କ ଆନ୍ଧବିଶ୍ୱାସକୁ ନଷ୍ଟ କରିଦେଇଥିଲେ।

Also Read: ବୈକୁଣ୍ଠର ପାପ କୃତ୍ୟ; ବାପାକୁ ହାଣି ପୁଅ ଗିରଫ

ଆଜିକାଲି କୋଭିଡ ସଂକ୍ରମଣ (Coronavirus) ମାମଲାରେ ସମଗ୍ର ବିଶ୍ୱ ବହୁତ ବିପଦରେ ପଡିଛି। ଏଭଳି ପରିସ୍ଥିତିରେ ଗ୍ରାମବାସୀ ଏକତ୍ରୀତ ହୋଇ କୋରୋନା ମାତା ମନ୍ଦିର ନିର୍ମାଣ ପାଇଁ ଦାନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ତାଙ୍କର ପ୍ରୟାସ ଥିଲା ଯେ ଏହା ମଧ୍ୟ କୋଭିଡର କଳାବାଦଲକୁ ଏଡ଼ାଇବାରେ ସାହାଯ୍ୟ କରିବ। ମନ୍ଦିରରେ ପୂଜା ସମୟରେ କୋଭିଡ ପ୍ରୋଟୋକଲର ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଇଥିଲା। ଏହାର ପ୍ରଭାବ କୋରୋନା ମାତାଙ୍କ ପ୍ରତିମା ଉପରେ ମଧ୍ୟ ଦୃଶ୍ୟମାନ ହେଉଥିଲା।