ସୀମା ଲଙ୍ଘିଲା ଅନୁଭବ-ବର୍ଷା ବେଡରୁମ୍ କଳି!
ମୋର ବିଜୟ ପାଇଁ ତୁମର ଶୁଭେଚ୍ଛା ଆବଶ୍ୟକ ନାହିଁ। ମୋ ଉପରେ ବାପା ମାଆଙ୍କର ଆଶୀର୍ବାଦ ଅଛି, ଲକ୍ଷେ ବର୍ଷା ଆସିଲେ ମଧ୍ୟ ମୋତେ ହାରାଇପାରିବେ ନାହିଁ।
ନୂଆଦିଲ୍ଲୀ: ସତରେ କଣ ଉଜୁଡି ଯିବ ଓଲିଉଡର କ୍ୟୁଟ୍ କପଲ୍ ଅନୁଭବ-ବର୍ଷାଙ୍କ ସୁନା ସଂସାର? ଦିନକୁ ଦିନ ତାଙ୍କ ତିକ୍ତ ସମ୍ପର୍କରେ ଆସୁଛି ନୂଆ ମୋଡ। ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ବର୍ଷାଙ୍କୁ ଅନୁଭବ ଧମକାଉଥିବାର ଏକ ନୂଆ ଭିଡିଓ। ଶେଷରେ ପତ୍ନୀ ବର୍ଷାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରାପଡା ସାଂସଦ।
ଦିନ ଥିଲା ଅନୁଭବ (Anubhav Mohanty) ଓ ବର୍ଷାଙ୍କୁ ଓଲିଉଡ (ollywood) କ୍ୟୁଟ ଏବଂ ସଫଳ ଯୋଡି ବୋଲି କୁହାଯାଉଥିଲା। କିନ୍ତୁ ଏବେ ସେହି ସମ୍ପର୍କରେ ଏକ ବଡ ଫାଟ ସୃଷ୍ଟି ହୋଇଛି। ଏକାଠି ଅନେକ ଫିଲ୍ମରେ କାମ କରିବା ପରେ ଅନୁଭବ ଓ ବର୍ଷା (Varsha Priyadarshini) ଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ସୃଷ୍ଟି ହୋଇଥିଲା। ଯାହା ପରବର୍ତ୍ତି ସମୟରେ ପ୍ରେମ ଓ ପରେ ବିବାହ ବେଦି ପର୍ଯନ୍ତ ଯାଇଥିଲା। ଉଭୟେ ଅଗ୍ନିକୁ ସାକ୍ଷୀ ରଖି ବୈଦିକ ରୀତିନୀତିରେ ବିବାହ କଲେ। କିନ୍ତୁ ଏବେ ସେହି ପ୍ରେମ ବିବାହରେ କଣ୍ଟାବାଡ ସାଜିଛି ସନ୍ଦେହ।
Also Read: ଅନୁଭବଙ୍କ ରକ୍ଷା କବଚ ବୈଜୟନ୍ତ!
ପାରିବାରିକ ହିଂସାକୁ ନେଇ ବର୍ଷା କଟକ SDJM କୋର୍ଟରେ ପିଟିସନ ଦାଖଲ କରିଥିବା ବେଳେ ଦିଲ୍ଲୀ ପଟିଆଲା କୋର୍ଟରେ ଅନୁଭବ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଉଭୟଙ୍କ ମାମଲା ଏବେ କୋର୍ଟରେ ବିଚରାଧିନ ଅଛି। ହେଲେ ଇତି ମଧ୍ୟରେ ତାଙ୍କ ଭିତରେ ଅନେକ ଘଟଣା ଘଟିଗଲାଣି। ପ୍ରେମ ବିବାହ କରିଥିଲେ ମଧ୍ୟ ପରସ୍ପରର ଚରିତ୍ରକୁ ନେଇ ଉଭୟେ ସନ୍ଦେହ କରୁଛନ୍ତି। ବିଭିନ୍ନ ସମୟରେ ସେମାଙ୍କ ଭିଡିଓ ଭାଇରାଲ ହେଉଛି। ଯାହା ଗଣମାଧ୍ୟମ ତଥା ସୋସିଆଲ ମିଡିଆର ଶୀର୍ଷକ ପାଲଟୁଛି।
ଏହି ପରିପେକ୍ଷୀରେ ଗୁରୁବାର ଅନୁଭବ-ବର୍ଷାଙ୍କ ଘର ଭିତରର ଏକ ଭିଡିଓ ଭାଇରାଲ ହୋଇଛି। ଏହା ତାଙ୍କର କଟକ ନନ୍ଦିସାହିସ୍ଥିତ ବାସଭବନର ବୋଲି ଅନୁମାନ କରାଯାଉଛି। ଭିଡିଓରେ ଦେଖାଯାଉଛି ଯେ, ବେଡରୁମ କବାଟ ପାଖରେ ଅନୁଭବ ଠିଆ ହୋଇଛନ୍ତି। ବର୍ଷାଙ୍କ ସହ ଅନ୍ୟ ଜଣେ ମହିଳା ଘର ଭିତରେ ଥିବା ଜଣାପଡୁଛି। ଆଉ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ଚାଲୁଛି।
ଭିଡିଓରେ ଅନୁଭବଙ୍କୁ ବର୍ଷା best of luck ବୋଲି କହୁଛନ୍ତି। ଯାହାର ଉତ୍ତରରେ ଅନୁଭବ କହୁଛନ୍ତି, ମୋର ବିଜୟ ପାଇଁ ତୁମର ଶୁଭେଚ୍ଛା ଆବଶ୍ୟକ ନାହିଁ। ମୋ ଉପରେ ବାପା ମାଆଙ୍କର ଆଶୀର୍ବାଦ ଅଛି, ଲକ୍ଷେ ବର୍ଷା ଆସିଲେ ମଧ୍ୟ ମୋତେ ହାରାଇପାରିବେ ନାହିଁ। ଏହା ବ୍ୟତୀତ ଘରେ ପ୍ରବେଶକୁ ନେଇ ବର୍ଷା-ଅନୁଭବଙ୍କ ମଧ୍ୟରେ ଯୁକ୍ତି ତର୍କ ହେଉଛି। ଯେଉଁଥିରେ ଏକାଧିକ ପୁରୁଷକୁ ନେଇ ଅନୁଭବ ଘରକୁ ଆସୁଥିବା ଅଭିଯୋଗ କରୁଥିବା ବେଳେ ବର୍ଷା ଘରେ ପୋଲିସ ରଖିଥିବା କଥା ଅନୁଭବ କରୁଛନ୍ତି।
Also Read: ଅନୁଭବଙ୍କ ସହ ବିବାଦୀୟ ସମ୍ପର୍କକୁ ନେଇ ଏପରି କହିଲେ ଜାଗୃତି
କେବେଳ ଏତିକିରେ ସେମାନଙ୍କ ବାକଯୁଦ୍ଧ ଶେଷ ହେଉନାହିଁ। ସେଠାରେ ଉପସ୍ଥିତ ଥିବା ଦ୍ୱିତୀୟ ମହିଳାଙ୍କୁ ଅନୁଭବ ମ୍ୟାଡମ ବୋଲି ଡାକୁଛନ୍ତି ଓ ସେ ଘରୋଇ ହିଂସା ବା ନିର୍ଯ୍ୟାତନାରେ ସଂଶ୍ଲିଷ୍ଟ ନଥିବା କଥା କହୁଛନ୍ତି। କିନ୍ତୁ ଯେତେବେଳେ ବର୍ଷା ଏଥିରେ ହସ୍ତକ୍ଷେପ କରୁଛନ୍ତି, ସେତେବେଳେ ସେ ତାଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଶେଷର ମର୍ଯ୍ୟାଦାର ସବୁ ସୀମା ଲଙ୍ଘି, କେତେ ଜଣଙ୍କ ସହ ଅନୈତିକ ସମ୍ପର୍କ ଅଛି ବୋଲି ବର୍ଷାଙ୍କୁ ପଚାରୁଛନ୍ତି। କିଛି ଲୋକ ବର୍ଷାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଛି ଛା କରୁଥିବା ଏବଂ ବର୍ଷା ଗାଁରେ ଗହଣା ବେପାର କରୁଛନ୍ତି ବୋଲି ବିଜେଡି ସାଂସଦ ଭାଇରାଲ ଭିଡିଓରେ କହୁଛନ୍ତି।
ତେବେ ନିଜ ପତ୍ନୀ ପାଇଁ ଜଣେ ସାଂସଦ ଏଭିଳି ଶବ୍ଦ ବ୍ୟବହାର କରିବା କେତେ ଦୂର ଯୁକ୍ତିଯୁକ୍ତ? କୁହାଯାଉଛି ଯେ କୋର୍ଟରେ ମାମଲା ଚାଲିଥିବାରୁ ଅନୁଭବଙ୍କୁ ବର୍ଷା ଘରେ ପ୍ରବେଶ କରାଇ ଦେଉନାହାନ୍ତି। କିନ୍ତୁ ଭିଇରାଲ ଭିଡିଓରେ ଅନୁଭବ କିଛି ଅଜଣା ଯୁବକଙ୍କୁ ଘରକୁ ଆଣିବା ଘଟଣାରେ ବର୍ଷା ଆପତ୍ତି ଉଠାଉଛନ୍ତି। ସେ ଯାହା ବି ହେଉ। ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ସେପଟେ କିନ୍ତୁ ବର୍ଷା ସ୍ୱାମୀ ସହ ରହିବାକୁ ଚାହୁଁଥିବା ବେଳେ ଅନୁଭବ ଛାଡପତ୍ର ପାଇଁ ଆବେଦନ କରିଛନ୍ତି।