ଅନୁଭବଙ୍କ ସହ ବିବାଦୀୟ ସମ୍ପର୍କକୁ ନେଇ ଏପରି କହିଲେ ଜାଗୃତି
Advertisement

ଅନୁଭବଙ୍କ ସହ ବିବାଦୀୟ ସମ୍ପର୍କକୁ ନେଇ ଏପରି କହିଲେ ଜାଗୃତି

ବର୍ଷା (Varsha Priyadarshini)  ଓ ଅନୁଭବଙ୍କ ମଧ୍ୟରେ ତିକ୍ତତା ସେମାନଙ୍କ ବ୍ୟକ୍ତିଗତ ମାମଲା। କିନ୍ତୁ କିଛି ଲୋକ ତାଙ୍କୁ ପତି-ପତ୍ନୀଙ୍କ ଭିତରେ ଟାଣୁଛନ୍ତି। 

 ଅନୁଭବଙ୍କ ସହ ବିବାଦୀୟ ସମ୍ପର୍କକୁ ନେଇ ଏପରି କହିଲେ ଜାଗୃତି

ନୂଆଦିଲ୍ଲୀ: ସାଂସଦ ଅନୁଭବଙ୍କ ସହ ବିବାଦୀୟ ସମ୍ପର୍କକୁ ନେଇ ଶେଷରେ ପ୍ରକିକ୍ରିୟା ରଖିଲେ ଲୋକସଭା ସାମ୍ବାଦିକା ଜାଗୃତି ଶୁକ୍ଲା। ରବିବାର ସେ ଫେସବୁକରେ ଏକ ଲମ୍ବା ପୋଷ୍ଟ ଲେଖି ସ୍ପଷ୍ଟିକରଣ ଦେଇଛନ୍ତି। ଏହା ସହିତ ତାଙ୍କର ଏବଂ ଅନୁଭବଙ୍କ ସମ୍ପର୍କକୁ ନେଇ ଯେଉଁମାନେ ଅପପ୍ରଚାର କରୁଛନ୍ତି, ତାଙ୍କ ବିରୁଦ୍ଧରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

ଜାଗୃତି (Jagrati Shukla) ତାଙ୍କ ଫେସବୁକ (facebook) ପୋଷ୍ଟରେ ଲେଖିଛନ୍ତି ଯେ, ଜଣେ ସାମ୍ବାଦିକ ହୋଇଥିବାରୁ ସାଂସଦଙ୍କ ସହ ତାଙ୍କ ସାକ୍ଷାତ ହୁଏ। ଅନୁଭବ (Anubhav Mohanty) ଏବଂ ସେ କେବଳ ଭଲ ବନ୍ଧୁ। ବର୍ଷା (Varsha Priyadarshini)  ଓ ଅନୁଭବଙ୍କ ମଧ୍ୟରେ ତିକ୍ତତା ସେମାନଙ୍କ ବ୍ୟକ୍ତିଗତ ମାମଲା। କିନ୍ତୁ କିଛି ଲୋକ ତାଙ୍କୁ ପତି-ପତ୍ନୀଙ୍କ ଭିତରେ ଟାଣୁଛନ୍ତି। ସେମାନେ ମୋର ଚରିତ୍ରକୁ ନେଇ ପ୍ରଶ୍ନ ଉଠାବା ସହ ଅସଭ୍ୟ ଭାଷା ବ୍ୟବହାର କରୁଛନ୍ତି। ତେବେ ଏଥିରେ ବର୍ଷାଙ୍କ ପ୍ରଶଂସକଙ୍କ ହାତ ଥିବା ଜାଗୃତି ଅଭିଯୋଗ କରିଛନ୍ତି।

fallback

 

ଏଭଳି ଖବର ପ୍ରଚାର ହେବା ଫଳରେ ଜାଗୃତି ଏବଂ ତାଙ୍କ ପରିବାର ବିଚଳିତ ହେଉଛନ୍ତି। ବର୍ତ୍ତମାନ ଟ୍ରୋଲିଂର ସୀମା ପାର ହୋଇଗାଲାଣି। ସେଥିପାଇଁ ସେ ଏଥିରେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ଗଣମାଧ୍ୟମ ସଂସ୍ଥା (media org) ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ। ଏପରିକି ବର୍ଷାଙ୍କୁ ମଧ୍ୟ କାଠଗଡାକୁ ଟାଣିବେ ବୋଲି ସେ କହିଛନ୍ତି। ଏଥିପାଇଁ ଜାଗୃତି ତାଙ୍କ ପୋଷ୍ଟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର (Prakash Javedkar), ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen patnaik), PIB ଓ ଜାତୀୟ ମହିଳା କମିଶନଙ୍କୁ ଟ୍ୟାଗ କରିବା ସହ ମାମଲାରେ ହସ୍ତକ୍ଷେପ କରିବାକୁ ଅପିଲ କରିଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ମାସ ହେବ ଅନୁଭବ ଓ ଜାଗୃତିଙ୍କ ସମ୍ପର୍କ ଅତି ନିବିଡ ହୋଇଛି। ସେମାନଙ୍କ ବ୍ୟବହାର ଓ ହାବଭାବ ଦେଖି ଲୋକଙ୍କ ଦୃଷ୍ଟିକୋଣ ବଦଳିଛି। ବର୍ଷା ଏବଂ ଅନୁଭବଙ୍କ ବୈବାହିକ ଜୀବନରେ ସୃଷ୍ଟି ହୋଇଥିବା ଫାଟ ପାଇଁ ସେହି ସମ୍ପର୍କକୁ ଲୋକେ ଦାୟୀ କରିଛନ୍ତି। ଅନେକ ସମୟରେ ଜାଗୃତିଙ୍କ ଅନୁଭବ ପ୍ରଶଂସା କରୁଥିବାରୁ ବର୍ଷାଙ୍କ ଫ୍ୟାନ୍ସ ଏହି କେନ୍ଦ୍ରାପଡା ସାଂସଦଙ୍କ ଚରିତ୍ର ଉପରେ ଅଙ୍ଗୁଳି ଉଠାଇଛନ୍ତି।