ନୂଆଦିଲ୍ଲୀ: ବଲିଉଡ୍ ଜଗତର ମିଷ୍ଟର ପରଫେକ୍ଟ କିଛିଦିନ ପୂର୍ବେ ନିଜର ୫୭ତମ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନରେ ଫ୍ୟାନମାନେ ବହୁ ଶୁଭେଚ୍ଛା ମଧ୍ୟ ଜାଣାଇଥିଲେ। ଆମିର ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। କିନ୍ତୁ ଆଜି ବି ଏମିତି ଏକ ଘଟଣା ପାଇଁ ସେ ଅନୁତପ୍ତ, ଯାହାକି କେବେ ବି ପୂରଣ ହୋଇପାରିବ ନାହିଁ। କିଛିଦିନ ପୂର୍ବେ ତାଙ୍କର ଏକ ସାକ୍ଷାତକାରରେ ଏହି ପଶ୍ଚାତାପକୁ ନେଇ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଆମିର ଖାନ (Aamir Khan) ଜଣେ ଜଣାଶୁଣା ଅଭିନେତା। କିଛିଦିନ ପୂର୍ବେ ଏକ ସାକ୍ଷାତକାରରେ ସେ ତାଙ୍କ ପରିବାରକୁ ଅଣଦେଖା କରିଥିବା କହିଛନ୍ତି। ସେ କହିଛନ୍ତି, 'ମୁଁ ମୋ କ୍ୟାରିୟରେ ମୋ ପରିବାରକୁ ଅଣଦେଖା କରିଛି। କେଉଁଠି ନା କେଉଁଠି ମୁଁ ମୋ ଦାୟିତ୍ବ ସଠିକ୍ ଭାବେ ତୁଲାଇ ନାହିଁ। ମୋ ବାପାମାଆ, ଭାଇ ଉଭଣୀ, ରୀନା ଯିଏ ମୋର ପ୍ରଥମ ପତ୍ନୀ, ଆଉ ତାଙ୍କ ବାପାମାଆ, କିରଣ ଆଉ ତାଙ୍କ ବାପାମାଆ ଏବଂ ମୋର ପିଲାମାନେ ଏ ସମସ୍ତେ ମୋର ବହୁତ ନିକଟତମ। ଆଉ ସମସ୍ତଙ୍କ ସହ ମୁଁ କଣ୍ଟାକ୍ଟରେ ମଧ୍ୟ ଅଛି। ମୁଁ ୧୮ ବର୍ଷ ବୟସରୁ ଫିଲ୍ମ ଦୁନିଆକୁ ଆସିଥିଲି। ଆଉ ସେବେଠୁ ମୁଁ ଏହି ଫିଲ୍ମ ଜଗତରେ ଅଧିକ ଜଡ଼ିତ ହୋଇଗଲି, କାରଣ ମୁଁ କିଛି ଅଧିକ ଶିକ୍ଷିବାକୁ ଆଉ ଜାଣିବାକୁ ଚାହୁଁଥିଲି। ହେଲେ ଆଜିକା ଦିନରେ ମୋତେ ଲାଗୁଛି ମୁଁ ମୋ ନିକଟତମ ଲୋକଙ୍କୁ ସମୟ ଦେଇନାହିଁ।'


Also Read: 'ଦ କାଶ୍ମୀର ଫାଇଲ୍ସ'କୁ ନେଇ କଙ୍ଗନାଙ୍କ ବିବାଦୀୟ ବୟାନ, କହିଲେ ବଲିଉଡ ଚାମଚାଙ୍କୁ...


ଆମିର ଖାନ (Aamir Khan) କହିଛନ୍ତି, 'ମୁଁ ଯେଉଁ ସମୟରେ ସେମାନଙ୍କୁ ସମୟ ଦେବାର ଥିଲା, ତାହା ମୁଁ ଦେଇପାରିଲି ନାହିଁ। ଯାହା ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଥିଲା। ଆପଣ କହିପାରିବେ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ କେବଳ ନିଜ ପାଇଁ ଚିନ୍ତା କରୁଥିଲି। ଦେଖନ୍ତୁ, ଯଦି କେହି କୁହନ୍ତି ଯେ, ମୁଁ ମୋର କ୍ୟାରିଅର୍ ଆରମ୍ଭ କରୁଛି, ଆଉ ମୁଁ ଦିନରାତି କାମ କରୁଛି ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାହା କରିବାକୁ ପଡିଥାଏ। କ୍ୟାରିଅର୍ ଆରମ୍ଭ କରିବା ପାଇଁ ନିଜକୁ ୨ରୁ ୪ ବର୍ଷ କିମ୍ବା ୫ ବର୍ଷ ସମୟ ଦିଆଯିବା ତାହା ଯଥାର୍ଥ। ଆଉ ସେ ବ୍ୟସ୍ତତା ମଧ୍ୟରେ ପରିବାର ପ୍ରତି ଧ୍ୟାନ ଦେଲନାହିଁ ତାହା ଚଳିବ। ହେଲେ  ଜୀବନର ୩୦ ବର୍ଷ ପର୍ଯ୍ୟନ୍ତ ଆପଣ ଯଦି ଧ୍ୟାନ ନଦେବ ତେବେ ତାହା ବେସି ହୋଇଗଲା।'


ଆପଣଙ୍କୁ କହି ରଖୁଛୁ ଆମିର ଖାନ୍ ୧୯୮୬ ମସିହାରେ ରୀନା ଦତ୍ତାଙ୍କୁ ବିବାହ କରଥିଲେ। ତାଙ୍କର ଦୁଇ ସନ୍ତାନ ଜୁନୌଦ ଖାନ ଏବଂ ଇରା ଖାନ୍ ଅଛନ୍ତି। କିନ୍ତୁ ୨୦୦୨ରେ ଆମିର-ରୀନା ଉଭୟେ ଅଲଗା ହୋଇଯାଇଥିଲେ। ଆମିର ୨୦୦୫ରେ କିରଣ ରାଓଙ୍କୁ ବିବାହ କରିଥିଲେ। ଆଉ ତାଙ୍କର ପୁଅ ଆଜାଦ୍ ରାଓ ଖାନ ହେଲେ। ଉଭୟେ 'ଲଗାନ'ର ଫିଲ୍ମ ସେଟରେ ସାକ୍ଷାତ ହୋଇଥିଲେ। କିନ୍ତୁ ଗତବର୍ଷ ଏହି ଯୋଡି ଅଲଗା ହୋଇଥିବା ଘୋଷଣା କରିଛନ୍ତି। ୱାର୍କଫ୍ରଣ୍ଟ କଥା କହିଲେ, ଏହି ସୁପରଷ୍ଟାର ଆଗାମୀ ଫିଲ୍ମ 'ଲାଲ୍ ସିଂ ଚଢା'ରେ ନଜର ଆସିବେ। ଯାଉଁଥିରେ କରିନା କପୁର ଖାନ, ମୋନା ସିଂହ ଏବଂ ନାଗା ଚୈତନ୍ୟ ପ୍ରମୁଖ ଭୂମିକାରେ ଚଜର ଆସିବେ। ଏହି କମେଡି ଡ୍ରାମା ଫିଲ୍ମ ଏପ୍ରିଲ୍ ୧୪ରେ ୨୦୨୨ରେ ରିଲିଜ ହେବା ନେଇ ଆଶା କରାଯାଉଛି।