ନୂଆଦିଲ୍ଲୀ: ମହିଳା ବିଶ୍ୱକପରେ ଦମଦାର ପ୍ରଦର୍ଶନ ସହ ଟିମ୍ ଅଷ୍ଟ୍ରେଲିଆ ଅପରାଜୟ ରହିଛି। ସମସ୍ତ ୬ଟି ମ୍ୟାଚରେ ଦଳ ବିଜୟୀ ହୋଇ ସେମିଫାଇନାଲ୍ ସ୍ଥାନ ପକ୍କା କରିଛି। ୮ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଏଯାଏ କେବଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଛି। ଟିମ୍ ସେମି ଖେଳିବା ଆଶା ୯୦ ପ୍ରତିଶତ ନିଶ୍ଚିନ୍ତି କରିଛି। ଭାରତ, ୱେଷ୍ଟ୍ ଇଣ୍ଡିଜ ଏବଂ ଇଂଲଣ୍ଡ ନିଜ ନିଜର ବାକି ମ୍ୟାଚରେ ବିଜୟୀ ହେଲେ ଦକ୍ଷିଣ ଆଫ୍ରିକା ସାମାନ୍ୟ ଅଡୁଆରେ ପଡ଼ିପାରେ, ନଚେତ ଦଳ ସେମି ଖେଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ତେବେ ଭାରତ ସେମିଫାଇନାଲ୍ ରେସ (RACE)ରେ ରହିବ ନା ଆଉଟ୍(OUT) ହେବ ସେ ନେଇ ଏବେ ବି ଦଳ ଟେନସନରେ ଅଛି।

COMMERCIAL BREAK
SCROLL TO CONTINUE READING

ବୁଧବାର ସୁଦ୍ଧା ଟିମ୍ ଇଣ୍ଡିଆ ୬ ମ୍ୟାଚରୁ ୬ ପଏଣ୍ଟ (POINT) ସହ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଦଳର ନେଟ୍ ରନ୍ ରେଟ୍ (RUN RATE) ହାର +୦.୭୬୮ ରହିଛି, ଯାହା ଟିମ୍ ପାଇଁ ପ୍ଲସ୍ ପଏଣ୍ଟ। ୨୭ ତାରିଖରେ ଅନ୍ତିମ ମ୍ୟାଚରେ ଭାରତ, ଦକ୍ଷିଣ ଆଫ୍ରିକାକୁ ଭେଟିବ। କର ବା ମର ପରିସ୍ଥିତିରେ ଦକ୍ଷିଣ ଆଫ୍ରିକା ବିରୋଧରେ ଦଳକୁ ବିଜୟୀ ହେବା ନିହାତି ଜରୁରୀ ଅଛି। ଲିଗ୍ (LEAGUE) ପର୍ଯ୍ୟାୟର ଏହା ଶେଷ ମୁକାବିଲା ଥିବାରୁ ଆବଶ୍ୟକସ୍ଥଳେ ଦଳକୁ ବିଜୟ ପାଇଁ ବଡ଼ ଟାର୍ଗେଟ୍ (TARGET)ର ଆବଶ୍ୟକ ପଡ଼ିପାରେ।

Also Read: ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆହୁରି କେତେ ଟଙ୍କା ଯାଏ ବଢ଼ିବ

ନୂଆଦିଲ୍ଲୀ: ମହିଳା ବିଶ୍ୱକପରେ ଦମଦାର ପ୍ରଦର୍ଶନ ସହ ଟିମ୍ ଅଷ୍ଟ୍ରେଲିଆ ଅପରାଜୟ ରହିଛି। ସମସ୍ତ ୬ଟି ମ୍ୟାଚରେ ଦଳ ବିଜୟୀ ହୋଇ ସେମିଫାଇନାଲ୍ ସ୍ଥାନ ପକ୍କା କରିଛି। ୮ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଏଯାଏ କେବଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଛି। ଟିମ୍ ସେମି ଖେଳିବା ଆଶା ୯୦ ପ୍ରତିଶତ ନିଶ୍ଚିନ୍ତି କରିଛି। ଭାରତ, ୱେଷ୍ଟ୍ ଇଣ୍ଡିଜ ଏବଂ ଇଂଲଣ୍ଡ ନିଜ ନିଜର ବାକି ମ୍ୟାଚରେ ବିଜୟୀ ହେଲେ ଦକ୍ଷିଣ ଆଫ୍ରିକା ସାମାନ୍ୟ ଅଡୁଆରେ ପଡ଼ିପାରେ, ନଚେତ ଦଳ ସେମି ଖେଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ତେବେ ଭାରତ ସେମିଫାଇନାଲ୍ ରେସ (RACE)ରେ ରହିବ ନା ଆଉଟ୍(OUT) ହେବ ସେ ନେଇ ଏବେ ବି ଦଳ ଟେନସନରେ ଅଛି।

ବୁଧବାର ସୁଦ୍ଧା ଟିମ୍ ଇଣ୍ଡିଆ ୬ ମ୍ୟାଚରୁ ୬ ପଏଣ୍ଟ (POINT) ସହ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଦଳର ନେଟ୍ ରନ୍ ରେଟ୍ (RUN RATE) ହାର +୦.୭୬୮ ରହିଛି, ଯାହା ଟିମ୍ ପାଇଁ ପ୍ଲସ୍ ପଏଣ୍ଟ। ୨୭ ତାରିଖରେ ଅନ୍ତିମ ମ୍ୟାଚରେ ଭାରତ, ଦକ୍ଷିଣ ଆଫ୍ରିକାକୁ ଭେଟିବ। କର ବା ମର ପରିସ୍ଥିତିରେ ଦକ୍ଷିଣ ଆଫ୍ରିକା ବିରୋଧରେ ଦଳକୁ ବିଜୟୀ ହେବା ନିହାତି ଜରୁରୀ ଅଛି। ଲିଗ୍ (LEAGUE) ପର୍ଯ୍ୟାୟର ଏହା ଶେଷ ମୁକାବିଲା ଥିବାରୁ ଆବଶ୍ୟକସ୍ଥଳେ ଦଳକୁ ବିଜୟ ପାଇଁ ବଡ଼ ଟାର୍ଗେଟ୍ (TARGET)ର ଆବଶ୍ୟକ ପଡ଼ିପାରେ।

କେମିତି ସେମିଫାଇନାଲ୍ ଖେଳିବ ଭାରତ ?

୧. ଭାରତ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟୀ ହେବା ଜରୁରୀ।
୨. ୨୪ ତାରିଖରେ ଦକ୍ଷିଣ ଆଫ୍ରିକା ଠାରୁ ୱେଷ୍ଟ ଇଣ୍ଡିଜ ପରାସ୍ତ ହେଲେ ଦଳକୁ ଫାଇଦା ମିଳିବ।
୩. ଯଦି ଇଣ୍ଡିଜ ମ୍ୟାଚ ଜିତୁଛି, ତେବେ ଇଂଲଣ୍ଡ ଫଳାଫଳ ଉପରେ ନଜର ରହିବ।
୪. ଆସନ୍ତା ପାକିସ୍ତାନ ଏବଂ ବାଂଲାଦେଶ ବିପକ୍ଷରେ ଇଂଲଣ୍ଡ କୌଣସି ମ୍ୟାଚ୍ ହାରିଗଲେ ଦଳକୁ ସେମି ଯିବା ପାଇଁ ସୁଯୋଗ ମିଳିପାରେ।
୫. ଯଦି ଉଭୟ ମ୍ୟାଚରେ ଇଂଲଣ୍ଡ ବିଜୟୀ ହୁଏ, ତେବେ ଦଳକୁ ଆହୁରି କଷ୍ଟ କରିବାକୁ ପଡ଼ିବ।

Also Read: ବଦଳିଲା କଲେଜ ନାମଲାଖା ପ୍ରକ୍ରିୟା; ସମସ୍ତଙ୍କୁ ମିଳିବ ସମାନ ସୁଯୋଗ, ଦ୍ୱାଦଶ ମାର୍କ ନିଷ୍ପ୍ରଭ

ଭାରତ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାରିଲେ କେମିତି ଯିବ ?

୧. ଯଦି ଭାରତ ଶେଷ ଲିଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାରିଯାଏ ତେବେ ନେଟ୍ ରନରେଟ୍ ଭଲ ରହିବା ଦରକାର।
୨. ୱେଷ୍ଟଇଣ୍ଡିଜ ପରାସ୍ତ ହେଲେ, ୬ ପଏଣ୍ଟ ସହ ଅପେକ୍ଷା କରିବ, ଦ୍ୱିତୀୟ ଟିମ୍ ଭାବେ ଦକ୍ଷିଣ ଆଫ୍ରିକା ସେମିରେ ଏଣ୍ଟ୍ରୀ ମାରିବ।  
୩. ଇଂଲଣ୍ଡ ୨ ମ୍ୟାଚ୍ ଜିତିଲେ ସେମି ଖେଳିବା ପକ୍କା, ଗୋଟିଏ ଜିତିଲେ ନେଟ୍ ରନରେଟ୍ ଅନୁସାରେ ଅପେକ୍ଷା କରିବାକୁ ହେବ।
୪. ସେପଟେ ୪ ପଏଣ୍ଟ ପାଇଥିବା ନ୍ୟୁଜିଲାଣ୍ଡ, ପାକିସ୍ତାନକୁ ବଡ଼ ବ୍ୟବଧାନରେ ହରାଇଲେ ୬ ପଏଣ୍ଟ ପାଇ ଅପେକ୍ଷା କରିବ।
୫. ଯଦି ପରବର୍ତ୍ତୀ ମ୍ୟାଚ୍ ଗୁଡ଼ିକରେ ଭାରତ ଓ ୱେଷ୍ଟଇଣ୍ଡିଜ ହାରନ୍ତି ଏବଂ ଇଂଲଣ୍ଡ ମାତ୍ର ଗୋଟିଏ ମ୍ୟାଚରେ ଜିତେ, ଆଉ ନ୍ୟୁଜିଲାଣ୍ଡ ବାକିଥିବା ମ୍ୟାଚରେ ଜିତିଯାଏ ତାହାହେଲେ ବି ଭାରତ ପାଇଁ ସୁଯୋଗ ରହିଛି।
୬. ୪ଟି ଟିମ୍ ୬ ପଏଣ୍ଟ ଲେଖାଏଁ ପାଇବେ। ତେଣୁ ନେଟ୍ ରନରେଟ୍ କାଉଣ୍ଟ ହେବ। ଭାରତ ଏଯାଏ ନେଟ୍ ରନରଟରେ ବହୁ ଆଗରେ ରହିଛି।
୭. ଭାରତ ଶେଷ ଲିଗ୍ ମୁକାବିଲାରେ ବିଜୟୀ ହେଲେ ସେମି ଖେଳିବା ଆଶା ଅଧିକ ରହିବ। ଯଦି ହାରିଯାଏ ତେବେ ନେଟ୍ ରନରେଟ୍ ଅନୁସାରେ ବି ସୁଯୋଗ ରହିପାରେ।