ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆହୁରି କେତେ ଟଙ୍କା ଯାଏ ବଢ଼ିବ
Advertisement
Article Detail0/zeeodisha/odisha1131543

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆହୁରି କେତେ ଟଙ୍କା ଯାଏ ବଢ଼ିବ

Today Petrol-Diesel Rate 23 March 2022: ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆହୁରି କେତେ ଟଙ୍କା ଯାଏ ବଢ଼ିବ

ନୂଆଦିଲ୍ଲୀ: Today Petrol-Diesel Rate 23 March 2022: ଆଜି (ବୁଧବାର) ଅର୍ଥାତ ମାର୍ଚ୍ଚ ୨୩ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଦେଇଛନ୍ତି । ଲଗାତର ଦ୍ୱିତୀୟ ଦିନ ଅର୍ଥାତ ଆଜି ମଧ୍ୟ ତୈଳ ଦର (Fuel Price) ରେ ୮୦ ପଇସାର ବୃଦ୍ଧି ଘଟିଛି ।  ଦୁଇ ଦିନରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଲିଟର ପିଛା ୧.୬୦ ଟଙ୍କା ବୃଦ୍ଧି ପାଇଛି । ଯେତେବେଳେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଶେଷ ଥର ବଢ଼ିଥିଲା, ସେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ (Crude Oil Price in International Market) ବ୍ୟାରେଲ ପିଛା ପ୍ରାୟ ୮୨ ଡଲାର ଥିଲା, ଯାହା ବର୍ତ୍ତମାନ ପ୍ରାୟ ୧୧୬ ଡଲାର ରହିଛି । 

ସେହି ଅନୁଯାୟୀ, ଯଦି ଆମେ ଏହାକୁ ଦେଖିବା ତେବେ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୪.୪୦ ଟଙ୍କା ବୃଦ୍ଧି ହୋଇପାରେ । ଋଷ-ୟୁକ୍ରେନ ଯୁଦ୍ଧ (Russia-Ukraine War) ଯୋଗୁଁ ସ୍ଥିତି ଆହୁରି ବିଗିଡ଼ି ଯାଇଛି । ଏକଦା ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୯ ଡଲାରରେ ପହଞ୍ଚିଥିଲା, ଯାହା ୨୦୦୮ ପର ଠାରୁ ଏହାର ସର୍ବୋଚ୍ଚ ସ୍ତର ଥିଲା । ମଝିରେ ଏହା ୧୦୦ ଡଲାରକୁ ଖସି ଆସିଥିଲା । କିନ୍ତୁ ଆମେରିକା ପରେ ବର୍ତ୍ତମାନ ୟୁରୋପୀୟ ଦେଶମାନେ ଋଷରୁ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛନ୍ତି । ଏହି କାରଣରୁ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି ଓ ଏହା ବର୍ତ୍ତମାନ ପ୍ରାୟ ୧୧୬ ଡଲାର ରହିଛି ।

ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବରରୁ ପେଟ୍ରୋଲ ଦର ସ୍ଥିର ରହିଥିଲା । ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟର ନିର୍ବାଚନ ପରେ ଗତ ବର୍ଷ ସେପ୍ଟେମ୍ବରର ଶେଷ ଦିନଗୁଡ଼ିକରୁ ଆରମ୍ଭ ହୋଇଥିବା ପେଟ୍ରୋଲ ଦର ବୃଦ୍ଧି ଦୀପାବଳି ପର୍ଯ୍ୟନ୍ତ ଚାଲିଥିଲା ​​। କିଛି ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୮.୧୫ ଟଙ୍କା ମହଙ୍ଗା ହୋଇଥିଲା । ତେବେ ମଝିରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟିରେ କିଛି ହ୍ରାସ କରିଥିଲେ । ତେବେ ଏହାର ମୂଲ୍ୟ ଗତ ବର୍ଷ ନଭେମ୍ବର ୭ରୁ ସ୍ଥିର ରହିଛି ।

ଗତ ବର୍ଷ ସେପ୍ଟେମ୍ବର ପରେ ଡିଜେଲ ବଜାର ପେଟ୍ରୋଲ ଅପେକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବ୍ୟବସାୟ ଦୃଷ୍ଟିକୋଣରୁ ପେଟ୍ରୋଲ ଅପେକ୍ଷା ଡିଜେଲ ଉତ୍ପାଦନ ମହଙ୍ଗା ଅଟେ । କିନ୍ତୁ ଭାରତର ଖୋଲା ବଜାରରେ ପେଟ୍ରୋଲ ମହଙ୍ଗା ଓ ଡିଜେଲ ଶସ୍ତା ବିକ୍ରି ହୁଏ । ସେପ୍ଟେମ୍ବର ୨୪ରୁ ଦୀପାବଳୀ ପର୍ଯ୍ୟନ୍ତ ଡିଜେଲ ପ୍ରାୟ ୯.୪୫ ଟଙ୍କା ମହଙ୍ଗା ହୋଇଥିଲା ।

ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ ବୁଧବାର ଦିଲ୍ଲୀରେ ପେଟ୍ରୋଲ ୯୭.୦୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି । ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ରାଜଧାନୀରେ ପେଟ୍ରୋଲ ମୂଲ୍ୟରେ ୧.୧୫ ଟଙ୍କା ଓ ଡିଜେଲ ମୂଲ୍ୟରେ ୧.୧୩ ଟଙ୍କାର ବୃଦ୍ଧି ଦେଖାଦେଇଛି । 

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୭.୦୧ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୧୧.୬୭ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୬.୩୪ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୯୧ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩.୮୧ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । 
ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୨.୨୬ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୮.୪୦ ଟଙ୍କା ଦରରେ ବିକ୍ରି ହେଉଛି । 

ସେହିପରି ପାଟନାରେ ୧୦୭.୫୫ ଓ ତିଭେନ୍ଦ୍ରମରେ ୧୦୮.୧୧ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପେଟ୍ରୋଲ ୯୬.୭୩ ଟଙ୍କା ଦରରେ ବିକ୍ରି ହେଉଛି । ଗୁରୁଗ୍ରାମରେ ପେଟ୍ରୋଲ ୯୭.୨୮ ଟଙ୍କା ଓ ନୋଏଡାରେ ପେଟ୍ରୋଲ ୯୭.୨୩ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ଚଣ୍ଡିଗଡ଼ରେ ପେଟ୍ରୋଲ ୯୫.୮୦ ଓ ହାଇଦ୍ରାବାଦରେ ୧୧୦.୦୧ ଟଙ୍କା ରହିଛି ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୮.୨୭ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୫.୮୫ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୧.୪୨ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୨.୯୫ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୯୩.୬୧ ଟଙ୍କା ଦରରେ ବିକ୍ରି ହେଉଛି । 

ଅଧିକ ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର

ଏହା ବି ପଢ଼ନ୍ତୁ:-ହୃଦଘାତ ପୂର୍ବରୁ ଶରୀରରେ ଆସେ ଏସବୁ ପରିବର୍ତ୍ତନ, କଦାପି କରନ୍ତୁନି ଅଣଦେଖା

ଏହା ବି ପଢ଼ନ୍ତୁ:-ବର୍ତ୍ତମାନ କାହାକୁ ମିଳିବ LPG ସବସିଡି? ସ୍ପଷ୍ଟ କଲା ସରକାର

ଜାଣନ୍ତୁ ଆପଣଙ୍କ ସହରର ରେଟ୍

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।

ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।