ବଦଳିଲା କଲେଜ ନାମଲେଖା ନିୟମ; ସମସ୍ତଙ୍କୁ ମିଳିବ ସମାନ ସୁଯୋଗ, ଦ୍ୱାଦଶ ମାର୍କ ନିଷ୍ପ୍ରଭ
Advertisement

ବଦଳିଲା କଲେଜ ନାମଲେଖା ନିୟମ; ସମସ୍ତଙ୍କୁ ମିଳିବ ସମାନ ସୁଯୋଗ, ଦ୍ୱାଦଶ ମାର୍କ ନିଷ୍ପ୍ରଭ

ଏଣିକି ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଜେଏନୟୁ, ବିଏଚୟୁ, ଜାମିଆ, ଏମଏମୟୁ ସମେତ ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ ସ୍ନାତକୋତ୍ତର ନାମଲେଖା ପାଇଁ ଏକ ସାଧାରଣ ପ୍ରବେଶିକା ପରୀକ୍ଷା ବା Common University Entrance Test (CUET) ଦେବାକୁ ପଡିବ ବୋଲି ୟୁଜିସି ଘୋଷଣା କରିଛି। 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ନୂଆ ଶିକ୍ଷାନୀତି ଆସିବା ପରେ ଦେଶର ଶିକ୍ଷାରେ ଏକ ବଡ ସଂସ୍କାର ଆସିଛି। ଏଣିକି ଦେଶର ଅନେକ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଦ୍ୱାଦଶ ମାର୍କକୁ ଗୁରୁତ୍ୱ ଦିଆଯିବ ନାହିଁ। ୨୦୨୨-୨୩ ଶିକ୍ଷାବର୍ଷରୁ Undergraduate courseରେ ନାମଲେଖା ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଧାରରେ ପ୍ରବେଶିକା ପରୀକ୍ଷା ହେବ। କିନ୍ତୁ ସଂରକ୍ଷଣ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ୟୁଜିସି କହିଛି। 

ଏଣିକି ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଜେଏନୟୁ, ବିଏଚୟୁ, ଜାମିଆ, ଏମଏମୟୁ ସମେତ ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ ସ୍ନାତକୋତ୍ତର ନାମଲେଖା ପାଇଁ ଏକ ସାଧାରଣ ପ୍ରବେଶିକା ପରୀକ୍ଷା ବା Common University Entrance Test (CUET) ଦେବାକୁ ପଡିବ ବୋଲି ୟୁଜିସି ଘୋଷଣା କରିଛି। UGCର ଅଧ୍ୟକ୍ଷ, ପ୍ରଫେସର ଜଗଦୀଶ କୁମାର କହିଛନ୍ତି ଯେ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦ୍ୱାରା ଛାତ୍ରଛାତ୍ରୀମାନେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଭିନ୍ନ ଭିନ୍ନ ପ୍ରକ୍ରିୟାରୁ ମୁକ୍ତି ପାଇବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଦ୍ୱାଦଶରେ ଅଧିକ ମାର୍କ ଆଣିବା ପାଇଁ ଯେଉଁ ଚାପ ପଡୁଛି ତାହା ମଧ୍ୟ କମ ହୋଇଯିବ।

Also Read: ରାଜ୍ୟରେ ଚାରି ଦିନ ଅଦିନିଆ ବର୍ଷା; ଆଜିଠୁ ଏହି ସବୁ ଜିଲ୍ଲାରେ ବର୍ଷିବା ସମ୍ଭାବନା

ବର୍ତ୍ତମାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକରେ CUET ମାର୍କ ଆଧାରରେ ଆଡମିଶନ ହେବ। ତଥାପି, କଲେଜଗୁଡ଼ିକ ଦ୍ୱାଦଶ ଶ୍ରେଣୀରେ ସର୍ବନିମ୍ନ ମାର୍କ ସ୍ଥିର କରିପାରନ୍ତି। ଏହି ପ୍ରବେଶିକା ପରୀକ୍ଷା NTA ଦ୍ୱାରା କରାଯିବ। ଏହାର ଫର୍ମ ଏପ୍ରିଲର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଏବଂ ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ୧୩ଟି ଭାଷାରେ ଅନୁଷ୍ଠିତ ହେବ। ସମଗ୍ର ପ୍ରକ୍ରିୟା ଅନଲାଇନ୍ ହେବ ବୋଲି UGC ସ୍ପଷ୍ଟ କରିଛି। ପରୀକ୍ଷାରେ ମଲ୍ଟିପୁଲ ଚଏସ ପେପର ରହିବା ସହ ନେଗେଟିଭ୍ ମାର୍କିଂ ମଧ୍ୟ ହୋଇପାରେ ବୋଲି ପ୍ରଫେସର ଜଗଦୀଶ କୁମାର କହିଛନ୍ତି।

UGC ଅଧ୍ୟକ୍ଷ କହିଛନ୍ତି ଯେ, ପରୀକ୍ଷାର ସିଲାବସ୍, NCERT ସିଲାବସ୍ ଉପରେ ଆଧାରିତ ହେବ। ଯାହା ଏପ୍ରିଲ୍ ପହିଲାରେ NTA ଦ୍ୱାରା ପ୍ରକାଶ ପାଇବ। NTA ଏହାର ୱେବସାଇଟରେ ଅଭ୍ୟାସ ପାଇଁ ମଡେଲ ପ୍ରଶ୍ନପତ୍ର ମଧ୍ୟ ପ୍ରକାଶ କରିବ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସମସ୍ତ ପକ୍ଷଙ୍କ ସହ ପରାମର୍ଶ କରିବା ପରେ CUET ଘୋଷଣା କରାଯାଇଛି ବୋଲି UGC ଅଧ୍ୟକ୍ଷ କହିଛନ୍ତି। CUET ଛାତ୍ରଛାତ୍ରୀମାନଙ୍କୁ ଏକ 'Level Playing Field' ଦେବ, ମାର୍କ ଅପେକ୍ଷା ଅଧିକ ଶିଖିବା ଉପରେ ସେମାନଙ୍କର ଧ୍ୟାନ ରହିବ। ବିଶେଷକରି ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପରୀକ୍ଷା କେନ୍ଦ୍ର ଖୋଲାଯିବ ଓ ଭିନ୍ନକ୍ଷମ ଛାତ୍ରମାନଙ୍କ ବିଶେଷ ଯତ୍ନ ନିଆଯିବ ବୋଲି ସେ କହିଛନ୍ତି। 

Also Read: Runway 34: ପ୍ରଥମ ଥର ବିମାନ ଉଡ଼ାଇ ଫସିଗଲେ ସିଙ୍ଘମ, ବଞ୍ଚାଇବେ କି ଅମିତାଭ୍ ବଚ୍ଚନ?

ପ୍ରଫେସର ଜଗଦୀଶ କୁମାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅନୁଷ୍ଠାନଗୁଡିକରେ ଥିବା ସଂରକ୍ଷଣ ବ୍ୟବସ୍ଥା ଉପରେ CUET ପ୍ରଭାବ ପକାଇବ ନାହିଁ। ବର୍ତ୍ତମାନ ରାଜ୍ୟ ବିଶ୍ୱବିଦ୍ୟାଳୟ ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ CUET ବାଧ୍ୟତାମୂଳକ ହେବ ନାହିଁ। କିନ୍ତୁ ସେମାନେ ମଧ୍ୟ ଆଧାରରେ ନାମଲେଖା ପ୍ରକ୍ରିୟା କରନ୍ତୁ ବୋଲି ୟୁଜିସି ଚାହୁଁଥିବା ଅଧ୍ୟକ୍ଷ ପ୍ରଫେସର ଜଗଦୀଶ କୁମାର କହିଛନ୍ତି।