Anubhav Varsha Dispute Case, କଟକ: ବୁଧବାର କେନ୍ଦ୍ରାପଡା ସାଂସଦଙ୍କୁ ଶାନ୍ତି ମିଳିଛି ଓ ଅଭିନେତ୍ରୀଙ୍କ ମୁଣ୍ଡରୁ ବୋଝ ଯାଇଛି। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଚାବି ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ପରିବାର ଅଦାଲତରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ମଧ୍ୟ ହୋଇଛି। ନଭେମ୍ୱର ୨ ତାରିଖ ସୁଦ୍ଧା ଚାବି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଚାବି ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯଦି ଅନୁଭବ ଏହି ଚାବିକୁ ଗ୍ରହଣ ନ କରନ୍ତି, ତାହାହେଲେ ବର୍ଷା ତାହାକୁ କୋର୍ଟରେ ଜମା କରିବେ ବୋଲି କୁହାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ଦ୍ଧାରିତ ସମୟର ଶେଷ ଦିନରେ ବର୍ଷା ଚାବି ଫେରାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଆଇନଗତ ଲଢେଇ ଜାରି ରହିଛି। ଅଭିନେତ୍ରୀ ବର୍ଷାଙ୍କୁ ଶୁକ୍ରବାର ଡବଲ ଝଟକା ଲାଗିଥିଲା। କଟକ ଏସଡିଜେମ୍ କୋର୍ଟରେ ବର୍ଷାଙ୍କ ଗୋଟିଏ ମାମଲା ଖାରଜ ହୋଇଥିବା ବେଳେ ଅନୁଭବଙ୍କ ପିଟିସନର ଶୁଣାଣୀ କରିଥିଲେ। ଆଉ ବର୍ଷାଙ୍କୁ ନଭେମ୍ବର ୫ ତାରିଖ ସୁଧା ତାଙ୍କ ଶାଶୁଘର ଚାବି ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁଭବ କିମ୍ବା ତାଙ୍କ ଓକିଲଙ୍କ ହାତରେ ବର୍ଷା ଚାବି ଦେବେ ନତେଚ ଅବଧି ପରେ ତାଙ୍କୁ କୋର୍ଟରେ ଚାବି ଜମା କରିବାକୁ ପଡିବ ବୋଲି ବିଚାରପତି କରିଥିଲେ।


Also Read: Bhadrak: ପୁଣି ନଗ୍ନତା ହେଲା କାଳ: ଖୋଲା ମଞ୍ଚରେ କଳାକାରଙ୍କୁ ଚପଲ ମାଡ଼ କେଉଁଠାରେ ଜାଣନ୍ତୁ


ତେବେ ଅବଧି ସରିବା ପୂର୍ବରୁ ବର୍ଷା, କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚବି କୋର୍ଟରେ ଜମା କରିଛନ୍ତି। ନିଜେ ନ ଯାଇ ଅଭିନେତ୍ରୀ ବର୍ଷା ତାଙ୍କ ଓକିଲ ମାଧ୍ୟମରେ କଟକ ଏସଡିଜେମ୍ କୋର୍ଟରେ ଅନୁଭବଙ୍କ ପୈତୃକ ଘରର ଚାବି ଫେରାଇଛନ୍ତି। ଏହା ସହ ଦ୍ୱିତୀୟ ଦିନ ପାଇଁ ଫ୍ୟାମିଲି କୋର୍ଟରେ ବର୍ଷା ତାଙ୍କର ସାକ୍ଷ୍ୟ ଦେଇଛନ୍ତି। ଏହି ଦୁଇଟି ଘଟଣା ସାଂସଦ ଅନୁଭବ ମହାନ୍ତିଙ୍କୁ ଶାନ୍ତି ଦେଇଥିବ। କାରଣ ପ୍ରାୟ ବର୍ଷେ ହେବ ବର୍ଷାଙ୍କ ପାଇଁ ତାଙ୍କ ପରିବାର ଅନ୍ୟତ୍ର ଭଡାରେ ରହୁଥିଲେ। ଅଗଷ୍ଟରୁ ବର୍ଷା ଘର ଛାଡି ଥିଲେ ମଧ୍ୟ ଚାବି ଫେରାଇନଥିଲେ। ଏହା ସହ ବର୍ଷା ଧାମନଗର ନିର୍ବାଚନରେ ପ୍ରଚାର ପାଇଁ ଯାଉଛନ୍ତି, କିନ୍ତୁ ପରିବାର କୋର୍ଟରେ ସାକ୍ଷ୍ୟ ଦେବାକୁ ଆସୁନାହାନ୍ତି ବୋଲି ଅଭିଯୋଗ କରିଥିଲେ।


ସୂଚନାଯୋଗ୍ୟ, ପ୍ରାୟ ଦୁଇ ବର୍ଷ ହେବ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଘରୋଇ କଳି ଲାଗି ରହିଛି। ବର୍ଷା ଅନୁଭବଙ୍କ ଘରେ ଆସିବା ଦିନ ଠାରୁ ତାଙ୍କ ପରିବାର ଅନ୍ୟତ୍ର ଭଡାଘରେ ରହୁଛନ୍ତି। ପୂର୍ବେ ଘର ଛାଡିବା ନେଇ ଅନୁଭବ କୋର୍ଟରେ ପିଟିସନ ଦାଖଲ କରିଥିଲେ। ଅନୁଭବଙ୍କ ପିଟିସରର ଶୁଣାଣୀ କରି ଅଗଷ୍ଟ ଶେଷ ସୁଦ୍ଧା ଘର ଛାଡିବାକୁ ବର୍ଷାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ଘରଭଡା ବାବଦରେ ଅନୁଭାବ, ପତ୍ନୀ ବର୍ଷାଙ୍କୁ ପ୍ରତିମାସର ୧୦ ତାରିଖ ସୁଦ୍ଧା ୩୦୦୦୦ ଟଙ୍କା ଦେବେ ବୋଲି ମଧ୍ୟ କହିଥିଲେ।