Bhadrak: ପୁଣି ନଗ୍ନତା ହେଲା କାଳ: ଖୋଲା ମଞ୍ଚରେ କଳାକାରଙ୍କୁ ଚପଲ ମାଡ଼ କେଉଁଠାରେ ଜାଣନ୍ତୁ
Advertisement
Article Detail0/zeeodisha/odisha1414867

Bhadrak: ପୁଣି ନଗ୍ନତା ହେଲା କାଳ: ଖୋଲା ମଞ୍ଚରେ କଳାକାରଙ୍କୁ ଚପଲ ମାଡ଼ କେଉଁଠାରେ ଜାଣନ୍ତୁ

ପୁଣି ଥରେ ନଗ୍ନତା ହୋଇଛି କାଳ। ନଗ୍ନ ନୃତ୍ୟ ପାଇଁ କଳାକାରଙ୍କ ଉପରକୁ ହୋଇଛି ଚପଲ ମାଡ଼। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। 

Bhadrak: ପୁଣି ନଗ୍ନତା ହେଲା କାଳ: ଖୋଲା ମଞ୍ଚରେ କଳାକାରଙ୍କୁ ଚପଲ ମାଡ଼ କେଉଁଠାରେ ଜାଣନ୍ତୁ

Bhadrak: ଭଦ୍ରକ: ଯାତ୍ରା ପରିବେଷଣ ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ କଳାକାର ମଞ୍ଚ ଉପରେ ନୃତ୍ୟ ପରିବେଷଣ କରୁଥିବା ବେଳେ ଚପଲ ମାଡ଼ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକରେ। ଚପଲ ମାଡ଼ ହେବା ପରେ ମଞ୍ଚରେ ହଇଚଇ ସୃଷ୍ଟି ହୋଇଛି। 

ଭଦ୍ରକରେ ଖଚାଖଚ ଭିଡ଼ ମଧ୍ୟରେ ଯାତ୍ରା ପରିବେଷଣ ସମୟରେ ଘଟିଗଲା ଅଭାବନୀୟ ଘଟଣା। ଜଣେ ମହିଳା ତଳେ ଠିଆ ହୋଇ ଯାତ୍ରା ପେଣ୍ଡାଲକୁ ମାରିଲେ ଯୋତା। ତାହା ବି ପୁଣି ଯାତ୍ରା ଆଇଟମ୍‌ ଗାର୍ଲ ରାଣୀ ପ୍ରିୟଦର୍ଶିନୀଙ୍କ ଉପରକୁ। ଆଉ ତା ପରେ ତଳେ ଥିବା ମହିଳା ଜଣକ ପେଣ୍ଡାଲ ଉପରକୁ ଉଠି ଗର୍ଜିଲେ। ଯାତ୍ରା କିଛି ସମୟ ପାଇଁ ବନ୍ଦ ହୋଇଥିବା ଜଣା ପଡ଼ିଛି। 

ମିଳିଥିବା ସୂଚନା ମୁତାବକ ଏହି ସବୁ ଘଟଣାର ମୂଳ କାରଣ ହେଉଛନ୍ତି ନଗ୍ନ ଦୃଶ୍ୟ। ଭଦ୍ରକରେ ଯାତ୍ରା ପରିବେଷଣ ସହ ମେଲୋଡି ଡ୍ୟାନ୍ସ ଚାଲୁଥାଏ। ହଠାତ୍‌ ଜଣେ ମହିଳା ଡ୍ୟାନ୍ସ ଆରମ୍ଭ କଲେ ତାହା ବି ପୁଣି ଅଧା ନଙ୍ଗଳା ନାଚ। ସେଠାରେ ଥିବା ଅନେକ ଏଭଳି ଡ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରିବାର ସାଙ୍ଗରେ ଯାଇଥିବା ଲୋକ ବି ଆଖି ବୁଜିଦେଇଥିଲେ। ଠିକ୍‌ ଏତିକି ବେଳେ ଯାତ୍ରା ଦେଖିବାକୁ ଯାଇଥିବା ଜଣେ ମହିଳା ରୋକ୍‌ଠୋକ୍ ଜବାବ ଦେଇଥିଲେ। ତାହାବି ପୁଣି ଜୋତାରେ। ଜଣେ ମହିଳା ତଳେ ଠିଆ ହୋଇ ଯାତ୍ରା ପେଣ୍ଡାଲକୁ ମାରିଲେ ଯୋତା। ଆଉ ତା ପରେ ପେଣ୍ଡାଲ ଉପରକୁ ଉଠି ଗର୍ଜିଥିବା ଜଣାପଡ଼ିଛି।