ଏହି ୮ ଷ୍ଟାର କ୍ରିକେଟରଙ୍କ କଳା କାରନାମା ଯୋଗୁଁ ବଦନାମ ହୋଇଛି କ୍ରିକେଟ! ତାଲିକାରେ ରହିଛି ଏହି ୨ ପାକିସ୍ତାନୀ କ୍ରିକେଟରଙ୍କ ନାଁ

Sex Scandals in Cricket: ବର୍ତ୍ତମାନ ସମୟରେ ଖେଳ ଅପେକ୍ଷା କ୍ରିକେଟରମାନେ ଅନ୍ୟାନ୍ୟ ମାମଲା ପାଇଁ ଚର୍ଚ୍ଚାରେ ରୁହନ୍ତି । ଆସନ୍ତୁ ନଜର ପକାଇବା କ୍ରିକେଟ୍ ଜଗତର ଏପରି ପ୍ରସିଦ୍ଧ ତାରକାମାନଙ୍କ ଉପରେ ଯେଉଁମାନେ ସେମାନଙ୍କ ଖେଳ ସହିତ ଅନେକ ସ୍କାଣ୍ଡାଲ ଓ ବିବାଦରେ ଫସିବା କାରଣରୁ ଚର୍ଚ୍ଚାରେ ରହିସାରିଛନ୍ତି ।

ଜୀ ଓଡ଼ିଶା ଡେସ୍କ Tue, 22 Nov 2022-11:02 am,
1/10

Sex Scandals in Cricket: କ୍ରିକେଟ୍ ଇତିହାସରେ ଏପରି ଅନେକ ଘଟଣା ଘଟିଛି, ଯାହା ଖେଳକୁ ବଦନାମ କରିଛି । କ୍ରିକେଟରେ ସେକ୍ସ ସ୍କାଣ୍ଡାଲ୍ (Sex Scandals in Cricket) ଭଳି ବିବାଦ ମଧ୍ୟ ଦେଖିବାକୁ ମିଳିଛି । ସେକ୍ସ ସ୍କାଣ୍ଡାଲରେ ଅନେକ ଷ୍ଟାର କ୍ରିକେଟରଙ୍କ ନାମ ସାମ୍ନାକୁ ଆସିଛି । ଆସନ୍ତୁ ନଜର ପକାଇବା ଏପରି ୫ ଜଣ ଷ୍ଟାର କ୍ରିକେଟରଙ୍କ ଉପରେ ଯେଉଁମାନେ ସେକ୍ସ ସ୍କାଣ୍ଡାଲ (Sex Scandal) ରେ ଫସି ସାରିଛନ୍ତି ।

2/10

କ୍ରିସ୍ ଗେଲ୍ (Chris Gayle)

ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ (West Indies Batsman) କ୍ରିସ୍ ଗେଲ୍ ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ଜଣାଶୁଣା । ୨୦୧୫ ବିଶ୍ୱକପ୍ ସମୟରେ କ୍ରିସ୍ ଗେଲ (Chris Gayle) ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଥିଲା ​। କ୍ରିସ୍ ଗେଲ୍ ଉପରେ ଏକ ମସାଜ୍ ଥେରାପିଷ୍ଟ ଟାୱେଲ୍ ଖୋଲି ନିଜର ପ୍ରାଇଭେଟ ପାର୍ଟ ଦେଖାଇଥିବାର ଅଭିଯୋଗ ଆସିଥିଲା । ଏହି ମହିଳା ଜଣକ କହିଥିଲେ ଯେ ତାଙ୍କ ସାମ୍ନାରେ କ୍ରିସ୍ ଗେଲ୍ ନିଜ ଟାୱେଲ୍ ଖୋଲି ନିଜର ପ୍ରାଇଭେଟ୍ ପାର୍ଟ ଦେଖାଇଥିଲେ, ଯାହା ପରେ ସେ ଛୋଟ ଛୁଆ ପରି କାନ୍ଦିବାକୁ ଲାଗିଥିଲେ ।

3/10

ଏହି ମହିଳା ଜଣକ କୋର୍ଟରେ କହିଥିଲେ ଯେ, "ମୁଁ ଚେଞ୍ଜିଂ ରୁମରେ କିଛି ଖୋଜିବା ପାଇଁ ଯାଇଥିଲେ ସେହି ସମୟରେ ଗେଲ ସାମ୍ନାକୁ ଆସି ମୋତେ ପଚାରିଥିଲେ, ଆପଣ କ’ଣ ଖୋଜୁଛନ୍ତି?' ତ ମୁଁ କହିଲି, ଟାୱେଲ୍ । ଏହା ପରେ ଗେଲ ନିଜ ଟାୱେଲ ଖସାଇ ଦେଇଥିଲେ । ମୁଁ କ୍ରିସ୍ ଗେଲଙ୍କ ପ୍ରାଇଭେଟ ପାର୍ଟର ଉପର ଅଂଶ ଦେଖିଥିଲି ଓ କ୍ଷମା ମାଗି ମୋର ନଜର ହଟାଇ ନେଲି । ମୁଁ ନା କହିଲି ଓ ସେଠାରୁ ଚାଲିଗଲି ।" ଅବଶ୍ୟ ପରେ ଗେଲଙ୍କୁ ଏହି ବିବାଦରୁ କ୍ଲିନ୍ ମିଳିଯାଇଥିଲା ଓ ସେ କୋର୍ଟରେ ମାମଲା ଜିତିଥିଲେ ।

4/10

ବାବର ଆଜାମ (Babar Azam)

ମୈଦାନରେ ଶାନ୍ତ ଅନ୍ଦାଜ ପାଇଁ ପ୍ରସିଦ୍ଧ ବାବର ଆଜମ (Babar Azam) ଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆସି ସାରିଛି । ହାମିଜା ମୁଖ୍ତାର ନାମକ ଜଣେ ମହିଳା ଏକ ସାମ୍ବାଦିକ ସମ୍ମିଳନୀରେ ବାବର ଆଜାମଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ଏହି ମହିଳା ଜଣକ କହିଥିଲେ ଯେ, ଆଜମ ତାଙ୍କର ପଡ଼ୋଶୀ ଓ ସ୍କୁଲ ସାଥୀ ଥିଲେ । ଅଭିଯୋଗ ଥିଲା ଯେ ବାବର ଆଜମ ହାମେଜାଙ୍କୁ ପ୍ରେମର ମିଛ ଜାଲରେ ଫସାଇ ତାଙ୍କୁ ଯୌନ ଶୋଷଣ କରିଥିଲେ ଓ ଯେତେବେଳେ ମହିଳା ଜଣକ ବିବାହ କଥା କହିଲେ ତ ବାବର ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ ।

5/10

ରୁବେଲ ହୁସେନ (Rubel Hossain)

ବାଂଲାଦେଶ କ୍ରିକେଟ ଟିମର ଦ୍ରୁତ ବୋଲର ହେଉଛନ୍ତି ରୁବେଲ ହୁସେନ (Rubel Hossain) । ସେ ବହୁ ବର୍ଷ ଧରି ବାଂଲାଦେଶ ପାଇଁ ଖେଳି ଆସୁଛନ୍ତି । ଖେଳ ବ୍ୟତୀତ ତାଙ୍କ ବ୍ୟବହାର ପାଇଁ ପ୍ରାୟ ସମୟରେ ଚର୍ଚ୍ଚାରେ ରହନ୍ତି । କିଛି ବର୍ଷ ପୂର୍ବେ ବାଂଲାଦେଶୀ ଅଭିନେତ୍ରୀ ନାଜନୀନ ଅଖତର ରୁବେଲଙ୍କ ଉପରେ ଦୁଷ୍କର୍ମ କରିବାର ଗମ୍ଭୀର ଅଭିଯୋଗ ଆଣିଥିଲେ । ଯାହା ଫଳରେ ତାଙ୍କୁ ଜେଲ ଯିବାକୁ ପଡିଥିଲା । ପରେ ତାଙ୍କୁ ଛାଡି ଦିଆଯାଇଥିଲା ।

6/10

ଶେନ ୱାର୍ଣ୍ଣ (Shane Warne)

ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର (Great Leg-Spinner of Australia) ଶେନ୍ ୱାର୍ଣ୍ଣ (Shane Warne) ମଧ୍ୟ ଏକ ସେକ୍ସ ସ୍କାଣ୍ଡାଲରେ ଫସି ସାରିଛନ୍ତି । ଶେନ ୱାର୍ଣ୍ଣଙ୍କୁ ସେକ୍ସ ସ୍କାଣ୍ଡାଲ (Sex Scandal) ର କିଙ୍ଗ୍ କୁହାଯାଏ । ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଯେ, ସେ ବ୍ରିଟିଶ ନର୍ସ ଡୋନା ରାଇଟ୍ଙ୍କୁ ଆପତ୍ତିଜନକ ମେସେଜ ପଠାଇଥିଲେ, ଏହା ବ୍ୟତୀତ ୨୦୦୬ କାଉଣ୍ଟି କ୍ରିକେଟରେ ମିଡଲ୍ସେକ୍ସ ଦଳର ବିପକ୍ଷ ମ୍ୟାଚ୍ ପୂର୍ବରୁ ଦୁଇଟି ମଡେଲ ସହିତ ୱାର୍ଣ୍ଣଙ୍କ ଫଟୋ ଲିକ୍ ହୋଇଥିଲା । ଆଜି ମଧ୍ୟ ଏହି ଘଟଣାର ଚର୍ଚ୍ଚା ହେଉଥାଏ ।

7/10

ମଖାୟା ନତିନୀ (Makhaya Ntini)

ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମଖାୟା ନତିନୀ ଜଣେ ଭଳ ବୋଲର ଭାବେ ପରିଚିତ । କିନ୍ତୁ ୧୯୯୮ରେ ସେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଯୋଗୁଁ ଜେଲ ଯାଇଥିଲେ । ପରେ ଅଭିଯୋଗ ପ୍ରମାଣିତ ନ ହେବାରୁ ତାଙ୍କୁ କ୍ଲିନଚିଟ୍ ମିଳିଥିଲା ।

8/10

କେଭିନ ପିଟରସେନ (Kevin Pietersen)

ଇଂଲଣ୍ଡର ପୂର୍ବତନ ଅଧିନାୟକ (Former England Captain) କେଭିନ ପିଟରସେନଙ୍କ ସେକ୍ସ ସ୍କାଣ୍ଡାଲ (Kevin Pietersen Sex Scandal) କୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଛି । ସେ ବହୁତ କମ୍ ସମୟ ପାଇଁ ଦକ୍ଷିଣ ଆଫ୍ରିକୀୟ ଗର୍ଲଫ୍ରେଣ୍ଡ ଭେନେସା ନିମୋ (Vanessa Nimmo) ଙ୍କ ସହ ରିଲେଶନଶିପରେ ରହିଥିଲେ । ନିମୋ ଅଭିଯୋଗ କରିଥିଲେ ଯେ, ପିଟରସେନ ଏକ ମାସ ପର୍ଯ୍ୟନ୍ତ ଚାଲିଥିବା ସମ୍ପର୍କକୁ କେବଳ ଗୋଟିଏ ଏସଏମଏସରେ ଭାଙ୍ଗି ଦେଇଛନ୍ତି । ମହିଳା ଜଣକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏହି ଇଂଲଣ୍ଡ କ୍ରିକେଟର ଦିନସାରା ସେକ୍ସ ପାଇଁ ଭୋକିଲା ଥିଲେ ଓ ଏଥିପାଇଁ ସର୍ବଦା ଚାପ ପକାଉଥିଲେ ।

 

9/10

ଶାହିଦ ଆଫ୍ରିଦି (Shahid Afridi)

ପାକିସ୍ତାନର ପୂର୍ବତନ ଅଧିନାୟକ (Former Pakistan Captain) ଶାହିଦ ଆଫ୍ରିଦି (Shahid Afridi) ନିଜ କ୍ରିକେଟ୍ କ୍ୟାରିୟରର ଆରମ୍ଭରେ ଏକ ବଡ଼ ବିବାଦରେ ଛନ୍ଦି ହୋଇଥିଲେ । କରାଚିରେ ଥିବା ଏକ ହୋଟେଲ ରୁମରେ ସେ ସାଥୀ ଖେଳାଳି ଅଟିକ୍-ଉଜ-ଜମାନ (Atiq-uz-Zaman)  ଓ ହସନ ରଜା (Hasan Raza) ଙ୍କ ସହ ଝିଅମାନଙ୍କ ମଧ୍ୟରେ ଧରାପଡିଥିଲେ । ଏହି କ୍ରିକେଟରମାନେ ଦାବି କରିଥିଲେ ଯେ ଝିଅମାନେ ଅଟୋଗ୍ରାଫ୍ ପାଇଁ ସେମାନଙ୍କ ନିକଟକୁ ଆସିଥିଲେ, କିନ୍ତୁ PCB ଏହି ତିନି ଖେଳାଳିଙ୍କୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୦୦ (ICC Champions Trophy 2000) ରେ ଖେଳିବାକୁ ବ୍ୟାନ୍ କରିଦେଇଥିଲା ।

ଏହା ବି ପଢ଼ନ୍ତୁ:-ଖାଇବାରେ ସାମିଲ କରନ୍ତୁ ଏହି ୫ଟି ଜିନିଷ, ଦ୍ରୁତ ଗତିରେ ବଢ଼ିବ ଯୌନ ଶକ୍ତି

ଏହା ବି ପଢ଼ନ୍ତୁ:-ଆଜି ରାଜଧାନୀର ଏସବୁ ସ୍ଥାନରେ ବନ୍ଦ ରହିବ ମଦ ଦୋକାନ ବନ୍ଦ, ଜାଣନ୍ତୁ ଏହାର କାରଣ

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟା ଦୂର କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ କ୍ଷୀର ସହ ଏହି ଜିନିଷଟିର ସେବନ, ମିଳିଥାଏ ଏସବୁ ଜବରଦସ୍ତ ଲାଭ

ଏହା ବି ପଢ଼ନ୍ତୁ:-ବୋଲ୍ଡ ସିନରେ ଭରପୂର ଏହି ୱେବ୍ ସିରିଜ, ପାରା ବଢ଼ାଉଛି 'ମୋନା'ଙ୍କ ହଟ୍ ଅନ୍ଦାଜ

10/10

ହର୍ସେଲ ଗିବ୍ସ (Herschelle Gibbs)

ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର (Former South African Cricketer) ହର୍ସେଲ ଗିବ୍ସ (Herschelle Gibbs) ନିଜ ଜୀବନୀ 'ଟୁ ପଏଣ୍ଟ'ରେ ନିଜର ସେକ୍ସ ଲାଇଫ ସହ ଜଡିତ ଅନେକ ଖୁଲାସା କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ୧୯୯୯ (World Cup 1999) ର ଗ୍ରୁପ୍ ମ୍ୟାଚ୍ ପୂର୍ବରୁ ଗିବ୍ସ ଖୁଲାସା କରି ଲେଖିଛନ୍ତି, 'ମୁଁ ଜାଣିଥିଲି ଯେ ମୁଁ ଏକ ଶତକ କରିବାକୁ ଯାଉଛି । ବୋଧହୁଏ ମୋ ପାଖରେ ବିଛଣାରେ ଶୋଇଥିବା ଝିଅ ମୋତେ ପ୍ରେରଣା ଦେଇଥଲା । ସେ ହୋଟେଲରେ କାମ କରୁଥିଲେ, ଯେଉଁଠାରେ ମୁଁ ତାଙ୍କ ସହିତ ବନ୍ଧୁତା କଲି । ମୁଁ ଭାବୁଛି ସେ ମୋର ଲୋକୀ ଚାର୍ମ ଥିଲେ ।'

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link