ନୂଆଦିଲ୍ଲୀ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଅନୁସନ୍ଧାନରେ ପୋଲିସ ଅନେକ ନୂଆ ପ୍ରମାଣ ପାଇଛି, ଯେଉଁଥିରୁ ଏହା ସ୍ପଷ୍ଟ ହୋଇଯାଉଛି ଯେ ରାଜ କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି ଅନେକ ଆପ୍ସରେ ପ୍ରସାରଣ କରି ବ୍ୟବସାୟ କରୁଥିଲେ । ବର୍ତ୍ତମାନ ରାଜ କୁନ୍ଦ୍ରା ଏବଂ ଉମେଶ କାମାତଙ୍କ ମଧ୍ୟରେ ହୋଇଥିବା ଟଙ୍କା କାରବାର ସମ୍ପର୍କରେ ଏକ ଇ-ମେଲର ପ୍ରମାଣ ମଧ୍ୟ ପୋଲିସ ହାତରେ ଲାଗିଛି।


COMMERCIAL BREAK
SCROLL TO CONTINUE READING

ଇ-ମେଲରେ ଉମେଶ କାମାତ ସିଧାସଳଖ ରାଜ କୁନ୍ଦ୍ରାଙ୍କୁ ଲେଖିଛନ୍ତି, 'ମୁଁ ଇନଭଏସ୍ ପଠାଇଛି, ତୁମେ ଏହା ଦେଖିଦିଅ ।' ଏହାର ଉତ୍ତରରେ ରାଜ କୁନ୍ଦ୍ରା ଇନଭଏସ୍ ୧୮୯୦ ଡଲାରରେ ସୀମିତ ରଖିବାକୁ କହିଛନ୍ତି। ଏହାର ଉତ୍ତରରେ ଉମେଶ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଜାନୁଆରୀ ୨୦୨୦ ପାଇଁ ଇନଭଏସରେ କନ୍ସଲଟାନ୍ସର ଚାର୍ଜ ରହିଛି ଏବଂ ଜର୍ଜଙ୍କୁ ୩୫k ଚାର୍ଜ କରାଯାଇଛି ଏବଂ ଟଙ୍କା ଆସିବା ପରେ ମେଘାଙ୍କୁ ମଧ୍ୟ ୫k ଦେବାକୁ ପଡିବ । ଏହି ସମସ୍ତ ଇମେଲଗୁଡିକ ଫେବୃଆରୀ ୧, ୨୦୨୦ ତାରିଖର ଅଟେ, ଯାହା Hotshot ର Tony ଓ kainrin ର ପ୍ରଦୀର ବକ୍ସିଙ୍କୁ ବି ପଠାଯାଇଛି ।


Also Read: ଝିଅ Jeans Tops ପିନ୍ଧିବାକୁ କଲା ଜିଦ୍, ବାପା କଲା ଏମିତି କାଣ୍ଡ ପୋଲିସ ବି ଜାଣି ଆଶ୍ଚର୍ଯ୍ୟ


ଶର୍ଲିନ ଚୋପଡାଙ୍କ ଗଡଫାଦର୍ କିଏ ? ପୋଲିସ ଆଗରେ କିଏ ନେଲା ରାଜ କୁନ୍ଦ୍ରା (Raj Kundra) ଙ୍କ ନାଁ ? କେମିତି ପୋଲିସ ବଡ଼ ମାଛକୁ ଧରିବାରେ ସକ୍ଷମ ହେଲା ? ଏହି ଘଟଣାର ଆରମ୍ଭ ପେବୃଆରୀରୁ । ଏଥିରେ ଅନେକ ଲୋକଙ୍କ ବୟାନ ରେକର୍ଡ ପରେ ରାଜଙ୍କ ପାଖକୁ ପହଞ୍ଚିଛି କ୍ରାଇମବ୍ରାଞ୍ଚ। ଚର୍ଚ୍ଚିତ ନାଁ । ଚର୍ଚ୍ଚିତ ଚେହେରା । ହେଲେ ଅଭିଯୋଗ ସଙ୍ଗୀନ ଏବଂ ଲଜ୍ଜାଜନକ ମଧ୍ୟ । ଫ୍ୟାମିଲି ମ୍ୟାନ କୁହାଯାଉଥିବା ରାଜଙ୍କ ଉପରେ ଅଶ୍ଳୀଳ ଆରୋପ । ମୁମ୍ୱାଇ ପୋଲିସର କହିବା ଅନୁସାରେ ରାଜ କୁନ୍ଦ୍ରା କେବଳ ଅଶ୍ଳୀଳ ସିନେମା (Pronography) ତିଆରି କରୁନଥିଲେ ତାକୁ ଆପରେ ଅପଲୋଡ ମଧ୍ୟ କରୁଥିଲେ।


Also Read: ଚିଠି ଖୋଲିବ ଗୁମର: ସୌମ୍ୟ-ବିଦ୍ୟାଙ୍କ ସମ୍ପର୍କର Hatestory


ପୋଲିସ ଫେବୃଆରୀରେ ଅଶ୍ଳୀଳ ସିନେମା ନିର୍ମାଣ ଓ ତାକୁ ଅପଲୋଡ କରିବା ଅଭିଯୋଗରେ ଏକ ମାମଲା ରୁଜୁ କରିଥିଲା । ୨୬ ମାର୍ଚ୍ଚରେ ମୁମ୍ୱାଇ ପୋଲିସ (Mumbai Police) ଏହି ମାମଲାରେ ଏକତା କପୁରଙ୍କର ବୟାନ ରେକର୍ଡ କରିଥିଲା । ମହାରାଷ୍ଟ୍ର ସାଇବର ସେଲ ପୂର୍ବରୁ ସର୍ଲିନ ଚୋପଡା ଏବଂ ପୁନମ ପାଣ୍ଡେଙ୍କ ବୟାନ ରେକର୍ଡ କରିସାରିଛି । ପୋଲିସର କହିବା ମୁତାବକ ରାଜ କୁନ୍ଦ୍ରା ଏହି ପୁରା ମାମଲାର ମୁଖ୍ୟ ସୂତ୍ରଧର ହୋଇଥାଇପାରନ୍ତି । ରାଜ କୁନ୍ଦ୍ରାଙ୍କ ବିରୋଧରେ ଚଳିତ ବର୍ଷ ଫେବୃଆରୀରେ ଏକ ମାମଲା ରୁଜୁ ହୋଇଥିଲା । ଆଉ ଏବେ ଜୁଲାଇରେ ତାଙ୍କୁ ଗିରଫ କରିଛି ମୁମ୍ୱାଇ କ୍ରାଇମବ୍ରାଞ୍ଚ। ରାଜଙ୍କ ବିରୋଧରେ ଆଇଟି ଆକ୍ଟ (IT act) ଏବଂ ଆଇପିସି (IPC) ର ବିଭିନ୍ନ ଧାରା ଲାଗିଛି । ତେବେ FIRରୁ ଏହା ଜଣାପଡିଛି ଯେ ଏହି ମାମଲାରେ ଶର୍ଲିନ ଚୋପଡା ହିଁ ନେଇଥିଲେ ରାଜଙ୍କ ନାଁ ।