ସୌମ୍ୟଙ୍କ ମୃତ୍ୟୁପରଠାରୁ ପୋଲିସ ଯେଉଁ କ୍ୱାର୍ଟର୍ସକୁ ମୁକୁଳା ଛାଡ଼ି ଦେଇଥିଲା, ପ୍ରାୟ ୧୦ଦିନ ପରେ ସେଠି ପହଞ୍ଚିଛି କ୍ରାଇମବ୍ରାଞ୍ଚ୍ ଟିମ୍ । ୨ ଘଣ୍ଟା ଧରି ତନତନ ଯାଞ୍ଚ କରି ପାରିପାର୍ଶ୍ୱିକ ସ୍ଥିତିର ଅନୁଧ୍ୟାନ କରିଛି ।
Trending Photos
ଗଜପତି: ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରୀରେ ପୋଲିସ କି କ୍ରାଇମବ୍ରାଞ୍ଚକୁ ଖାସ୍ କିଛି ଲିଡ୍ ମିଳୁନି । କିନ୍ତୁ ତଦନ୍ତ ବେଳେ ସବୁଦିନ କେସରେ ଦେଖିବାକୁ ମିଳୁଛି ଟୁଇଷ୍ଟ୍ ଉପରେ ଟୁଇଷ୍ଟ୍ । ସୌମ୍ୟଙ୍କ ମୃତ୍ୟୁର ୧୦ ଦିନ ପରେ ତାଙ୍କ ସରକାରୀ କ୍ୱାର୍ଟର୍ସରେ ଛାନଭିନ କରିଛି କ୍ରାଇମବ୍ରାଞ୍ଚ୍ । ଖୋଦ୍ ଦକ୍ଷିଣାଞ୍ଚଳ ଡିଆଇଜି ବି ସ୍ପଟ୍ ଭିଜିଟ୍ କରିଛନ୍ତି । ଆଉ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ଏବେ କହୁଛନ୍ତି, ସୌମ୍ୟଙ୍କ ସରକାରୀ କ୍ୱାର୍ଟର୍ସ ହିଁ ହେଉଛି କ୍ରାଇମ୍ ସ୍ପଟ୍ । ଯାହାକୁ ସୌମ୍ୟଙ୍କ ପରିବାର ଓକିଲ ଖଣ୍ଡନ କରିଛନ୍ତି । ସେପଟେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ହାତ ଲେଖା ଚିଠିର ଦ୍ୱିତୀୟ ଫର୍ଦ୍ଦ ପ୍ରମାଣ କରୁଛି, ବାସ୍ତବରେ ସୌମ୍ୟଙ୍କ ପ୍ରତି ବିଦ୍ୟାଙ୍କର ଥିଲା କେତେ ଘୃଣା । ଏସବୁ ଟୁଇଷ୍ଟ ଭିତରେ କେସର ପର୍ଦ୍ଦାଫାଶ ସିନା ହୋଇନି । କିନ୍ତୁ ଦିନକୁ ଦିନ ବଦଳୁଛି ବୟାନ, ବଦଳୁଛି ସିନ୍ । ମାନେ ଯାହା ଥିଲା କାଲିର ସତ, ତାହା ସବୁ ଆଜିର ମିଛ !
ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମିଷ୍ଟ୍ରୀ (Somyaranjan Death) କୁ ଚାହୁଁ ଚାହୁଁ ବିତିଯାଇଛି ୧୦ ଦିନ । ପୋଲିସ ସହ ମିଶି କ୍ରାଇମବ୍ରାଞ୍ଚ ବି ଖୋଳତାଡ଼ ଆରମ୍ଭ କରିଛି । ହେଲେ ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁର ମୂଳଫାଶ ମିଳୁନାହିଁ । ଓଲଟା ତଦନ୍ତ ଯେତେ ଆଗକୁ ବଢ଼ୁଛି, ଘଟଣାରେ ଆସୁଛି ଟୁଇଷ୍ଟ୍ ପରେ ଟୁଇଷ୍ଟ୍ । କାଲିଯାଏଁ ଯାହା ସବୁ ଥିଲା ସତ, ତାହା ପାଲଟୁଛି ଆଜିର ମିଛ । ଆଉ ବର୍ତ୍ତମାନର ସତ, ଗଲାଦିନର ମିଛକୁ ପ୍ରଶ୍ନ ଓ ସନ୍ଦେହର କାଠଗଡ଼ାକୁ ଟାଣୁଛି । ସେବେ ପାରଳାଖେମୁଣ୍ଡି ପୋଲିସ କହୁଥିଲା, ସୌମ୍ୟଙ୍କ ସରକାରୀ କ୍ୱାର୍ଟର୍ସ (Government Quarters) ରେ ନାହିଁ ଜଳିବାର ଚିହ୍ନବର୍ଣ୍ଣ । କିନ୍ତୁ ଗୁରୁବାରର ତନାଘନା ପରେ ଉଭୟ ପୋଲିସ ଓ କ୍ରାଇମବ୍ରାଞ୍ଚର ଏକ୍ ସ୍ୱର ଯେ,ସରକାରୀ କ୍ୱାର୍ଟର୍ସ ହିଁ ହେଉଛି କ୍ରାଇମ୍ ସ୍ପଟ୍ ।
Also Read: ACF ସୌମ୍ୟରଞ୍ଜନ Death ମିଷ୍ଟ୍ରି: ୩ଦିନ ପୂର୍ବରୁ ସ୍ତ୍ରୀ ସହ ହୋଇଥିଲା କି କଣ୍ଟ୍ରାକ୍ଟ ?
ସୌମ୍ୟଙ୍କ ମୃତ୍ୟୁପରଠାରୁ ପୋଲିସ ଯେଉଁ କ୍ୱାର୍ଟର୍ସକୁ ମୁକୁଳା ଛାଡ଼ି ଦେଇଥିଲା, ପ୍ରାୟ ୧୦ଦିନ ପରେ ସେଠି ପହଞ୍ଚିଛି କ୍ରାଇମବ୍ରାଞ୍ଚ୍ ଟିମ୍ । ୨ ଘଣ୍ଟା ଧରି ତନତନ ଯାଞ୍ଚ କରି ପାରିପାର୍ଶ୍ୱିକ ସ୍ଥିତିର ଅନୁଧ୍ୟାନ କରିଛି । ପରେ ପରେ ଦକ୍ଷିଣାଞ୍ଚଳ ଡିଆଇଜି ମଧ୍ୟ ସୌମ୍ୟଙ୍କ କ୍ୱାର୍ଟର୍ସ ବୁଲି ଦେଖିଥିଲେ । ତେବେ କ୍ରାଇମ ସ୍ପଟ୍ (Crime Spot)ବୁଲିବା ପରେ ସୌମ୍ୟ ନିଜ କ୍ୱାର୍ଟର୍ସରେ ହିଁ ଜଳିଥିବା ଦାବି କରିଛନ୍ତି କ୍ରାଇମବ୍ରାଞ୍ଚ୍ ଡିଏସପି । ଯଦି ଏହା ସତ୍ୟ, ତେବେ ବଡ଼ ପ୍ରଶ୍ନ ହେଲା, ସୌମ୍ୟଙ୍କ ଶରୀରରେ ନିଆଁ ଲାଗିବା ଦୁର୍ଘଟଣା ଥିଲା ନା କିଏ ଲଗାଇଥିଲା ?
Also Read: ଯାହାଙ୍କୁ ଆପଣ କୃଷକ କହୁଛନ୍ତି ସେମାନେ ସବୁ ମୱାଲି: କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି
ସେପଟେ ସୌମ୍ୟଙ୍କ ପରିବାର ପକ୍ଷରୁ ଲଢ଼ୁଥିବା ଓକିଲ, ପୋଲିସ ଓ କ୍ରାଇମବ୍ରାଞ୍ଚ (CrimeBranch)ର ଏ ଦାବିକୁ ଖଣ୍ଡନ କରିଛନ୍ତି। କହିଛନ୍ତି, ପୋଲିସ, ମାଜିଷ୍ଟ୍ରେଟ୍ ଓ ତାଙ୍କ ଉପସ୍ଥିତିରେ କ୍ୱାର୍ଟର୍ସ ଖୋଲାଯାଇଥିଲା । ଆଉ ସେବେ ଘର ଭିତରେ କିଛି ପୋଡ଼ା ଚିହ୍ନ ନ ଥିଲା । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଏବେ ଘର ଭିତରେ ପୋଡ଼ା ଚିହ୍ନ ଆସିଲା କୁଆଡ଼ୁ।
ଏପଟେ ଛାନଭିନ୍ ଜାରି ଥିବାବେଳେ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ (Somyas Wife VidyaBharati) ଙ୍କ ହାତ ଲେଖା ଚିଠିର ଆଉ ଏକ ଫର୍ଦ୍ଦ ଲିକ୍ ହୋଇଛି । ଯେଉଁଥିରେ ସ୍ୱାମୀଙ୍କ ପ୍ରତି ଥିବା ବିଦ୍ୟାଭାରତୀଙ୍କ ଘୃଣା ବାରି ହୋଇଯାଉଛି ।ବିଦ୍ୟା ଛାଡ଼ପତ୍ର ଚାହୁଁଥିବା ଲେଖିଥିବା ବେଳେ ପ୍ରଭୁଙ୍କୁ ପ୍ରାର୍ଥନା କରି ଲେଖିଛନ୍ତି, ଡିଭୋର୍ସ ହୋଇଗଲେ ପୁରୀ ଶ୍ରୀମନ୍ଦିରରେ ସେ ଦେବଦାସୀ ଭଳି ଜୀବନ କାଟିବେ।
Also Read: Helicopter ରେ କନ୍ୟାକୁ ଆଣି ଏକ ଟଙ୍କା ଯୌତୁକ ନେଲା ବର
ଏପରି କି ସମ୍ପର୍କର ହେଟଷ୍ଟୋରୀ (HateStory) ଦର୍ଶାଇବାକୁ ବିଦ୍ୟାଭାରତୀ ପ୍ରତିଟି ତାରିଖରେ ସେ କେତେ ଘୃଣା କରନ୍ତି ତାହାକୁ ୱାନ୍ ପ୍ଲସ୍ ୱାନ୍ ଷ୍ଟାଇଲରେ ଲେଖିଛନ୍ତି । ପୂର୍ବରୁ ଏକ ଚିଠିରେ ମଧ୍ୟ ବିଦ୍ୟାଭାରତୀ I HATE YOU ଲେଖି ଦର୍ଶାଇଥିଲେ ଆଉ ତିନି ଦିନ କିପରି କଟିବ । ଆଉ ମୁଁ ଶାନ୍ତିରେ ରହିବି। ଯଦି ବିଦ୍ୟାଭାରତୀ ଏତେ ଘୃଣା କରୁଥିଲେ, ସେହି ଘୃଣା ସୌମ୍ୟଙ୍କ ମୃତ୍ୟୁର କାରଣ ନୁହେଁ ତ ? ଚିଠିର ଏ ଫର୍ଦ୍ଦ ଆଗକୁ ବିଦ୍ୟାଭାରତୀଙ୍କ ପାଇଁ ଫାଶ ପାଲଟିଯିବନି ତ ? ସେପଟେ ଏ କେସରେ ଛନ୍ଦି ହୋଇଥିବା ଡିଏଫଓ (DFO)ଙ୍କୁ ଜେରା କରିବାକୁ ପୋଲିସ କହିଆସୁଛି । ମାତ୍ର ଗୁରୁବାର ବି ଡିଏଫଓ ସଂଗ୍ରାମ ବେହେରାଙ୍କୁ ଡକାଯାଇନି କି ଜେରା କରିନି ପୋଲିସ । ତେଣୁ ସୌମ୍ୟଙ୍କ ପରିବାର ଲୋକଙ୍କ ଆଶା ଡିଏଫଓଙ୍କୁ ଜେରା ପରେ ଡି-କୋଡ୍ ହୋଇଯିବ ସୌମ୍ୟଙ୍କ ମୃତ୍ୟୁ ମିଷ୍ଟ୍ରୀର ସବୁ ସସପେନ୍ସ।