ଲକଡାଉନ ଡାଏରୀ: କାହିଁକି ସୈଫ୍ ଙ୍କୁ ଛୁରୀରେ ମାରିଥିଲେ କରୀନା ! ଆସିଲା ଏହି କାରଣ
ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନଙ୍କ ଏପରି କିଛି ଚିତ୍ର ବାହାରକୁ ଆସିଥିଲା ଯେଉଁଥିରେ ସେ ତାଙ୍କ ପୁଅ ତୈମୁର ଅଲ୍ଲି ଖାନଙ୍କ କେଶ କାଟୁଥିବାର ନଜର ଆସିଥିଲେ।
ନୂଆଦିଲ୍ଲୀ: ଲକଡାଉନ ସମୟରେ ସବୁ କିଛି ଥିଲା ବନ୍ଦ ଏମିତିକି, ବଲିଉଡ ଷ୍ଟାର୍ସ ମାନେ ବି ଘରେ ବନ୍ଦୀ ରହିଥିଲେ । ଏହି ସମୟରେ କାହାର ଓଜନ ବଢିଗଲା ତ କେହି କେହି ଲକଡାଉନରେ ଘରେ ରହି ଦାଢି ଚୁଟି ବଢାଇଦେଲେ । ସେହିପରି ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନଙ୍କ ଏପରି କିଛି ଚିତ୍ର ବାହାରକୁ ଆସିଥିଲା ଯେଉଁଥିରେ ସେ ତାଙ୍କ ପୁଅ ତୈମୁର ଅଲ୍ଲି ଖାନଙ୍କ କେଶ କାଟୁଥିବାର ନଜର ଆସିଥିଲେ। କିନ୍ତୁ ସେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁର ଖାନଙ୍କୁ ନେଇ ଏକ ମଜାଳିଆ ମନ୍ତବ୍ୟ ଦେଇଛନ୍ତି ।
ଗତ କିଛିଦିନ ତଳେ Saif Ali Khan 'Feet Up With The Stars season 3' ରେ ଯୋଗ ଦେଇଥିଲେ । ଆଉ ଏହି ସମୟରେ ତାଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ଲକଡାଉନ ସମୟରେ କାହିଁକି ହେୟାର କଟ ପାଇଁ କରୀନାଙ୍କୁ ଦିଆଯାଇନଥିଲା । ସେତେବେଳେ ହସି ହସି କହିଥିଲେ ଯେ,କରୀନାଙ୍କୁ ଦେଇଥିଲେ ସେ ସେତେବେଳେ ମୋତେ ଛୁରୀରେ ମାରିଦେଇଥାନ୍ତେ । ସୈଫ Saif Ali Khan କହିଥିଲେ ଯେ, ମୋତେ ବେଳେ ବେଳେ ଲାଗେ ତାଙ୍କୁ ହେୟାର କଟ (Hair Cut)ପାଇଁ ଦେଇଥିଲେ ସେ ମୋତେ ଛୁରି ମାରିଦେଇଥାନ୍ତେ ।
Also Read: LPG Cylinder: ଏହି ଆପରୁ ବୁକ୍ କରନ୍ତୁ ଗ୍ୟାସ ସିଲିଣ୍ଡର ଆଉ ପାଆନ୍ତୁ କ୍ୟାସବ୍ୟାକ୍
Saif Ali Khan କହିଛନ୍ତି ଯେ, ଏହା ବହୁତ ଅଧିକ ଅନପ୍ରୋଫେଶନାଲ ହୋଇଯାଇଥାଏ ଯେତେବେଳେ ସେ ବିଷୟରେ ତାଙ୍କୁ କିଛି ଜଣାନଥାଏ । ଏହା ଉପରେ ଆମେ ମାନେ କାମ କରୁଛୁ । ହେଲେ କେବେ ବି ଦୁହେଁ ଦୁହେଁଙ୍କ ଚୁଟିରେ ଖେଳିବାକୁ ସାହାସ କରିନାହୁଁ । ହେଲେ କରୀନା କେବେ କେବେ ମୋ ଚୁଟିରେ ଲାଗନ୍ତି ହେଲେ କେବେ କାଟିବା ପାଇଁ ମୁଁ ତାଙ୍କୁ ସୁଯୋଗ ଦେଇନାହିଁ କି ତାହା କେବେ ହୋଇନାହିଁ ।
Also Read: Third Wave ର ତାଣ୍ଡବ ଆରମ୍ଭ: ଏହି ଦେଶରେ ୧୦୦ ରୁ ଅଧିକ ଶିଶୁଙ୍କ ହେଲାଣି ମୃତ୍ୟୁ
ସୂଚନାଯୋଗ୍ୟ, ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁର ଖାନ ପରସ୍ପର ସହ ବିବାହ କରିବା ପୂର୍ବରୁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରିଥିଲେ । ଅକ୍ଟୋବର ୨୦୧୨ ରେ ଦୁହେଁ ବିବାହ କରିଥିଲେ ଏବଂ ବିବାହର ୪ ବର୍ଷ ପରେ ଉଭୟଙ୍କର ପ୍ରଥମ ପୁଅ ହୋଇଥିଲା । ଯାହାଙ୍କ ନାମ ତୈମୁର ଅଲ୍ଲୀ ଖାନ । ଏହି ବର୍ଷ କରୀନା କପୁର ଖାନ (Kareena Kapoor Khan) ତାଙ୍କର ଦ୍ୱିତୀୟ ପୁତ୍ରକୁ ଜନ୍ମ ଦେଇଛନ୍ତି, ଯାହାଙ୍କ ନାମ ସେ ଜେହ୍ ରଖିଛନ୍ତି।