LPG Cylinder: ଏହି ଆପରୁ ବୁକ୍ କରନ୍ତୁ ଗ୍ୟାସ ସିଲିଣ୍ଡର ଆଉ ପାଆନ୍ତୁ କ୍ୟାସବ୍ୟାକ୍
Advertisement
Article Detail0/zeeodisha/odisha950934

LPG Cylinder: ଏହି ଆପରୁ ବୁକ୍ କରନ୍ତୁ ଗ୍ୟାସ ସିଲିଣ୍ଡର ଆଉ ପାଆନ୍ତୁ କ୍ୟାସବ୍ୟାକ୍

କମ୍ପାନୀର ନିୟମ ଅନୁଯାୟୀ, କେବଳ ୫୦ ଉପଭୋକ୍ତା ଏକ ଘଣ୍ଟା ମଧ୍ୟରେ ଏହି ଅଫରର ଲାଭ ଉଠାଇ ପାରିବେ ।

 

LPG Cylinder: ଏହି ଆପରୁ ବୁକ୍ କରନ୍ତୁ ଗ୍ୟାସ ସିଲିଣ୍ଡର ଆଉ ପାଆନ୍ତୁ କ୍ୟାସବ୍ୟାକ୍

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଥିବା ମହଙ୍ଗା ମାଡ଼ରେ ସାଧାରଣ ଗ୍ରାହକଙ୍କ ଅଣ୍ଟା ଭାଙ୍ଗି ପଡ଼ିଛି ।  ପେଟ୍ରୋଲ ଓ ଡିଜେଲରୁ ଆରମ୍ଭ କରି ଗ୍ୟାସ ପର୍ଯ୍ୟନ୍ତ ସବୁ ସାମଗ୍ରୀର ଦାମ ଦିନକୁ ଦିନ ବଢିବାରେ ଲାଗିଛି । ଏହି ମହଙ୍ଗା ସମୟରେ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡରରେ ନିଶ୍ଚିତ ରୂପେ କ୍ୟାସବ୍ୟାକ୍ ମିଳିବ । 
ପ୍ରକୃତରେ ଗ୍ରାହକମାନେ ଡିଜିଟାଲ ପେମେଣ୍ଟ ମାଧ୍ୟମ ପକେଟ୍ ଆପ୍ ମାଧ୍ୟମରେ ଗ୍ୟାସ୍ ସିଲିଣ୍ଡର ବୁକିଂ ଉପରେ ୧୦ ପ୍ରତିଶତ କ୍ୟାସବ୍ୟାକ୍ ପାଇପାରିବେ, ଯାହା ଡିଜିଟାଲ୍ ପେମେଣ୍ଟ ସୁବିଧା ପ୍ରଦାନ କରିଥାଏ । ଆପଣଙ୍କୁ କହିରଖୁଛୁ ଯେ, ଏହି ଆପ୍ ICICI Bank ଦ୍ୱାରା ପରିଚାଳିତ ହୋଇଥାଏ ।

ପ୍ରକୃତରେ, ପକେଟ ଆପ୍ (Pocket App) ଜରିଆରେ ୨୦୦ କିମ୍ବା ତା’ଠାରୁ ଅଧିକ ବିଲ୍ ପେମେଣ୍ଟ୍ କରନ୍ତି, ତେବେ ଆପଣ ୧୦ ପ୍ରତିଶତ କ୍ୟାସବ୍ୟାକ୍ (Cash Back) ପାଇବେ । ଅଫର ପାଇବାକୁ ଗ୍ରାହକମାନେ କୌଣସି ପ୍ରୋମୋକୋଡ୍ ମଧ୍ୟ ପ୍ରବେଶ କରିବା ଆବଶ୍ୟକ କରନ୍ତି ନାହିଁ । କିନ୍ତୁ ଧ୍ୟାନ ଦିଅନ୍ତୁ ଯେ ଏହି ଅଫର କେବଳ ମାସର ୩ ବିଲ୍ ପେମେଣ୍ଟ (Bill Payment) ରେ ବୈଧ ହେବ । କମ୍ପାନୀର ନିୟମ ଅନୁଯାୟୀ, କେବଳ ୫୦ ଉପଭୋକ୍ତା ଏକ ଘଣ୍ଟା ମଧ୍ୟରେ ଏହି ଅଫରର ଲାଭ ଉଠାଇ ପାରିବେ । ସବୁଠାରୁ ବଡ଼ କଥା ହେଉଛି ବିଲ ପେମେଣ୍ଟ କରିବାର ଏକ ଘଣ୍ଟାରେ ଏକ ପୁରସ୍କାର /କ୍ୟାସବ୍ୟାକ୍ ଏବଂ ବିଲ୍ ପେମେଣ୍ଟରେ ଏକ ମାସରେ ୩ଟି ପୁରସ୍କାର / କ୍ୟାସବ୍ୟାକ୍ ଜିତିପାରିବେ। 

Also Read: WhatsAppରେ ଏହି ଛୋଟ ଭୁଲ ଆପଣଙ୍କୁ ପଠାଇପାରେ ଜେଲ୍

କେମିତି କରିବେ ବୁକିଂ

1. ଏହି ଲାଭ ପାଇବାକୁ, ହେଲେ ପ୍ରଥମେ ଆପଣ ଏହି ପକେଟ୍ ୱାଲେଟ୍ ଆପ୍ Pockets Appକୁ ଓପନ କରନ୍ତୁ 

2. ବର୍ତ୍ତମାନ ରିଚାର୍ଜ ଏବଂ ପେ ବିଲ୍ Pay Bills ସେକ୍ସନରେ ପେ ବିଲ୍ସ ଉପରେ କ୍ଲିକ୍ କରନ୍ତୁ 

3. ଏହାପରେ Choose Billers ର More ଅପସନ୍ ଉପରେ କ୍ଲିକ କରନ୍ତୁ

4. ଏହା ପରେ LPG ର ଅପସନ ଆପଣଙ୍କ ସାମ୍ନାକୁ ଆସିବ 

5. ବର୍ତ୍ତମାନ ସେବା ପ୍ରଦାନକାରୀ ଚୟନ କରନ୍ତୁ ଏବଂ ଆପଣଙ୍କର ମୋବାଇଲ୍ ନମ୍ବର ଟାଇପ କରନ୍ତୁ

6. ବର୍ତ୍ତମାନ ଆପଣଙ୍କର ବୁକିଂ ରାଶି ସିଷ୍ଟମ୍ ଦ୍ୱାରା ସୂଚିତ କରାଯିବ 

7. ଏହା ପରେ ଆପଣଙ୍କୁ ବୁକିଂ ରାଶି ଦେବାକୁ ପଡିବ

8. ଟ୍ରାଞ୍ଜାକ୍ସନ ପରେ ୧୦ ପ୍ରତିଶତ ହିସାବରେ ଅଧିକରୁ ଅଧିକ ୫୦ ଟଙ୍କାର କ୍ୟାସବ୍ୟାକ୍ ରିୱାର୍ଡ୍ସ ମିଳିବ । ଏହାକୁ ଖୋଲିବା ପରେ କ୍ୟାସବ୍ୟାକ୍ ଆମାଉଣ୍ଟ କୁ ଆପଣଙ୍କ ପକେଟ ୱାଲେଟରେ କ୍ରେଡିଟ କରିଦିଆଯିବ।