ମନି କଣ୍ଟ୍ରୋଲର ଖବର ଅନୁଯାୟୀ ଇଣ୍ଡୋନେସିଆରେ ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ଆଲୋଡ଼ନ ସୃଷ୍ଟି କରିଛି ଏବଂ ସ୍ଥାନୀୟ ଲୋକମାନେ ଏହାକୁ ସରକାରଙ୍କ ବିଫଳତା ବୋଲି କହୁଛନ୍ତି।
Trending Photos
ନୂଆଦିଲ୍ଲୀ: କୋରୋନାର ଦ୍ୱିତୀୟ ଲହର ଏବେ ଧିରେ ଧିରେ କମିବାରେ ଲାଗିଛି ହେଲେ ତୃତୀୟ ଲହର ନଆସିବା ପାଇଁ ସବୁ ଆଡ଼ୁ ପ୍ରଚେଷ୍ଟା ଜାରି ରହିଛି । ହେଲେ ଗବେଷଣାରୁ ଏକଥା କୁହାଯାଇଛି ଯେ, ତୃତୀୟ ଲହରରେ ବେଶି ପ୍ରଭାବିତ ହେବେ ଶିଶୁ । ସେମିତି ଦେଖିବାକୁ ଗଲେ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ନେଇ କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ଭାରତରେ ଶିଶୁମାନଙ୍କର ଟୀକାକରଣ କେବେ କରାଯିବ ସେ ନେଇ ପ୍ରୟାସ ଜାରି ରହିଛି ।
ବିଶେଷଜ୍ଞଙ୍କ ଅନୁଯାୟୀ, କୋରୋନା ଟିକା (Corona Vaccine) ସେପ୍ଟେମ୍ବର ସୁଦ୍ଧା ଭାରତରେ ପହଞ୍ଚିପାରେ ଏବଂ ଏହାର ପରୀକ୍ଷା ମଧ୍ୟ ଲଗାତାର ଭାବେ ଚାଲିଛି । କିନ୍ତୁ ଅନ୍ୟ ଦେଶରେ ପିଲାମାନଙ୍କ ଉପରେ କୋରୋନାର ତୃତୀୟ ଲହରର ପ୍ରଭାବ ଏକ ବିପର୍ଯ୍ୟସ୍ତ ପ୍ରଭାବ ପକାଉଥିବା ଦେଖାଯାଉଛି । ଇଣ୍ଡୋନେସିଆ (Indonesia) ରେ, ଗତ ଏକ ସପ୍ତାହ ମଧ୍ୟରେ ଶହେରୁ ଅଧିକ ପିଲା ସଂକ୍ରମଣରେ ସଂକ୍ରମିତ ହେବା ପରେ ପ୍ରାଣ ହରାଇଛନ୍ତି। ଯାହା କୋରୋନାର ତୃତୀୟ ଲହରର ଆଶଙ୍କାକୁ ବଢାଇ ଦେଇଛି ।
Also Read: WhatsAppରେ ଏହି ଛୋଟ ଭୁଲ ଆପଣଙ୍କୁ ପଠାଇପାରେ ଜେଲ୍
ମୃତ୍ୟୁବରଣ କରିଥିବା ଅନେକ ପିଲାଙ୍କ ବୟସ ପାଞ୍ଚ ବର୍ଷରୁ କମ୍ ବୋଲି କୁହାଯାଉଛି । ଶିଶୁମାନଙ୍କର ମୃତ୍ୟୁ ହାର ଏଠାରେ ସର୍ବାଧିକ ରହିଛି । ଯାହାକି ଶିଶୁମାନଙ୍କ ଉପରେ କୋରୋନା କମ୍ ପ୍ରଭାବ ପକାଇବ ବୋଲି ଡାକ୍ତରଙ୍କ ଦାବି ସାମ୍ନାରେ ଏକ ଆହ୍ୱାନ ସୃଷ୍ଟି କରିଛି । ମନି କଣ୍ଟ୍ରୋଲର ଖବର ଅନୁଯାୟୀ ଇଣ୍ଡୋନେସିଆରେ ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ଆଲୋଡ଼ନ ସୃଷ୍ଟି କରିଛି ଏବଂ ସ୍ଥାନୀୟ ଲୋକମାନେ ଏହାକୁ ସରକାରଙ୍କ ବିଫଳତା ବୋଲି କହୁଛନ୍ତି। ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି ଯେ, ସରକାର କୋରୋନାର ତୃତୀୟ ଲହର (Corona Third Wave) ର ଆଗମନକୁ ଦୃଷ୍ଟିରେ ରଖି କାହିଁକି ଆଗୁଆ ପଦକ୍ଷେପ ନେଲେ ନାହିଁ ।
Also Read: Tokyo Olympics: ଗୋଲ୍ଡରେ ବଦଳିପାରେ ମିରାବାଇ ଚାନୁଙ୍କ ସିଲଭର ମେଡ଼ାଲ୍, ଜାଣନ୍ତୁ କାରଣ
ସ୍ଥାନୀୟ ଡାକ୍ତର ଅମନ ପୁଲୁଗନ୍ କହିଛନ୍ତି ଯେ, ଆମର ପରିସଂଖ୍ୟାନ ଦୁନିଆରେ ସବୁଠାରୁ ଅଧିକ, ଶିଶୁମାନେ କ୍ରମାଗତ ଭାବରେ ମୃତ୍ୟୁମୁଖରେ ପଡ଼ୁଛନ୍ତି କିନ୍ତୁ ଆମେ କାହିଁକି ଆମ ପିଲାମାନଙ୍କ ପାଇଁ ଭଲ ବ୍ୟବସ୍ଥା କରିପାରିଲୁ ନାହିଁ । ଦକ୍ଷିଣ ପୂର୍ବ ଏସିଆରେ ଶିଶୁଙ୍କ ମୃତ୍ୟୁ ବୃଦ୍ଧି ପଛରେ ଡେଲ୍ଟା ଭାରିଆଣ୍ଟ ଏହାର କାରଣ ବୋଲି କୁହାଯାଉଥିବା ବେଳେ ଏବଂ ଏହି ଦେଶରେ ଟୀକାକରଣ (Corona Vaccination) ପ୍ରକ୍ରିୟା ମଧ୍ୟ ମନ୍ଥର ରହିବାରୁ ଏମିତି ସମସ୍ୟା ଉପୁଜିଥାଇପାରେ ।
Also Read: ଦିଦିଙ୍କ 'ମିଶନ୍ ଦିଲ୍ଲୀ' ଉପରେ BJPର ଶକ୍ତ ପ୍ରହାର
ଇଣ୍ଡୋନେସିଆ (Indonesia) ହେଉଛି ବିଶ୍ୱର ଚତୁର୍ଥ ଜନସଂଖ୍ୟା ବିଶିଷ୍ଟ ଦେଶ, ଯାହା ଭାରତ ଏବଂ ବ୍ରାଜିଲକୁ ପଛରେ ଛାଡି଼ ସଂକ୍ରମଣରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି । ଶୁକ୍ରବାରର ଆକଳନ ଅନୁଯାୟୀ ଦେଶରେ ପ୍ରାୟ ୫୦ ହଜାର ମାମଲା ଏବଂ ୧୫୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କେବଳ ଇଣ୍ଡୋନେସିଆ ନୁହେଁ, ଥାଇଲ୍ୟାଣ୍ଡ, ମାଲେସିଆ, ମିଆଁମାର ଏବଂ ଭିଏତନାମ ଭଳି ଦେଶରେ ମଧ୍ୟ ସଂକ୍ରମଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି।
Also Read: କାହିଁକି ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରାପ୍ପା? ଘୋଷଣା ବେଳେ ଆଖିରୁ ଝରିଲା ଲୁହ
ଇଣ୍ଡୋନେସିଆ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ସପ୍ଲାଏ (Oxygen Emergency)ର ଘୋର ଅଭାବ ଦେଖାଦେଇଛି। ଶିଳ୍ପ ପରିବର୍ତ୍ତେ ଚିକିତ୍ସା ବ୍ୟବସ୍ଥା ପାଇଁ ଅମ୍ଳଜାନ ଯୋଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ଦେଶର ମେଡିକାଲ କ୍ଷେତ୍ରରେ ୨୫ ପ୍ରତିଶତ ଅମ୍ଳଜାନ ଉପଲବ୍ଧ ଥିଲା, ଯାହା ବର୍ତ୍ତମାନ ୯୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ, ଭାରତ ମଧ୍ୟ ଏହି ଦେଶକୁ ସାହାଯ୍ୟର ହାତ ବଢାଇବାକୁ ଯାଇ0 ୩୦୦ ଅକ୍ସିଡେନ କଣ୍ଟେନର (Oxygen Container) ଏବଂ ୧୦୦ ମେଟ୍ରିକ୍ ଟନ୍ ତରଳ ଅମ୍ଳଜାନ ଯୋଗାଇ ଦେଇଛି।