ସମ୍ବଲପୁର: ଏଥର ମହାମାରୀ କୋରୋନା ପାଇଁ ସମସ୍ତ ପର୍ବ ପର୍ବାଣୀ ଫିକା ପଡିଛି। କିନ୍ତୁ ରାଜ୍ୟ ସରକାରଙ୍କ କୋରୋନା ଗାଇଡ଼ଲାଇନ ଅନୁସରଣ କରି କିନ୍ନର ପାଳିଲେ ସମ୍ବଲପୁରୀ ଦିନ। ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ଜନ୍ମ ଦିନ ଅଗଷ୍ଟ ଏକ ତାରିଖକୁ ସର୍ବତ୍ର ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ଗୁରୁ ସତ୍ୟ ନାରାୟଣ ବହିଦାର (Satya Narayan Bahidar) ଥିଲେ ଜଣେ ସାହିତ୍ୟନୁରାଗି। ସମ୍ବଲପୁରୀ କଳା ସଂସ୍କୃତି ପରମ୍ପରାର ଝଲକ ତାଙ୍କ ଲେଖାରେ ପ୍ରତୀୟମାନ ହେଉଥିଲା। ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସମ୍ବଲପୁର ର ପଶ୍ଚିମାଞ୍ଚଳ ଏକତା ମଞ୍ଚ ଅଗଷ୍ଟ ଏକ ତାରିଖ କବିଙ୍କର ଜନ୍ମ ଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରି ଆସୁଛନ୍ତି। ୨୦୧୨ ମସିହାରେ ଶହେ ବର୍ଷ ପୂରଣ କରିଥିବା ସମୟରୁ କବିଙ୍କର ଜନ୍ମ ଦିନ ଠାରୁ ପ୍ରତ୍ୟେକ ବର୍ଷ ବିଭିନ୍ନ ଅଂଚଳରେ ଅଗଷ୍ଟକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଉଛି।


Also Read: ପ୍ରତି ମାସ ୨୦ ଟଙ୍କା ଲେଖାଏଁ ବଢିଛି ଘରୋଇ LPG ମୂଲ୍ୟ!


ବର୍ତ୍ତମାନ ସମୟରେ ସମ୍ବଲପୁରୀ ଦିନ (Sambalpuri din) ପ୍ରସାରିତ ହୋଇ ଦେଶ ବିଦେଶରେ ମଧ୍ୟ ଖୁବ ଜାକଜମକରେ ପାଳନ କରାଯାଉଛି। କିନ୍ତୁ କୋରୋନା ପରି ମହାମାରୀ କାରଣରୁ ଗତବର୍ଷ ଓ ଏ ବର୍ଷ ଭର୍ଚୁଆଲ ମୋଡ଼ ଓ କମ ସଦସ୍ୟଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିଭଳି ଭାବରେ କିଏ କିଏ ନିଜ ସୀମିତ ପରିଧି ମଧ୍ୟରେ କୋରୋନା ଗାଇଡ଼ଲାଇନକୁ ଅନୁସରଣ କରି ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ଜନ୍ମ ଦିନ ସମ୍ବଲପୁରୀ ଦିନକୁ ପାଳନ କରିଛନ୍ତି।


ସମ୍ବଲପୁରର ମା ସମଲେଶ୍ବରୀ କିନ୍ନର ସଙ୍ଘ (Transgrnder) ମଧ୍ୟ ସମ୍ବଲପୁରୀ ଦିନ ପାଳନ କରିଛି। ସଦସ୍ୟମାନେ କୋରୋନା (Coronavirus) କାରଣରୁ ସମ୍ବଲପୁରୀ କପଡା ପିନ୍ଧି ନିଜ ଘର ଭିତରେ ସମ୍ବଲପୁରୀ ନାଚ ଗୀତ ସହ ଏହି ମହାନ ଗୁରୁଙ୍କର ଜନ୍ମ ବର୍ଷିକୀକୁ ପାଳନ କରିଛନ୍ତି। କୋରୋନା ପାଇଁ ଏ ବର୍ଷ ମଧ୍ୟ ସମ୍ବଲପୁରୀ ଦିନ ଫିକା ପଡ଼ିଥିବାରୁ ଦୁଃଖ ପ୍ରକାଶ କରିବା ସହ ଆଗକୁ ଯେମିତି ଏହି ମହାମାରୀ ଦୁରୀଭୂତ ହେଉ ସେହି ପ୍ରାର୍ଥନା କରିଛନ୍ତି।