ନୂଆଦିଲ୍ଲୀ: ଡାଇରେକ୍ଟର ବିବେକ୍ ଅଗ୍ନୀହୋତ୍ରିଙ୍କ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' ବକ୍ସ ଅଫିସରେ ନନ୍-ଷ୍ଟପ୍ ଆଗକୁ ବଢୁଛି । ୧୧ ମାର୍ଚ୍ଚରେ ରିଲିଜ୍ ହୋଇଥିବା ଏହି ଫିଲ୍ମ, ହଲ୍ ମାନଙ୍କରେ ହାଉସଫୁଲ୍ ଜୋସ୍ ମିଳୁଛି । ୩.୫୫ କୋଟିର ଅପକମିଂ ପରେ ଦ୍ୱିତୀୟ ଦିନରୁ 'ଦ କାଶ୍ମୀର ଫାଇଲ୍ସ' ଡବଲ ଜିଡିଟ୍ କଲେକ୍ସନ୍ କରିବା ଆରମ୍ଭ କରିଦେଇଥିଲା।  ଆଉ ୫ମ ଦିନରେ ଫିଲ୍ମ କଲେକ୍ସନ୍ ୫୦ କୋଟି ପାର୍ କରିସାରିଲାଣି।


COMMERCIAL BREAK
SCROLL TO CONTINUE READING

ଫିଲ୍ମର ଲାଟେଷ୍ଟ କଲେକ୍ସନ୍ ସେୟାର କରିଛନ୍ତି ଟ୍ରେଡ୍ ଆନାଲିସିସ୍ ତରଣ ଆଦର୍ଶ । ସେ ଲେଖିଛନ୍ତି '#TheKashmirFiles ବକ୍ସ ଅଫିସରେ ସୁନାମୀ ପରି ଚାଲିଛି। Fantastic Trending, ଫୁଟଫଲସ୍, ଓକ୍ୟୁପେନ୍ସିଂ, ନମ୍ବର୍ସ ସବୁଥିରେ ବଢ଼ିଚାଲିଛି । ଅନ୍ୟ ଦିନ ଅପେକ୍ଷା ୫ମ ଦିନରେ ଆହୁରି ଅଧିକ ବ୍ଲକବଷ୍ଟର ହୋଇଛି। ଶୁକ୍ରବାର ଦିନ ୩.୫୫ କୋଟି, ଶନିବାର ଦିନ ୮.୫୦ କୋଟି, ରବିବାର ୧୫.୧୦ କୋଟି, ସୋମବାର ୧୫.୦୫ କୋଟି, ମଙ୍ଗଳବାର ୧୮ କୋଟି ମୋଟ ୬୦ କୋଟି ଇନକମ୍ କରିସାରିଛି ଏହି ବଲିଉଡ ଫିଲ୍ମ। ତେବେ ଆକଳନ ଅନୁସାରେ, ୬ ଦିନରେ ଫିଲ୍ମ ୮୦ କୋଟି ଉପରେ ଇନକମ କରିଛି।


Also Read: ଧୋନି ଖୋଲିଲେ ନିଜ ୭ ନମ୍ବର ଜର୍ସିର ରହସ୍ୟ; କହିଲେ- 'ମୁଁ ଅନ୍ଧବିଶ୍ୱାସୀ ନୁଁହ'


'ଦ କାଶ୍ମୀର ଫାଇଲ୍ସ' The kashmir files ର କଲେକ୍ସନ ବହୁତ୍ ଭଲ ଅଛି । ଛୋଟ ବଜେଟର ଏହି ଫିଲ୍ମ ୫ମ ଦିନରେ ଏତେ ଭଲ କଲେକ୍ସନ୍ କରି ପ୍ରମାଣ କରିଦେଇଛି ଯେ, ଭଲ କାହାଣୀକୁ ଆଜିବି ଲୋକେ ପସନ୍ଦ କରୁଛନ୍ତି। ଫିଲ୍ମର ଏଭଳି କଲେକ୍ସନ୍ ୱିକେଣ୍ଡ ଛଡ଼ା ସପ୍ତାହର ଅନ୍ୟଦିନରେ ମଧ୍ୟ ସରପ୍ରାଇଜିଂ ରହିଛି।


 



Also Read: 'କାଶ୍ମୀର ଫାଇଲ୍ସ' ଫିଲ୍ମ ବନାଇଥିବା ନିର୍ଦ୍ଦେଶକଙ୍କୁ ମିଳିଲା 'Y' କ୍ୟାଟେଗୋରି ସୁରକ୍ଷା


ଏହି ଫିଲ୍ମରେ କାଶ୍ମୀରରେ ପଣ୍ଡିତ (Kashmiri Pandits) ଙ୍କ ପ୍ରତି ହୋଇଥିବା ଅତ୍ୟାଚାରକୁ ଅତି ନିଖୁଣ ଭାବେ ପରିବେଷଣ କରିଛନ୍ତି ଡାଇରେକ୍ଟର ବିବେକ୍ ଅଗ୍ନୀହୋତ୍ରି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁପମ୍ ଖେର, ଦର୍ଶନ କୁମାର, ମିଥୁନ୍ ଚକ୍ରବର୍ତ୍ତୀ ଏବଂ ପଲ୍ଲବି ଯୋଶୀ। ପବ୍ଲିକ୍ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସବୁଠି ଫିଲ୍ମକୁ ନେଇ ପ୍ରଶଂସାର ସୁଅ ଛୁଟୁଛି। ଅନେକ ରାଜ୍ୟରେ ଫିଲ୍ମକୁ ଟ୍ୟାକ୍ସ ଫ୍ରି ମଧ୍ୟ କରାଯାଇଛି। ଫିଲ୍ମକୁ ପ୍ରଥମେ ୫୬୧ ଫିଲ୍ମ ହଲ୍, ୧୧୩ ୱେବସିରିଜ୍ ସ୍କ୍ରିନ୍ସରେ ରିଲିଜ୍ କରାଯାଇଥିଲା। ଯାହା ଅନ୍ୟ ଫିଲ୍ମ ଅପେକ୍ଷା ବହୁତ କମ୍। କିନ୍ତୁ କମ୍ ସ୍କ୍ରିନରେ ରିଲିଜ୍ ହେବା ସତ୍ୱେ 'ଦ କାଶ୍ମୀର ଫାଇଲ୍ସ' ଫିଲ୍ମ ରେକର୍ଡ ଭଙ୍ଗା ବିଜନେସ୍ କରିଛି।