'କାଶ୍ମୀର ଫାଇଲ୍ସ' ଫିଲ୍ମ ବନାଇଥିବା ନିର୍ଦ୍ଦେଶକଙ୍କୁ ମିଳିଲା 'Y' କ୍ୟାଟେଗୋରି ସୁରକ୍ଷା
Advertisement
Article Detail0/zeeodisha/odisha1127896

'କାଶ୍ମୀର ଫାଇଲ୍ସ' ଫିଲ୍ମ ବନାଇଥିବା ନିର୍ଦ୍ଦେଶକଙ୍କୁ ମିଳିଲା 'Y' କ୍ୟାଟେଗୋରି ସୁରକ୍ଷା

ନିକଟରେ ‘କାଶ୍ମୀର ଫାଇଲ୍ସ’ ଫିଲ୍ମ କାରଣରୁ ଲାଇମଲାଇଟକୁ ଆସିଥିବା ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କୁ 'Y' କ୍ୟାଟେଗୋରିର ସୁରକ୍ଷା ପ୍ରଦାନ କରାଯାଇଛି । ତାଙ୍କୁ CRPF କର୍ମଚାରୀମାନେ ଏହି ସୁରକ୍ଷା ପ୍ରଦାନ କରିବେ ।

(ଫଟୋ-SM)

The Kashmir Files: ନିକଟରେ ‘କାଶ୍ମୀର ଫାଇଲ୍ସ’ ଫିଲ୍ମ କାରଣରୁ ଲାଇମଲାଇଟକୁ ଆସିଥିବା ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କୁ (Vivek Agnihotri) 'Y' କ୍ୟାଟେଗୋରିର ସୁରକ୍ଷା ପ୍ରଦାନ କରାଯାଇଛି । ସରକାରୀ ସୂତ୍ର ଅନୁଯାୟୀ, CRPF କର୍ମଚାରୀଙ୍କ ଦ୍ୱାରା ଏହି ସୁରକ୍ଷା ଯୋଗାଇ ଦିଆଯିବ ଏବଂ ଏହି ସୁରକ୍ଷା ସମଗ୍ର ଭାରତ ପାଇଁ ଅଟେ । ତାଙ୍କର ସମ୍ପ୍ରତି ଫିଲ୍ମ 'କାଶ୍ମୀର ଫାଇଲ୍ସ'ର ପ୍ରଶଂସା କରାଯାଉଥିବାବେଳେ ସେ ମଧ୍ୟ ମୌଳିକବାଦୀଙ୍କ ଟାର୍ଗେଟରେ ଆସିଛନ୍ତି । ତାଙ୍କ ଉପରେ ଆକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାର ତାଙ୍କୁ ଏହି ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିପାଇଁ ଚର୍ଚ୍ଚାରେ ଅଛନ୍ତି ବିବେକ ଅଗ୍ନିହୋତ୍ରୀ
ବିବେକ ଅଗ୍ନିହୋତ୍ରୀ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ନୂଆ ନାମ ନୁହେଁ । ସେ ବହୁ ବର୍ଷ ଧରି ବଲିଉଡରେ ରହି ଅନେକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, କିନ୍ତୁ ଗତ କିଛି ଦିନ ହେବ ସେ ଅନେକ ଖବରର ହେଡଲାଇନରେ ଅଛନ୍ତି । ବାସ୍ତବରେ ନିକଟରେ ତାଙ୍କର ଫିଲ୍ମ 'କାଶ୍ମୀର ଫାଇଲ୍ସ' ରିଲିଜ ହୋଇଛି । ଏହାକୁ ନେଇ ରାଜନୀତି ହଟ୍ଟଗୋଳ ମଧ୍ୟ ଦେଖା ଦେଇଛି । ଏହି ଚଳଚ୍ଚିତ୍ରରେ କାଶ୍ମୀରୀ ପଣ୍ଡିତଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଏବଂ ସେମାନେ କିପରି ସେଠାରୁ ପଳାଇବାକୁ ବାଧ୍ୟ ହୋଇଥିବା ଦେଖାଯାଇଛି । କେବଳ ଏ ବିଷୟରେ ବିବାଦ ରହିଛି । ଏଠାରେ ବହୁତ ସଂଖ୍ୟକ ଲୋକ ଅଛନ୍ତି ଯେଉଁମାନେ ଏହି ଫିଲ୍ମକୁ ଭାଇଚାରାର ବିରୋଧୀ କହି ଏହାକୁ ବିରୋଧ କରୁଛନ୍ତି । ଏଥି ସହିତ, ଏହାକୁ ସମର୍ଥନ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ । ଏହି ସମସ୍ତ ବିବାଦ ଯୋଗୁଁ ବିବେକ ଚର୍ଚ୍ଚାରେ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କ ଉପରେ ଆକ୍ରମଣର ବିପଦ ମଧ୍ୟ ବଢ଼ିଛି ।

fallback

ଫିଲ୍ମକୁ ମିଳୁଛି ଜବରଦସ୍ତ ରେସପନ୍ସ 
କହି ରଖୁଛୁ ଯେ ଲୋକମାନେ ଏହି ଫିଲ୍ମକୁ ବହୁତ ଭଲ ପାଇବା ଦେଉଛନ୍ତି । ଏହା ବଜବରଦସ୍ତ ରେସପନ୍ସ ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ଏହି ଫିଲ୍ମ 90 କୋଟିରୁ ଅଧିକ ବ୍ୟବସାୟ କରି ସାରିଛି । ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ କ୍ରେଜ୍ ଅଛି ।