ସାଲେପୁରରେ ୮ ବିଦେଶୀ, ଜାଣନ୍ତୁ କାହିଁକି ଆସିଥିଲେ...
ସାଲେପୁର ଲୁଣାହାର ଗାଁରେ ପହଞ୍ଚିଥିଲେ ୧୫ ଜଣରୁ ଅଧିକ ବିଦେଶୀ ମହିଳା ପୁରୁଷ ଭକ୍ତ।
କଟକ: ବିଦେଶୀ ଭକ୍ତଙ୍କୁ ଅକୃଷ୍ଟ କଲା କଟକ ଜିଲ୍ଲା ସାଲେପୁର ଲୁଣାହାର ଗାଁ। ବଡ଼ ପୋଖରୀ ତଳୁ ଉଦ୍ଧାର ହୋଇଥିବା ବିରଳ ଲକ୍ଷ୍ମୀନୃସିଂହଙ୍କ ପ୍ରସ୍ତର ମୃର୍ତ୍ତି ବିଷୟରେ ଖବର ପାଇଁ ପହଞ୍ଚିଥିଲେ ବିଦେଶୀ ଭକ୍ତ। ହରି ନାମ ଉଚ୍ଚାରଣ କରି ଗାଁ ଲୋକଙ୍କୁ ସାଙ୍ଗରେ ନେଇ ନାଚି ଗାଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କଲେ ବିଦେଶୀ ମହିଳା ପୁରୁଷ ଭକ୍ତ। ହଠାତ ଏଭଳି ଏକାଧିକ ବିଦେଶୀ ମହିଳା ପୁରୁଷ ଭକ୍ତଙ୍କ ଗାଁରେ ଆବିର୍ଭାବ ସମସ୍ତଙ୍କ ଉତ୍କଣ୍ଠାକୁ ବଢ଼ାଇଦେଇଥିଲା। ଦୁଇ ବର୍ଷ ତଳର ରହସ୍ୟମୟ ବଡ଼ ପୋଖରୀରୁ ବାହାରିଥିବା ଲକ୍ଷ୍ମୀନୃସିଂହ ମୃର୍ତ୍ତିକୁ ନେଇ ବଢ଼ି ଯାଇଥିଲା ରହସ୍ୟ।
ଐତିହାସିକ ବଡ଼ପୋଖରୀ ଖନନ ବେଳେ ବାହାରିଥିବା ଦୁର୍ଲଭ ପ୍ରସ୍ତର ମୂର୍ତ୍ତି ବିଷୟରେ ଖବର ପାଇଁ ସାଲେପୁର ଲୁଣାହାର ଗାଁରେ ପହଞ୍ଚିଥିଲେ ୧୫ ଜଣରୁ ଅଧିକ ବିଦେଶୀ ମହିଳା ପୁରୁଷ ଭକ୍ତ। ହରିନାମ ଗାଇ ପୋଖରୀ ନିକଟରେ ଆରମ୍ଭ କରିଦେଇଥିଲେ ନାଚଗୀତ। ହରି ନାମ ଗାଇ କୃଷ୍ଣ ପ୍ରେମରେ ହୋଇଯାଇଥିଲେ ବିଭୋର। ବିଦେଶୀ ଭକ୍ତଙ୍କ ସହ ନାମ ସଂକୀର୍ତନରେ ସାମିଲ୍ ହୋଇଥିଲେ ଗାଁର କିଛି ମହିଳା। ବିଦେଶୀ ଭକ୍ତ ବିରଳ ମୂର୍ତ୍ତିକୁ ଦେଖି ଭାବବିହ୍ୱଳ ହୋଇଯାଇଥିଲେ। ସେମାନେ ପୁଣି ଥରେ ଗାଁକୁ ଆସିବେ ଏବଂ ଐତିହ୍ୟ ସ୍ଥାନର ବିକାଶ ପାଇଁ ସହଯୋଗର ହାତ ବଢ଼ାଇବେ ବୋଲି ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବିଦେଶୀ ଭକ୍ତ।
ପ୍ରାୟ ୨ ବର୍ଷ ତଳେ ଐତିହାସିକ ବଡ଼ପୋଖରୀ ଖନନ ସମୟରେ ଦୁର୍ଲଭ ପ୍ରସ୍ତର ଲକ୍ଷ୍ମୀ ନୃସିଂହଙ୍କ ମୃର୍ତ୍ତି ମିଳିଥିଲା। ପରେ ୨୦୧୮ ମସିହା ଜୁଲାଇ ମାସରେ ଖନନ ବେଳେ ଗଣେଶ ମୃର୍ତ୍ତି ସମେତ ଅନ୍ୟାନ୍ୟ ପ୍ରାର୍ଶ୍ୱ ଦେବାଦେବୀଙ୍କ ପ୍ରସ୍ତର ମୂର୍ତ୍ତି ତଥା ମନ୍ଦିର ସମ୍ମୁଖ ଭାଗ ପଥ ପଥର ଖମ୍ୱ ସହ ମନ୍ଦିରର ଭଗ୍ନ ଦଧିନଉତି ମିଳିଥିଲା। ଏହାପରେ ରାଜ୍ୟ ସଂସ୍କୃତି ବିଭାଗ ସହ ପତ୍ନତତ୍ତ୍ୱ ବିଭାଗ ଅଧିକାରୀ ପହଞ୍ଚି ଫଟୋ ଉତ୍ତୋଳନ କରିଥିଲେ। 0ଗଙ୍ଗବଂଶ ସମୟର ବିରାଟ ଲକ୍ଷ୍ମୀ ନୃସିଂହ ମନ୍ଦିର ବଡ଼ ପୋଖରୀ ତଳେ ପୋତି ରହିଛି ବୋଲି ସୂଚନା ଦେଇଥିଲେ। ପରେ ପୋଖରୀକୁ ଅଧିକ ଖନନ କରିବେ ବୋଲି କହିଥିଲେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଖରୀର ଅଧିକ ଖନନ ହୋଇପାରିଲାନାହିଁ। ସେହି ସମୟର ଉତ୍ତର ମୂର୍ତ୍ତି ଏବେ ଗାଁ ମନ୍ଦିରରେ ପୂଜା ପାଉଛନ୍ତି। ବଡ଼ ପୋଖରୀର ରହସ୍ୟ ଉନ୍ମୋଚନ କରିବାକୁ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଲୁଣାହାର ଗାଁ ଲୋକେ। ସାଲେପୁର ଲୁଣାହାର ଗାଁକୁ ବିଦେଶୀ ଭକ୍ତ ଆସି ଫେରିବା ପରେ ବଡ଼ ପୋଖରୀକୁ ନେଇ ଅଧିକ ରହସ୍ୟ ଘନେଇବାରେ ଲାଗିଛି।