ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ତଥା ପୂର୍ବତନ ସ୍ପିନର ସେନ୍ ୱାର୍ଣ୍ଣ ଶୁକ୍ରବାର ଏହି ଦୁନିଆରୁ ବିଦାୟ ନେଇଛନ୍ତି। ସେ ୫୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଥାଇଲ୍ୟାଣ୍ଡରେ ହୃଦଘାତ ଯୋଗୁଁ ସେନ୍ ୱାର୍ଣ୍ଣଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ୧୯ ବର୍ଷ ଧରି ଆନ୍ତର୍ଜାତୀୟ କ୍ରିକେଟ୍ ଉପରେ ଶାସନ କରୁଥିବା ସେନ୍ ୱାର୍ଣ୍ଣ ତାଙ୍କ ଖେଳ ତଥା ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚିତ ଥିଲେ। ତାଙ୍କୁ Bad Boy Of Cricket ମଧ୍ୟ କୁହାଯାଉଥିଲା।


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଥରେସେନ୍ ୱାର୍ଣ୍ଣ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି କରିବା ଏବଂ ପାଟିତୁଣ୍ତ କରିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାସ୍ଥଳକୁ ଆସିବା ପରେ ଦୁଇଜଣ ଯୌନକର୍ମୀଙ୍କୁ ପାଇଥଲା। ତାଙ୍କ କାର୍ଯ୍ୟ ପାଇଁ ସେନ୍ ୱାର୍ଣ୍ଣଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଲା। ୨୦୦୬ରେ ପଲ୍ ବ୍ୟାରି ନାମକ ଜଣେ ଲେଖକ ଦାବି କରିଥିଲେ ଯେ ସେନ୍ ୱାର୍ଣ୍ଣ ୧୦୦୦ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପଲ୍ ବ୍ୟାରିଙ୍କ ଏହି ପ୍ରକାଶ ପରେ ସେନ୍ ୱାର୍ଣ୍ଣଙ୍କୁ ଗଣମାଧ୍ୟମ ସାମ୍ନାକୁ ଆସି ସ୍ପଷ୍ଟିକରଣ ଦେବାକୁ ପଡିଲା।


Also Read: କ୍ରିକେଟ୍ ଜଗତ ସ୍ତବ୍ଧ; ମହାନ ସ୍ପିନର ସେନ ୱାର୍ଣ୍ଣଙ୍କ ଦେହାନ୍ତ


୨୦୦୦ ମସିହାରେ ବ୍ରିଟିଶ ନର୍ସ ଡୋନା ରାଇଟଙ୍କ ଦ୍ୱାରା ଅଶ୍ଳୀଳ ମେସେଜ୍ ପଠାଯାଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ୱାର୍ଣ୍ଣଙ୍କୁ ଅଷ୍ଟ୍ରେଲିୟ ଦଳର ଉପ ଅଧିନାୟକ ପଦ ଛାଡିବାକୁ ପଡିଲା। ଡୋନା ଅଭିଯୋଗ କରିଛନ୍ତି ଯେ, ୱାର୍ଣ୍ଣ ତାଙ୍କୁ ଶାରିରୀକ ସମ୍ପର୍କ ରଖିବାକୁ ଚାପ ପକାଉଛନ୍ତି। ୱାର୍ଣ୍ଣ ଫୋନରେ ଅଶ୍ଳୀଳ କଥା କହିବା ସହ ଅଶ୍ଳୀଳ ମେସେଜ ମଧ୍ୟ ପଠାଇଥିଲେ। ଡୋନାଙ୍କ ବ୍ୟତୀତ ଅନେକ ବଡ ମଡେଲ ସହିତ ସେନ୍ ୱାର୍ଣ୍ଣଙ୍କ ନାମ ଜଡି ହୋଇଛି। ବ୍ରିଟିଶ ଅଭିନେତ୍ରୀ ଲିଜ ହାର୍ଲିଙ୍କ ସହ ୱାର୍ଣ୍ଣଙ୍କର ସମ୍ପର୍କ ଥିଲା। ଏଥି ସହିତ ଦକ୍ଷିଣ ଆଫ୍ରିକାର ଜଣେ ମହିଳା, ୱାର୍ଣ୍ଣଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ। 


ରିପୋର୍ଟ ଅନୁଯାୟୀ, ସେନ୍ ୱାର୍ଣ୍ଣଙ୍କ ଏକ ସମୟରେ ତିନୋଟି ଗର୍ଲଫ୍ରେଣ୍ଡ ଥିଲେ। ୨୦୦୬ରେ ତାଙ୍କ ନାମରେ ଏକ ସେକ୍ସ ସ୍କେଣ୍ତଲ ଅଭିଯୋଗ ଆସିଥିଲା। MTV ଉପସ୍ଥାପିକା କୋରାଲୀ ଇଚୋଲ୍ଟଜ୍ ଏବଂ ଏମାଙ୍କ ସହ ତାଙ୍କର ନଗ୍ନ ଫଟୋ ଭାଇରାଲ୍ ହୋଇଥିଲା। ଉଭୟ ମଡେଲଙ୍କ ସହ ୱାର୍ଣ୍ଣଙ୍କ ଫଟୋ ଏକ ବ୍ରିଟିଶ ପତ୍ରିକାରେ ଛପା ଯାଇଥିଲା।