କ୍ରିକେଟ୍ ଜଗତ ସ୍ତବ୍ଧ; ମହାନ ସ୍ପିନର ସେନ ୱାର୍ଣ୍ଣଙ୍କ ଦେହାନ୍ତ
Advertisement

କ୍ରିକେଟ୍ ଜଗତ ସ୍ତବ୍ଧ; ମହାନ ସ୍ପିନର ସେନ ୱାର୍ଣ୍ଣଙ୍କ ଦେହାନ୍ତ

ଭେଟେରାନ ସ୍ପିନର ସେନ ୱାର୍ଣ୍ଣଙ୍କ ଦେହାନ୍ତ ହୋଇଛି । ମୃତ୍ୟ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଯୋଗୁଁ କ୍ରିକେଟ୍ ଜଗତରେ ଶୋକର ଲହରୀ ଖେଳିଯାଇଛି ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଭେଟେରାନ ଲେଗ୍ ସ୍ପିନର ସେନ ୱାର୍ଣ୍ଣଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ସେ ୫୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି । ସେନ ୱାର୍ଣ୍ଣଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ସୂଚନା ଅନୁଯାୟୀ, ସେ ଥାଇଲ୍ୟାଣ୍ଡରେ ଥିଲେ ଏବଂ ତାଙ୍କର ହୃଦଘାତ ହୋଇଥିଲା, ଯାହା ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପୂର୍ବତନ ଭାରତୀୟ ଓପନର୍ ବିରେନ୍ଦର ସେହୱାଗ୍ ସଚିନ୍ ୱାର୍ଣ୍ଣଙ୍କ ଛବି ସହ ଟ୍ୱିଟ୍ କରି ଲେଖିଛନ୍ତି, 'ଏହାକୁ ବିଶ୍ୱାସ କରିପାରିବି ନାହିଁ । ଜଣେ ମହାନ ସ୍ପିନର, ସ୍ପିନ୍ କୁଲ୍ କରିଥିବା ସୁପରଷ୍ଟାର, ସେନ ୱାର୍ଣ୍ଣ ଆଉ ନାହାଁନ୍ତି । ତାଙ୍କ ପରିବାର, ବନ୍ଧୁ, ସାରା ବିଶ୍ୱରେ ତାଙ୍କ ପ୍ରଶଂସକଙ୍କୁ ମୋର ସମବେଦନା ।

fallback

ଭେଟେରାନ ପାକିସ୍ତାନ ପେସର୍ ଶୋଏବ ଅଖତର ଲେଖିଛନ୍ତି, 'ମହାନ ସ୍ପିନର ସେନ ୱାର୍ଣ୍ଣଙ୍କ ଦେହାନ୍ତର ଦୁଃଖଦ ଖବର ପାଇଛି । ମୁଁ କେତେ ଚକିତ ଏବଂ ଦୁଃଖିତ ତାହା ବର୍ଣ୍ଣନା କରିବାକୁ ମୋ ପାଖେ କୌଣସି ଶବ୍ଦ ନାହିଁ । କି ମହାନ ବ୍ୟକ୍ତିତ୍ୱ, କ୍ରିକେଟର ଏବଂ ମଣିଷ ଥିଲେ ।

fallback

ଦୁନିଆର ମହାନ ବୋଲରମାନଙ୍କ ମଧ୍ୟରେ ସେନ ୱାର୍ଣ୍ଣଙ୍କୁ ଗଣାଯାଏ । ୧୩ ସେପ୍ଟେମ୍ବର ୧୯୬୯ ରେ ଭିକ୍ଟୋରିଆରେ ଜନ୍ମ ହୋଇଥିବା ୱାର୍ଣ୍ଣ ନିଜ କ୍ୟାରିୟରରେ ୧୪୫ଟି ଟେଷ୍ଟ, ଓ ୧୯୪ଟି ଦିନିକିଆ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଥିଲେ । ସେ ଟେଷ୍ଟରେ ୭୦୮ ୱିକେଟ୍ ଏବଂ ODI ଫର୍ମାଟରେ ୨୯୩ ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ତାଙ୍କ ନାମରେ ୧୩୧୯ ୱିକେଟ ନେବାର ରେକର୍ଡ ରହିଛି ।

ଏହା ବି ପଢ଼ନ୍ତୁ: ଜୀବନସାରା ୱାର୍କ ଫର୍ମ ହୋମ୍! ବିଶ୍ୱର ଏହି ବଡ଼ ଟେକ୍ କମ୍ପାନୀ କଲା ଘୋଷଣା

ଏହା ବି ପଢ଼ନ୍ତୁ: ୧୨ ଟଙ୍କା ପର୍ଯ୍ୟନ୍ତ ବଢିବ ପେଟ୍ରୋଲ ଏବଂ ଡିଜେଲ ଦାମ୍!