Budh Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆସନ୍ତା ଫେବୃଆରୀ ୧ ରାତି ୨ଟା ୨୯ ମିନିଟ ସମୟରେ ବୁଧ ମକର ରାଶିରେ ପ୍ରବେଶ କରିବେ । ଏହାପରେ ଫେବୃଆରୀ ୨୦ ତାରିଖ ସକାଳ ୬ଟା୭ରେ କୁମ୍ଭ ରାଶିରେ ପ୍ରବେଶ କରିବେ । ବର୍ତ୍ତମାନ ବୁଧ ଧନୁ ରାଶିରେ ଅବସ୍ଥାନ କରିଛନ୍ତି । ତେବେ ବୁଧଙ୍କ ଏହି ଚଳନ ସମସ୍ତ ୧୨ଟି ରାଶି ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପକାଇବ । ବୁଧଙ୍କ ଏହି ଚଳନ ଦ୍ୱାରା ଆପଣଙ୍କ ରାଶିରେ କେଉଁ ପ୍ରଭାବ ପଡିବ ଆସନ୍ତୁ ଜାଣିବା ।


COMMERCIAL BREAK
SCROLL TO CONTINUE READING

ମେଷ
ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ବୁଧଙ୍କ ଚଳନ ଲାଭଦାୟକ ସାବ୍ୟସ୍ତ ହେବ । ଏହି ଅବଧି ମଧ୍ୟରେ ଆପଣଙ୍କ କ୍ୟାରିଅରରେ ଖୁବ ଉନ୍ନତି ହେବ । ଚାକିରି କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇପାରେ । ଯେଉଁମାନେ ଚାକିରି ସନ୍ଧାନରେ ଅଛନ୍ତି ସେମାନଙ୍କୁ ନୂତନ ଚାକିରି ପ୍ରାପ୍ତ ହୋଇପାରେ । ବ୍ୟବସାୟରେ ଆପଣ ଲାଭବାନ ହେବେ । ନିଜର କଠିନ ପରିଶ୍ରମ ପାଇଁ ଆପଣଙ୍କୁ ନୂଆ ପରିଚୟ ମିଳିବ ।


ବୃଷ
ବୁଧ ଚଳନ ବୃଷ ରାଶିର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସଫଳ  କରିବ । କ୍ୟାରିଅରରେ ନୂଆ ସମ୍ଭାବନା ସୃଷ୍ଟିହେବ । ଭଲ କାର୍ଯ୍ୟ ପାଇଁ କର୍ମକ୍ଷେତ୍ରରେ ଆପଣ ପ୍ରଶଂସିତ ହେବେ । ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଶୁଭଫଳ ମିଳିବ ।


ମିଥୁନ
ବୁଧଙ୍କ ଚଳନ ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆପଣ ଅନେକ ଉତ୍ଥାନ ପତନର ସମ୍ମୁଖୀନ ହେବେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବରେ ଯତ୍ନବାନ ହେବାର ଆବଶ୍ୟକତା ରହିଛି । ବାହାର ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ଉଚିତ । କର୍ମକ୍ଷେତ୍ରରେ ମଧ୍ୟ ସାବଦାନ ରହିବାର ଆବଶ୍ୟକତା ରହିଛି । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି ତେଣୁ ଆର୍ଥିକ କାରବାର ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।


କର୍କଟ
ବୁଧଙ୍କ ଚଳନ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ କିଛି ସମସ୍ୟା ସୃଷ୍ଟି କରିପାରେ । ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ । ଯାନବାହନ ଚଳାଇବା ସମୟରେ ସତର୍କତା ଅବଲମ୍ୱନ କରନ୍ତୁ । ନୂଆ ଲୋକଙ୍କ ସହିତ ପରିଚୟ ହୋଇପାରେ ।


ସିଂହ
ଆପଣଙ୍କୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ସାଥୀଙ୍କ ସହିତ ମତଭେଦ ହୋଇପାରେ । ଦୂରଯାତ୍ରାରୁ ନିଜକୁ ଦୂରେଇ ରଖନ୍ତୁ । ଯଦି କୌଣସି କ୍ଷେତ୍ରରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ବର୍ତ୍ତମାନ ସମୟରେ ତାହାକୁ ସ୍ଥଗିତ ରଖିବା ଆପଣଙ୍କ ପାଇଁ ଭଲ ହେବ । ଅଯୋଥା ବିତର୍କରୁ ନିଜକୁ ଦୂରେଇ ରଖନ୍ତୁ ।


କନ୍ୟା
ବୁଧଙ୍କ ଚଳନ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ଏହି ସମୟ ମଧ୍ୟରେ ଆପଣଙ୍କ ନିକଟକୁ କିଛି ଶୁଭ ଖବର ମିଳିପାରେ । ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧତା ଆସିବ । ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ଆପଣଙ୍କୁ ନୂଆ ସୁଯୋଗ ମିଳିବ । ଏକ ବଡ଼ ସଫଳତା ମିଳିବାର ସୁଯୋଗ ରହିଛି ।


ତୁଳା
ବୁଧଙ୍କ ଚଳନ କାରଣରୁ ତୁଳା ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ଆପଣ ଲାଭବାନ ହେବେ । ପାରିବାରିକ ସୁଖଶାନ୍ତି ମିଳିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବ । ଘର କିମ୍ୱା ନୂତନ ଜମି କିଣିବାର ସୁଯୋଗ ରହିଛି ।


ବିଛା
ବୁଧଙ୍କ ଚଳନ ବିଛା ରାଶିର ଲୋକଙ୍କ ପାଇଁ ବିଶେଷ ଲାଭଦାୟକ ନୁହେଁ । ଆପଣଙ୍କୁ ସତର୍କତାର ସହିତ ସମୟ କାଟିବା ଆବଶ୍ୟକ । ପାରିବାରିକ ବିବାଦରୁ ନିଜକୁ ଦୂରେଇ ରଖନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା ନିହାତି ଆବଶ୍ୟକ ।


ଧନୁ
ଯାନବାହନ ଚଳାଚଳରେ ଆପଣ ବିଶେଷ ସତର୍କତା ଅବଲମ୍ୱନ କରନ୍ତୁ । ଆପଣଙ୍କ ସାଥିଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ଆର୍ଥିକ ସଂକଟର ସାମ୍ନା କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମ କାରଣରୁ ସମ୍ମାନିତ ହୋଇପାରନ୍ତି ।


ମକର
ସାବଧାନତାର ସହିତ ଦୂରଯାତ୍ରା କରିବା ଆବଶ୍ୟକ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । ଅଜଣା ଲୋକଙ୍କୁ ବିଶ୍ୱାସ କରନ୍ତୁ ନାହିଁ । ବିଶେଷ କରି ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ । 


କୁମ୍ଭ
ବୁଧଙ୍କ ଏହି ଚଳନ ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଆପଣଙ୍କ ପାଇଁ ପଦୋନ୍ନତିର ସୁଯୋଗ ରହିଛି । ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ । ଜୀବନସାଥୀଙ୍କ ସହଯୋଗ ଆପଣଙ୍କ କାମକୁ ସହଯୋଗ କରିଦେବ ।


ମୀନ
ମୀନ ରାଶିର ବ୍ୟକ୍ତିବିଶେଷଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । କର୍ମକ୍ଷେତ୍ରରେ ଆପଣଙ୍କ ପାଇଁ କାର୍ଯ୍ୟଭାର ବୃଦ୍ଧି ପାଇବ । ଆର୍ଥିକ କାରବାରରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖନ୍ତୁ । କୌଣସି ବନ୍ଧୁ ଆପଣଙ୍କ ସହ ବିଶ୍ୱାସଘାତକତା କରିପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାର ଆବଶ୍ୟକତା ରହିଛି ।



(Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ତଥା ବିସ୍ତୃତ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ ।)


Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର


Also Read- ବାଙ୍ଗିରିପୋଷି ଘାଟିରେ ପୁଣି ଦୁର୍ଘଟଣା, ପିଆଜ ବୋଝେଇ ଟ୍ରକ ଓଲଟି ଜଣେ ମୃତ