Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2082914

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 | Afternoon Bulletin: Top News Headlines from 28th January 2024: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines:

1- 'ମନ୍ କି ବାତ୍‌'ରେ ପ୍ରଭୁ ଶ୍ରୀରାମଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ: ଚଳିତ ବର୍ଷର ପ୍ରଥମ 'ମନ୍ କି ବାତ୍‌'ରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପ୍ରସଂଗଠାରୁ ଆରମ୍ଭ କରି ଗଣତନ୍ତ୍ର ଦିବସ, ଅର୍ଜୁନ ପୁରସ୍କାର ସମାରୋହ, ଜାତୀୟ ମତଦାତା ଦିବସ,  ଖେଲୋ ଇଣ୍ଡିଆ ୟୁଥ ଗେମ୍ସ, ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ପିଏମ ମୋଦୀ ।

2-  ଇସ୍ତଫା ଦେବା ପରେ ମୁହଁ ଖୋଲିଲେ ନୀତିଶ୍: ଦୀର୍ଘ ଦିନ ଧରି ବିହାର ରାଜନୀତିରେ ଚାଲିଥିବା ହଟଚମଟରୁ ପରଦା ଉଠିଛି। ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନିତିଶ୍ କୁମାର। ରାଜଭବନରେ ପହଞ୍ଚି ନୀତିଶ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ଦେବା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ନୀତିଶ। ସେ କହିଛନ୍ତି ମେଣ୍ଟ ସରକାରରେ କିଛି ବି ଠିକ୍ ଠାକ୍ ଚାଲୁ ନଥିଲା। ମୋତେ ଦଳ କୌଣସି କାର୍ଯ୍ୟ କରିବାକୁ ଦେଉ ନଥିଲା, ତେଣୁ ମୁଁ ବାଧ୍ୟ ହୋଇ ଇସ୍ତଫା ଦେଇଛି।

3- ବାଙ୍ଗିରିପୋଷି ଘାଟିରେ ପୁଣି ଦୁର୍ଘଟଣା:  ୪ ଦିନ ତଳେ ଧଉଳୀ ଗଣନାଟ୍ୟର ଟ୍ରକ୍ ଓଲଟି ୬ ଜଣଙ୍କ ମୃତ୍ୟୁ ଖବର ମନରୁ ନଲିଭୁଣୁ ପୁଣି ଆଜି ଆଉ ଏକ ଦୁର୍ଘଟଣାର ଖବର ଆସିଛି । ମହାରାଷ୍ଟ୍ର ନାସିକରୁ ଏକ ପିଆଜ ବୋଝେଇ ଟ୍ରକ ଘାଟି ଅତିକ୍ରମ କରୁଥିବା ସମୟରେ ହଠାତ୍ ବ୍ରେକ୍ ଫେଲ୍ ହେବା କାରଣରୁ ଓଲଟି ପଡିଛି । ଟ୍ରକ ଚକାରେ ଚାପି ହୋଇ ଚାଳକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ତୁରନ୍ତ ଆମ୍ୱୁଲାନ୍ସ ଯୋଗେ ବାଙ୍ଗିରିପୋଷି ଡାକ୍ତରଖାନା ପଠାଇଥିଲେ କିନ୍ତୁ ଡାକ୍ତର ଟ୍ରକ ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିଲେ । 

4-  ନିର୍ବାଚନ ଲଢିବେନି ନରସିଂହ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳର ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବିଭିନ୍ନ ପ୍ରକାରର ଏଜେଣ୍ଡା ନେଇ ଜନତାଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି ରାନୈତିକ ଦଳ। ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବଲାଙ୍ଗିର କଂଗ୍ରେସ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ । ବଲାଙ୍ଗୀରରେ ଡାକିଥିବା ଜନତା ଦରବାରରେ ସେ ଏହି ଖବର ଘୋଷଣା କରିଛନ୍ତି । ଏହା ସହ ସେ ରାଜନୀତି ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । 

5- ଆସନ୍ତାକାଲି ଓଡ଼ିଶା ବଞ୍ଚାଅ ସମାବେଶ: ଜାନୁଆରୀ ୨୯ ତଥା ଆସନ୍ତାକାଲି ରାଜ୍ୟ କଂଗ୍ରେସ୍ ପକ୍ଷରୁ ରାଜଧାନୀରେ ଲୋୟର ପିଏମଜିରେ ଓଡି଼ଶା ବଞ୍ଚାଅ ସମାବେଶ ଅନୁଷ୍ଠିତ ହେବ।  ଏଆଇସିସି ଅଧ୍ୟକ୍ଷ୍ୟ ମଲ୍ଲିକାର୍ଜୁନ୍ ଖଡ଼ଗେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

6- ସାହସ ଦେଖାଇଲା ଭାରତୀୟ ନୌସେନା: ଆଡେନ ଗଫରେ ବ୍ରିଟିଶ ବାଣିଜ୍ୟିକ ଜାହାଜରେ ଫସି ରହିଥିବା ସମସ୍ତ ନାଗରିକଙ୍କୁ ସୁରକ୍ଷିତ ଭାବେ ଭାରତୀୟ ନୌସେନା ଯବାନମାନେ ଉଦ୍ଧାର କରିଛନ୍ତି । ପ୍ରାୟ ୬ ଘଣ୍ଟା ପରିଶ୍ରମ କରିବା ପରେ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲା ନୌସେନା । ଘଟଣା ପରେ ଜାହାଜର କ୍ୟାପଟେନ ଭାରତୀୟ ନୌସେନାକୁ ଧନ୍ୟବାଦ ଜଣାଇଛନ୍ତି ।

7- ଫେବ୍ରୁଆରୀରେ ୨ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ! ଫେବୃଆରୀ ୩ରେ ସମ୍ୱଲପୁର ଆସିବା ପରେ ପୁଣିଥରେ ଫେବୃଆରୀ ୧୦ ତାରିଖ ଦିନ ଓଡ଼ିଶା ଆସିପାରନ୍ତି ପ୍ରଦାନମନ୍ତ୍ରୀ ମୋଦୀ । ଭୁବନେଶ୍ୱରରେ ହେବାକୁ ଥିବା ବିଶାଳ ମହିଳା ସମାବେଶରେ ପ୍ରଧାନମନ୍ତ୍ରୀ ସାମିଲ ହେବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସମାବେଶରେ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

8- ଜଳିଲା କୋଟିଏ ଚଙ୍କାର ଗଞ୍ଜେଇ ଗଛ: ନବରଙ୍ଗପୁର ପ୍ରଶାସନ ପକ୍ଷରୁ ରାଇଘର ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଉକ୍ତ ଗଞ୍ଜେଇର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ପ୍ରାୟ ୭ ଏକର ଜଙ୍ଗଲ ଜମିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ ମଧ୍ୟରେ ଉକ୍ତ ଗଞ୍ଜେଇ ଚାଷ କରାଯାଉଥିଲା । ଖବର ପାଇ ରାଇଘର ତହସିଲଦାର, ଉମରକୋଟ ଥାନା ପୋଲିସ, ଡିଭିଏଫ ଫୋର୍ସ ଚଢାଉ କରିଥିଲେ । ଏ ସମ୍ପର୍କରେ ଅଧିକ ତଦନ୍ତ କରାଯାଉଛି ।

9- ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଦୀପଗ୍ରେସ ଏକ୍କା: ଭାରତୀୟ ମହିଳା ହକି ତାରକା ଦୀପଗ୍ରେସ ଏକ୍କା ଅବସର ନେଇଛନ୍ତି । ଏନେଇ ନିଜ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ସେ ସୂଚନା ଦେଇଛନ୍ତି । ଅନେକ ଖେଳରେ ସଫଳତାର ସହ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଥିବା ଦୀପଗ୍ରେସଙ୍କ ଅବସର ପରେ ତାଙ୍କ ଶୁଭେଚ୍ଛୁମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି ।

10- ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ:  ଆସନ୍ତା ୧ ଓ ୨ ତାରିଖରେ ରାଜ୍ୟରେ ପୁଣି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ଆସନ୍ତା ୧ ତାରିଖରେ ବାଲେଶ୍ବର, ସୁନ୍ଦରଗଡ, ମୟୁରଭଂଜରେ ସ୍ବଳ୍ପ ବର୍ଷା  ହୋଇପାରେ। ସେହିପରି ୨ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ ମୟୂରଭଂଜର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଆଗାମୀ  ଦୁଇଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ରହିଛି ।

Also Read- ବାଙ୍ଗିରିପୋଷି ଘାଟିରେ ପୁଣି ଦୁର୍ଘଟଣା, ପିଆଜ ବୋଝେଇ ଟ୍ରକ ଓଲଟି ଜଣେ ମୃତ

Also Read-  'ମନ୍ କି ବାତ୍‌'ରେ ପ୍ରଭୁ ଶ୍ରୀରାମଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ