ବାଙ୍ଗିରିପୋଷି ଘାଟିରେ ପୁଣି ଦୁର୍ଘଟଣା, ପିଆଜ ବୋଝେଇ ଟ୍ରକ ଓଲଟି ଜଣେ ମୃତ
Advertisement
Article Detail0/zeeodisha/odisha2082851

ବାଙ୍ଗିରିପୋଷି ଘାଟିରେ ପୁଣି ଦୁର୍ଘଟଣା, ପିଆଜ ବୋଝେଇ ଟ୍ରକ ଓଲଟି ଜଣେ ମୃତ

ଗାଡି ଚାଳକଙ୍କ ପାଇଁ ମରଣଯନ୍ତା ପାଳଟିଛି ବାଙ୍ଗିରିପୋଷି ଘାଟି । ଟିକିଏ ଏପଟ ସେପଟ ହେଲେ ଗାଡି ଓଲଟିବା ସହିତ ଯାଉଛି ଜୀବନ । ୪ ଦିନ ତଳେ ଧଉଳୀ ଗଣନାଟ୍ୟର ଟ୍ରକ୍ ଓଲଟି ୬ ଜଣଙ୍କ ମୃତ୍ୟୁ ଖବର ମନରୁ ନଲିଭୁଣୁ ପୁଣି ଆଜି ଆଉ ଏକ ଦୁର୍ଘଟଣାର ଖବର ଆସିଛି । 

ବାଙ୍ଗିରିପୋଷି ଘାଟିରେ ପୁଣି ଦୁର୍ଘଟଣା, ପିଆଜ ବୋଝେଇ ଟ୍ରକ ଓଲଟି ଜଣେ ମୃତ

ମୟୁରଭଞ୍ଜ: ସତେ ଯେମିତି ଗାଡି ଚାଳକଙ୍କ ପାଇଁ ମରଣଯନ୍ତା ପାଳଟିଛି ବାଙ୍ଗିରିପୋଷି ଘାଟି । ଟିକିଏ ଏପଟ ସେପଟ ହେଲେ ଗାଡି ଓଲଟିବା ସହିତ ଯାଉଛି ଜୀବନ । ୪ ଦିନ ତଳେ ଧଉଳୀ ଗଣନାଟ୍ୟର ଟ୍ରକ୍ ଓଲଟି ୬ ଜଣଙ୍କ ମୃତ୍ୟୁ ଖବର ମନରୁ ନଲିଭୁଣୁ ପୁଣି ଆଜି ଆଉ ଏକ ଦୁର୍ଘଟଣାର ଖବର ଆସିଛି । 

ସୂଚନା ମୁତାବକ, ମହାରାଷ୍ଟ୍ର ନାସିକରୁ ଏକ ପିଆଜ ବୋଝେଇ ଟ୍ରକ ଘାଟି ଅତିକ୍ରମ କରୁଥିବା ସମୟରେ ହଠାତ୍ ବ୍ରେକ୍ ଫେଲ୍ ହେବା କାରଣରୁ ଓଲଟି ପଡିଛି । ଟ୍ରକ ଡ୍ରାଇଭର ଜଣକ ଗାଡିକୁ ଅଟକାଇବା ପାଇଁ ଯଥେଷ୍ଟ ପ୍ରୟାସ କରିବା ସହ ଚକ ତଳେ କିଛି ରଖି ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଟ୍ରକ ଚକାରେ ଚାପି ହୋଇ ଚାଳକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ତୁରନ୍ତ ଆମ୍ୱୁଲାନ୍ସ ଯୋଗେ ବାଙ୍ଗିରିପୋଷି ଡାକ୍ତରଖାନା ପଠାଇଥିଲେ କିନ୍ତୁ କୌଣସି ଲାଭ ମିଳିନଥିଲା । ଡାକ୍ତରଖାନାରେ ଡାକ୍ତର ଟ୍ରକ ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିଲେ । 

ଅନ୍ୟପଟେ ପିଆଜ ଟ୍ରକଟି ପାହାଡକୁ ଲାଗି ଓଲଟି ପଡିଥିବାବେଳେ ସେଥିରେ ଥିବା ପିଆଜ ରାସ୍ତାସାରା ବିଛାଡି ହୋଇ ପଡିଛି । ଏ ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also Read- 'ମନ୍ କି ବାତ୍‌'ରେ ପ୍ରଭୁ ଶ୍ରୀରାମଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

Also Read- Shani Gochar 2024: ଶନି ଚଳନ ବଦଳାଇବ ୩ଟି ରାଶିର ଭାଗ୍ୟ