Guru Grah ka Nakshatra Parivartan: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ଏବଂ ନକ୍ଷତ୍ରଙ୍କର ଗତିବିଧିର ବିଶେଷ ମହତ୍ୱ ରହିଛି । ଗ୍ରହ ଏବଂ ନକ୍ଷତ୍ରଙ୍କ ଗତି ସମସ୍ତ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ଉଭୟ ସକରାତ୍ମକ ଏବଂ ନକରାତ୍ମକ ପ୍ରଭାବ ପକାଇଥାଏ । ଅଗଷ୍ଟ ୨୦ ରେ, ସନ୍ଧ୍ୟା ୫ଟା୨୨ ରେ ଦେବଗୁରୁ ବୃହସ୍ପତି ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିବେ । ବୃହସ୍ପତି ପୂର୍ବରୁ ବୃଷ ରାଶିରେ ଛିବାବେଳେ ମୃଗଶିରା ନକ୍ଷତ୍ରରେ ବୃହସ୍ପତିଙ୍କ ଚଳନ ସମସ୍ତ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରଭାବ ପକାଇବ । ଆଜି ଆମେ ଆପଣଙ୍କୁ ଜଣାଇବୁ ବୃହସ୍ପତିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନରୁ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ।


COMMERCIAL BREAK
SCROLL TO CONTINUE READING

ମେଷ ରାଶି
ଦେବଗୁରୁ ବୃହସ୍ପତି ନକ୍ଷତ୍ର ପରିବର୍ତ୍ତନ ସମୟରେ ଆପଣଙ୍କ ଦ୍ୱିତୀୟ ଘରେ ଚଳନ କରିବେ । ଏହି ଚଳନର ପ୍ରଭାବରେ ଆପଣ ଅନେକ କାର୍ଯ୍ୟରେ ସଫଳତା ପାଇବେ । ଆପଣଙ୍କ ପାଇଁ ନୂତନ ଆୟର ଉତ୍ସ ଖୋଲିବ । ଅଫିସରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ । ଆପଣ ନୂତନ ପ୍ରୋଜେକ୍ଟ ମଧ୍ୟ ନେଇପାରିବେ । ଆର୍ଥିକ ଅବସ୍ଥା ଭଲ ରହିବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ ।


ବୃଷ ରାଶି
ବୃହସ୍ପତିଙ୍କ ଶୁଭ ପ୍ରଭାବ ଆପଣଙ୍କ ଉପରେ ରହିବ । ଅବିବାହିତ ଥିଲେ ଭଲ ଜୀବନ ସାଥୀ ମିଳିବ । ଆପଣ ଆର୍ଥିକ ଲାଭ ପାଇପାରନ୍ତି । ଆପଣଙ୍କର ଆୟ ବଢିପାରେ । ଦୀର୍ଘ ଦିନ ଧରି ବିଦେଶ ଭ୍ରମଣ କରିବାକୁ ଯୋଜନା କରୁଥିଲେ ଏହା ସଫଳ ହେବ । ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ରହିବ ।


କନ୍ୟା ରାଶି
ଦେବଗୁରୁ ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇ ଲାଭଦାୟକ । ଆପଣ ହଠାତ୍ ଆର୍ଥିକ ଲାଭ ପାଇବେ । ସମାଜରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହେବେ । ଆୟ ପାଇଁ ନୂତନ ସୁଯୋଗ ଫିଟିବ । ଦରମା ବୃଦ୍ଧି ସହିତ ପଦୋନ୍ନତି ପାଇବାର ସମ୍ଭାବନା ଅଛି । ଷ୍ଟକ୍ ମାର୍କେଟରେ ବିନିଯୋଗ କରିବା ପାଇଁ ଉପଯୁକ୍ତ ସମୟ ।


ବିଛା ରାଶି
ନକ୍ଷତ୍ର ପରିବର୍ତ୍ତନ ସମୟରେ ବୃହସ୍ପତିଙ୍କର ଚଳନ ଆପଣଙ୍କ ରାଶିର ସପ୍ତମ ଘରେ ହେବ । ପ୍ରଭାବରୁ ଆପଣଙ୍କ କ୍ୟାରିୟର ପାଇଁ ଏକ ଖୁସି ଖବର ଆସିବାର ସମ୍ଭାବନା ଅଛି । ଜୀବନରେ ଥିବା ଦୀର୍ଘ ଦିନର ସମସ୍ୟା ଶେଷ ହେବ । ଆପଣ ଭଲ ଚାକିରି ଅଫର୍ ପାଇପାରନ୍ତି । ବ୍ୟବସାୟର ବିକାଶ ବିଷୟରେ ଚିନ୍ତା କରିବେ । ଦୀର୍ଘ ବିଚାରାଧୀନ ଟଙ୍କା ପାଇ ଆପଣ ଖୁସି ହେବେ ।


ମକର ରାଶି
ଆପଣ ବୃହସ୍ପତିଙ୍କ ବିଶେଷ ଆଶୀର୍ବାଦ ପାଇବେ । ବୃହସ୍ପତିର ନକ୍ଷତ୍ର ପରିବର୍ତ୍ତନ ହେଲେ ଆପଣଙ୍କ ପଞ୍ଚମ ଘରେ ଚଳନ କରିବେ । ଫଳରେ ଆପଣ ସୁଖ ପାଇବେ । ଆପଣଙ୍କ ଜୀବନସାଥୀଙ୍କ ସହ ପୂର୍ବରୁ ଥିବା ତିକ୍ତତା ଦୂର ହୋଇଯିବ । ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଚାକିରି କ୍ଷେତ୍ରରେ ଆଗକୁ ବଢିବେ । ରୋଜଗାରର ନୂଆ ଉପାୟ ଆପଣଙ୍କ ପାଇଁ ଖୋଲିବ । ଆଇନଗତ କାର୍ଯ୍ୟ ବାକି ଥିଲେ ଶେଷ ହେବ ।


ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 


Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)


Also Read- Top 10 News Today: ସମ୍ୱଲପୁରୀ ଶାଢୀକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଖବର ସହ ଅନ୍ୟ ଅପଡେଟ୍


Also Read- Miss Universe Odisha: ମିଠା ହସରେ ମନ ଜିଣୁଛନ୍ତି ଅଲିଶା ସାମନ୍ତରାୟ