Mercury transit in Leo Horoscope: ଗ୍ରହ ମାନଙ୍କର ରାଜକୁମାର ବୁଧ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହର ଗୋଚର ଅତ୍ୟନ୍ତ ପ୍ରଭାବଶାଳୀ ଓ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ବୁଧ ଗ୍ରହକୁ ସୁଖ, ସମୃଦ୍ଧତା ଓ ଶାନ୍ତିର କାରକ କୁହାଯାଏ। ୧୯ ଜୁଲାଇ ୨୦୨୪ ରେ ବୁଧ ସିଂହ ରାଶିକୁ ଗୋଚର କରିବେ। ସିଂହ ରାଶିର ପ୍ରଭୁ ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟ ଓ ବୁଧ ମଧ୍ୟରେ ବନ୍ଧୁତ୍ୱର ଏକ ଭାବନା ଅଛି। ଏଭଳି ପରିସ୍ଥିତିରେ କେତେକ ରାଶିକୁ ଆକସ୍ମିକ ଧନଲାଭ ଓ ସେମାନଙ୍କ କ୍ୟାରିଅରରେ ମଧ୍ୟ ବଡ଼ ସଫଳତା ଆଣିଦେବ। ତେବେ ଆସନ୍ତୁ ଜଣାଉଛୁ ସିଂହ ରାଶିରେ ବୁଧ ଗ୍ରହର ଗୋଚର ଯୋଗୁଁ କେଉଁ ସବୁ ରାଶି ଲାଭମାନ ହେବେ।


COMMERCIAL BREAK
SCROLL TO CONTINUE READING


ମେଷ ରାଶି
ବୁଧ ଗ୍ରହର ଗୋଚର ମେଷ ରାଶିର ଲୋକମାନଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି। ବୁଧଙ୍କ ରାଶି ପରିବର୍ତ୍ତନ ଆପଣଙ୍କ କ୍ୟାରିୟରରେ ସକରାତ୍ମକ ପରିବର୍ତ୍ତନ ଆଣିବ। କାର୍ଯ୍ୟରତ ଲୋକମାନେ ପଦୋନ୍ନତି ସହିତ ଆୟର ବୃଦ୍ଧି ପାଇପାରନ୍ତି। ଟଙ୍କା ଆସିବା ବୃଦ୍ଧି ହେବ।



ବୃଷ ରାଶି
ବୁଧ ଗ୍ରହ ଗୋଚର ବୃଷ ରାଶି ଲୋକଙ୍କ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ। ଏହି ସମୟ ମଧ୍ୟରେ ଆପଣଙ୍କ ଧନ ବୃଦ୍ଧି ପାଇବଷ ଘରେ ଖୁସିର ପରିବେଶ ରହିବ। ବ୍ୟବସାୟରେ ଆର୍ଥୀକ ଲାଭ ହେବ। ଚାକିରି କରିଥିବା ବ୍ୟକ୍ତିମାନେ ନୂତନ ଚାକିରି ଅଫର ପାଇପାରନ୍ତି।



ତୁଳା ରାଶି
ବୁଧ ଗ୍ରହ ଗୋଚର ତୁଳା ରାଶି ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଏହି ସମୟ ମଧ୍ୟରେ ଆର୍ଥିକ ଅଗ୍ରଗତି ହେବ। ନୂତନ ଆୟର ଉତ୍ସ ଉତ୍ପନ୍ନ ହେବ। ପୁରୁଣା ମାର୍ଗ ଦେଇ ଟଙ୍କା ମଧ୍ୟ ଆସିବ। ପୁଞ୍ଜି ନିବେଶରେ ଭଲ ରିଟର୍ଣ୍ଣ ପାଇବା ସମ୍ଭାବନା ଅଛି। ଆପଣ ନ୍ଜ କ୍ୟାରିଅରରେ କିଛି ବଡ ସଫଳତା ପାଇପାରିବେ।



ଧନୁ ରାଶି:
ବୁଧ ଗ୍ରହ ଗୋଚର ଧନୁ ରାଶି ଲୋକଙ୍କ ପାଇଁ ଏକ ସହାୟକ ହେବ। କିଛି ଲୋକ ବିଦେଶ ଯିବାର ସୁଯୋଗ ପାଇବେ। ଆପଣ ନିଜ କ୍ୟାରିୟର ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହେବେ। କଠିନ ପରିଶ୍ରମ ସକରାତ୍ମକ ଫଳାଫଳ ଆଣିଦେବ। ବ୍ୟବସାୟୀଙ୍କ ବ୍ୟବସାୟରେ ବିସ୍ତାର ହେବ। ଧନ ସଂଗ୍ରହ କରିବାରେ ସଫଳ ହେବେ।



କୁମ୍ଭ ରାଶି:
ବୁଧ ଗୋଚର କୁମ୍ଭ ରାଶି ଲୋକମାନଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ଏହି ଗୋଚର ଆପଣଙ୍କ ପାଇଁ କିଛି ଭଲ ଖୁସି ଖବର ଆଣିପାରେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଲୋକମାନେ ସଫଳତା ପାଇବେ। ବ୍ୟବସାୟୀଙ୍କ ପାଇଁ ଏହା ଏକ ଭଲ ସମୟ ହେବାକୁ ଯାଉଛି। ଆୟ ବୃଦ୍ଧି ହେବାର ଲକ୍ଷଣ ଅଛି। କାମ କରୁଥିବା ଲୋକମାନେ ନିଜ ସଫଳତାକୁ ନେଇ ଆଶ୍ଚର୍ଯ୍ୟ ହୋଇପାରନ୍ତି।



(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)