ଥାନା ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା
ଥାନା ଭିତରେ ଆତ୍ମହତ୍ୟା (Suicide) କରିଥିବା ଅଭିଯୁକ୍ତ ଯୁବକ ରଙ୍ଗିପୁର ଗ୍ରାମର ବାସିନ୍ଦା ଗଣେଶ ଡାକୁଆ। ଗତକାଲି ଗଣେଶଙ୍କୁ ଏକ ଗଣ୍ଡଗୋଳ ମାମଲାରେ ଗୋଳନ୍ଥରା ଥାନାକୁ ଆଣି ପଚରା ଉଚରା କରିବା ସହ ଅଟକ ରଖିଥିଲା।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଘଟିଛି ଅଘଟଣ। ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।
ଥାନା ଭିତରେ ଆତ୍ମହତ୍ୟା (Suicide) କରିଥିବା ଅଭିଯୁକ୍ତ ଯୁବକ ରଙ୍ଗିପୁର ଗ୍ରାମର ବାସିନ୍ଦା ଗଣେଶ ଡାକୁଆ। ଗତକାଲି ଗଣେଶଙ୍କୁ ଏକ ଗଣ୍ଡଗୋଳ ମାମଲାରେ ଗୋଳନ୍ଥରା ଥାନାକୁ ଆଣି ପଚରା ଉଚରା କରିବା ସହ ଅଟକ ରଖିଥିଲା। କିନ୍ତୁ ସେ ବେକରେ ବେଲ୍ଟ ଗୁଡାଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଦାବି କରିଛି। ଅଭିଯୁକ୍ତଙ୍କର ମୃତଦେହ ଥାନା ପରିସର ମହିଳା ଓ ଶିଶୁ ଡେସ୍କ କଠୋରୀରୁ ମୃତଦେହ ଉଦ୍ଧାର କରାଯାଇଛି।
Also Read: ଟ୍ରେନରୁ ସୁରଟ ଫେରନ୍ତାଙ୍କ ମୃତଦେହ ଉଦ୍ଧାର
ତେବେ ସେ କେଉଁ ପରିସ୍ଥିତିରେ ଗଣେଶ ଡାକୁଆ ଆତ୍ମହତ୍ୟା କରିଛନ୍ତି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେପଟେ ପୋଲିସ (Golanthara Police) ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣା ପଡିବ। ଏନେଇ ଅଧିକ ତଦନ୍ତ କରାଯାଉଛି ବୋଲି ଗୋଳନ୍ଥରା ପୋଲିସ ସୂଚନା ଦେଇଛି।
ସୂଚନାନୁସାରେ ଗତକାଲି ଅପରାହ୍ନରେ ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସଙ୍କ ଭାଇଙ୍କ ଏକ ଇଟା ଫ୍ୟାକ୍ଟ୍ରିରେ ଗଣେଶ ଶ୍ରମିକମାନଙ୍କୁ ଗାଳିଗୁଲଜ କରିବା ମାଡ ମାରିଥିଲେ। ଏହି ମାମଲାରେ ପୋଲିସ ତାଙ୍କୁ ଆଣି ଅଭ୍ୟର୍ଥନା ଗୃହରେ ରଖିଥିଲା। କିନ୍ତୁ ଅପରାହ୍ଣ ସାଢେ ୪ଟା ବେଳେ ପୋଲିସର ଅନୁପସ୍ଥିତି ଦେଖି ସେ ନିଜ ବେଲ୍ଟରେ ଫାଶି ଲଗାଇଥିଲେ। ୨୦୧୭ରେ ହଳଦିଆପଦର ହତ୍ୟାକାଣ୍ଡ ମାମଲାରେ ଗଣେଶ ଜେଲ ଯାଇଥିଲେ।