ଟ୍ରେନରୁ ସୁରଟ ଫେରନ୍ତାଙ୍କ ମୃତଦେହ ଉଦ୍ଧାର
Advertisement

ଟ୍ରେନରୁ ସୁରଟ ଫେରନ୍ତାଙ୍କ ମୃତଦେହ ଉଦ୍ଧାର

ଆଜି ଅହମଦାବାଦ-ପୁରୀ (Ahmadabad-Puri) ଟ୍ରେନରୁ ଜଣେ ଓଡିଆ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ବିଶ୍ୱନାଥ ଜେନା ଓ ସେ ରମ୍ଭା (Rambha) ଖଣ୍ଡଦେଉଳି ଗ୍ରାମର ବାସିନ୍ଦା। 

ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର: ଟ୍ରେନରୁ ଉଦ୍ଧାର ହେଲା ସୁରଟ ଫେରନ୍ତା ଓଡିଆଙ୍କ ମୃତଦେହ। ଅହମଦାବାଦ-ପୁରୀ ଟ୍ରେନରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ବିଶ୍ୱନାଥ ଜେନା ବୋଲି ସୂଚନା ମିଳିଛି। 

ସୁରଟରୁ ଗାଁକୁ ଫେରିବା ରାସ୍ତାରେ ଟ୍ରେନରେ ଉଡିଗଲା ପ୍ରାଣବାୟୁ। ଏଭଳି ଘଟଣା ଅହମଦାବାଦ-ପୁରୀ (Ahmadabad-Puri)  ଟ୍ରେନରେ ଘଟିଛି। ମୃତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ରମ୍ଭା (Rambha) ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ବିଶ୍ବନାଥ ଜେନା। ସେ ଗତକାଲି ସୁରଟ (Surat) ରୁ ଜଣେ ସମ୍ପର୍କୀୟଙ୍କ ସହ ପୁରୀ ଅହମ୍ମାଦବାଦ ଟ୍ରେନରେ ଖଲ୍ଲିକୋଟ ଷ୍ଟେସନ ଫେରୁଥିଲେ। କିନ୍ତୁ ରାତି ୧୧ ସମୟରେ ଟ୍ରେନରେ ହିଁ ବିଶ୍ବନାଥଙ୍କ ମୃତ୍ୟୁ ହୋଇଥିଲା। ପରେ ଗାଡି ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ଶବକୁ ବାହାର କରାଯାଇଥିଲା।

fallback

Also Read: MSP ଆଳରେ ଠକେଇ! ସରକାରୀ ମୂଲ୍ୟର ଦୁଇ ଗୁଣ ଦେଉଛି ବେପାରୀ

ବ୍ରହ୍ମପୁର ଜିଆରପି (Berhampur GRP) ଥାନା ପୋଲିସ ଟ୍ରେନରୁ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ। ପୋଲିସ ଏହାର ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।