ବ୍ରହ୍ମପୁର: ଅଦୃଶ୍ୟ କୋରୋନା ମହାମାରୀ ଗାଁ ଗଣ୍ଡା ଦେଶ ବିଦେଶ ସହର, ନଗର ସବୁଠାରେ ତାଣ୍ଡବଲୀଳା ରଚିଚାଲିଥିବା ବେଳେ ବିପଦରେ ପଡି ଲୋକେ ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି। କେଉଁଠି ଜଣେ ରୋଗୀ ମେଡିକାଲ ଯିବାକୁ ଅସମର୍ଥ ହୋଇ ଘରେ ପଡି ପଡି ଜୀବନ ହାରୁଛି ଆଉ କେଉଁଠି ମୃତକଙ୍କ ଶବକୁ କାନ୍ଧ ଦେବାକୁ ମଧ୍ୟ ଆସୁନାହାଁନ୍ତି ଆତ୍ମୀୟ ସ୍ୱଜନ। ଯାହା ବର୍ତ୍ତମାନର ସଭ୍ଯ ସମାଜ ପାଇଁ ଲଜ୍ଜା ସଦୃଶ୍ୟ। 


COMMERCIAL BREAK
SCROLL TO CONTINUE READING

ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମାନବିକତାର ପରିଚୟ ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁର ବିଧାୟକ (Berhampur MLA) ବିକ୍ରମ ପଣ୍ଡା (Bikram Panda)। ଅଲୋଡା ହୋଇଯାଇଥିବା ଶବକୁ ସମ୍ମାନର ସହ ସଂସ୍କାର କରିବା ସହିତ ଅସହାୟ ରୋଗୀଙ୍କ ନିକଟରେ ଦେବଦୂତ ଭଳି ଛିଡ଼ା ହୋଇ ସୋମନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାରେ ସମସ୍ତ ପ୍ରକାଶ ସହଯୋଗ କରୁଛନ୍ତି। ଯାହା ଅନ୍ୟ ଜନପ୍ରତିନିଧିଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ।


Also Read: ଗ୍ରାମବାସୀଙ୍କ ସଚେତନା ଆଗରେ ନିଷ୍କ୍ରିୟ କୋରୋନା; ଚିହ୍ନଟ ହୋଇନାହାଁନ୍ତି ଜଣେ ସଂକ୍ରମିତ


କର୍ତ୍ତବ୍ୟ ଆଗରେ ହାର ମାନିଛି କରୋନା ମହାମାରୀର (Corona Pandemic) ଭୟାବହତା। ଏଭଳି ସମୟରେ ଅସହାୟ ଲୋକଙ୍କ ସାଥୀ ପାଳିଛନ୍ତି ବ୍ରହ୍ମପୁର ବିଧାୟକ। କେତେବେଳେ କୋରୋନା ଆକ୍ରାନ୍ତଙ୍କ ନିକଟରେ ଦେବଦୂତ ସାଜି ଛିଡା ହୋଇ ସେବା ଯୋଗାଇବା ଆଉ କେତେବେଳେ ଅଲୋଡା ଶବକୁ (Anxious Corpses) ଉଦ୍ଧାର କରି ସହ ସମ୍ମାନର ସହ ସଂସ୍କାର କରିବା ଲାଗି ଜାରି ରଖିଛନ୍ତି ନିରନ୍ତର ଉଦ୍ୟମ। ବ୍ରହ୍ମପୁର (Berhampur) ବଡ ବଜାର ଥାନା (Bada Bazar Police Station) ଅନ୍ତର୍ଗତ ଶ୍ରୀରାମ ନଗର (Sriram Nagar) ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।


ଜଣେ ସନ୍ଧିଗ୍ଧ ଦିବ୍ଯାଙ୍ଗ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ (Suspicious Corona Positive Death) ଘଟିବା ପରେ ଶବକୁ କାନ୍ଧ ଦେବା ତ ଦୂରର କଥା ଘଣ୍ଟା ଘଣ୍ଟା ଧରି ପାଖ ମାଡି ନଥିଲେ ବନ୍ଧୁ ବାନ୍ଧବ ଠାରୁ ଆରମ୍ଭ କରି ପାଖ ପଡୋଶୀ। ଘଣ୍ଟା ଘଣ୍ଟା ଧରି ଘରେ ପଡି ରହିଥିବା ଶବ ସମ୍ପର୍କରେ ଖବର ପାଇବା ମାତ୍ରେ ବିଧାୟକ ଏବଂ ତାଙ୍କର ସମର୍ଥକ ଶବକୁ ସମ୍ମାନର ସହ ସଂସ୍କାର କରାଇଛନ୍ତି। କୋରୋନା ମହାମାରୀର ଦ୍ବିତୀୟ ଲହରୀରେ (Corona Second Wave) ବ୍ରହ୍ମପୁର ସହରରେ ଏଭଳି ଅନେକ ଘଟଣା ଘଟିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣଙ୍କ ଶବକୁ ଉଦ୍ଧାର କରି ବିଧାୟକ ନିଜେ ଉପସ୍ଥିତ ରହି ଅନ୍ତିମ ସଂସ୍କାର କରାଇ ସହରବାସୀଙ୍କ ପ୍ରଶଂସା ସାଉଟିଛନ୍ତି ବିଧାୟକ। କୋରୋନା ଭଳି ମହାମାରୀ ସମୟରେ ଦିନ ରାତି ଏକ କରି ବିଧାୟକଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ।


Also Read: Corona ଆକ୍ରାନ୍ତଙ୍କୁ ଆଶ୍ୱସ୍ତି; ରାଜ୍ୟରେ ଖୋଲିଲା ପ୍ରଥମ Oxygen Parlour


କୋରୋନା ମହାମାରୀ ସମୟରେ ନିଜର କର୍ତ୍ତବ୍ୟରୁ ଓହରି ଯାଇନାହାନ୍ତି ବ୍ରହ୍ମପୁର ବିଧାୟକ। ଅସହାୟଙ୍କୁ ସହାୟତା ଯୋଗାଇଦେବା ଲାଗି ନିଜର କିଛି ସମର୍ଥକଙ୍କୁ ନେଇ ଏକ ଟିମ ଗଠନ କରିବା ସହ ଘରେ ଖୋଲା ଯାଇଛି ହେଲ୍ପଲାଇନ ଡେସ୍କ (Corona Helpline Desk)। କୋଭିଡ୍ ରୋଗୀଙ୍କ ପକ୍ଷରୁ ହେଲ୍ପଲାଇନ ନମ୍ବରକୁ କଲ ଆସିବା ମାତ୍ରକେ ଲୋକଙ୍କ ପାଖରେ ପହଞ୍ଚି ମେଡିକାଲକୁ ପଠାଇବା ଲାଗି ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଚିକିତ୍ସା ଯୋଗାଇଦେବା ପର୍ଯ୍ୟନ୍ତ ସହାୟତାର ହାତ ବଢାଉଛନ୍ତି। 


ଏପରିକି ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ପର୍ଯ୍ୟନ୍ତ ନିଜର କର୍ତ୍ତବ୍ୟ ପାଳନ କରୁଛି ବିଧାୟକ। କୋରୋନା ମହାମାରୀର ଦ୍ବିତୀୟ ଲହରୀ ଅନେକ ପରିବାରକୁ ବେସାହାରା କରି ଦେଇଥିବା ବେଳେ ଲୋକେ  ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏଭଳି ଅସମୟରେ ରାଜ୍ୟ ସରକାରଙ୍କ ମୋ ପରିବାର କଲ୍ୟାଣ ଯୋଜନା ରହିଥିବା ବେଳେ ଉପଯୁକ୍ତ ସେବା ଲୋକଙ୍କ ନିକଟରେ ପହଞ୍ଚାଇବା ଜଣେ ଜନ ପ୍ରତିନିଧି ଭାବେ ନିଜର ଦାୟିତ୍ବ ରହୁଛି। ଦିନ ହେଉ ଅଥବା ରାତି ପ୍ରତ୍ଯେକ ସମୟରେ ଅସହାୟଙ୍କ ନିକଟରେ ସେବା ଯୋଗାଇବା ଲାଗି ଅଣ୍ଟା ଭିଡିଥିବା କହିଛନ୍ତି ବିଧାୟକ।


Also Read: Corona Pandemic: ଆର ପାର ଲଢେଇ ଜାରି ରଖିଛି Ganjam Police-Admin


ମହାମାରୀ କାଳରେ ଛୁଆଁଅଛୁଆଁ ଭେଦଭାବ ବେଶ ପରି ଲକ୍ଷିତ ହେଉଥିବା ବେଳେ ମାନବିକତା ହରାଉଛନ୍ତି ଲୋକେ। ଏଭଳି ପରିସ୍ଥିତିରେ ବିଧାୟକଙ୍କ ପ୍ରୟାସ ଅନ୍ୟ ଜନପ୍ରତିନିଧିଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ।