କୋରୋନା ମହାମାରୀ ସମୟରେ ଉତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ପ୍ରୟାସ ଜାରି ରହିଥିବା କହିଛନ୍ତି ଗଞ୍ଜାମା ଜିଲ୍ଲା କୋଭିଡ୍ ପରିଚାଳନା ଅଧିକାରୀ।
Trending Photos
ବ୍ରହ୍ମପୁର: କୋରୋନା ମହମାରୀର ମାୟାଜାଲରେ ଏବେ ଧିରେ ଧିରେ ଛନ୍ଦି ହେବାରେ ଲାଗିଛନ୍ତି କୋରୋନା ଯୋଦ୍ଧା। ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସବୁ ବେଳେ ଆଗ ଧାଡ଼ିରେ ରହି ନିଜ ଦାୟିତ୍ୱକୁ ତୁଲାଇବାକୁ ନିରନ୍ତର ପ୍ରୟାସ ଜାରି ରଖିଥିବା ପୋଲିସ ଏବଂ ପ୍ରଶାସନିକ ବିଭାଗର ଅନେକ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।
ଯାହା ଜିଲ୍ଲା ମୁଖିଆଙ୍କ ଚିନ୍ତା ବଢାଇ ଥିବା ବେଳେ କୋରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ପରୀକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ଏକ ଭ୍ରାମ୍ଯମାଣ ଗାଡି ବିଭିନ୍ନ ସାହି ଗଳି କନ୍ଦିରେ ବୁଲି କୋରୋନା ରୋଗୀଙ୍କୁ ଚିହ୍ନଟ କରିବା ଲକ୍ଷ୍ୟ ରଖାଯାଇଛି।
Also Read: Corona Second Wave: ନବଜାତକଙ୍କ ପାଇଁ ବଢିଲା ସମସ୍ୟା
ଗଞ୍ଜାମ ଜିଲ୍ଲାରେ ଚିନ୍ତା ବଢାଉଛି ଅଦୃଶ୍ୟ ମହାମାରୀ। କୋରୋନା କାୟାରେ କବଳିତ ହୋଇ ଆରୋଗ୍ଯ ହେବା ଲାଗି ଯୁଝି ହେଉଛନ୍ତି କୋରୋନା ଯୋଦ୍ଧା। ଜନ ସାଧାରଣଙ୍କ ସୁରକ୍ଷା ଚିନ୍ତା କରୁ କରୁ ନିଜେ ଏବେ ପାଲଟି ଯାଇଛନ୍ତି ଅସୁରକ୍ଷିତ। କୋରୋନା ମହାମାରୀର ଦ୍ବିତୀୟ ଲହରୀକୁ ନେଇ ଚାରିଆଡେ ହାହାକାର ପରିସ୍ଥିତି ଦେଖିବାକୁ ମିଳିଥିବା ବେଳେ ଗତ ୨ ମାସ ମଧ୍ୟରେ ଗଞ୍ଜାମ ପୋଲିସ ଜିଲ୍ଲାର (Ganjam Police District) ୩୦ ଜଣ ପୋଲିସ କର୍ମଚାରୀ ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲାର (Berhampur Police District) ୧୪ ପୋଲିସ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେମାନଙ୍କ ମଧ୍ୟରୁ କେତେ ଜଣ ଚିକିତ୍ସା ହୋଇ ସୁସ୍ଥ ହୋଇଥିବା ବେଳେ ଅନେକଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିନଥିବା ଜଣାପଡିଛି। ମହା ବିପତ୍ତି ସମୟରେ ଅନେକ ଅମାନିଆ ନିୟମ ଉଲଙ୍ଘନ କରୁଥିବା ବେଳେ ରାଜରାସ୍ତାରେ ରହି ଜନ ସାଧାରଣଙ୍କୁ ସଚେତନ ସହ ସତର୍କ କରିବା ସମୟରେ ପୋଲିସ ଏଭଳି ବିପଦ ମୁଖକୁ ଠେଲି ହେଉଥିବା ବ୍ରହ୍ମପୁର ଏସପି (Berhampur SP) ଜଣାଇଛନ୍ତି। ଯେଉଁଭଳି ଭାବେ ପୋଲିସ ଅଧିକାରୀ ଅଧିକରୁ ଅଧିକ ସୁରକ୍ଷିତ ରହିବେ ସେଥିଲାଗି ସମସ୍ତଙ୍କୁ ଟିକା ପ୍ରଦାନ କରିବା ସହ ଡ୍ଯୁଟି ସମୟରେ ଆବଶ୍ୟକୀୟ ଉପକରଣ ପୋଲିସ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ସଂଘ ସଭାପତି କହିଛନ୍ତି।
Also Read: ଦୂର ହେବ ରୋଗୀଙ୍କ ସମସ୍ୟା; MKCG Medical ଠାରେ ନିର୍ମିତ ହେଉଛି Oxygen Tank
ପୋଲିସ କର୍ମଚାରୀଙ୍କ ଠାରୁ ଜିଲ୍ଲାରେ ଅଧିକ କୋରୋନା କବଳିତ ହୋଇଛନ୍ତି ସରକାରୀ କର୍ମଚାରୀ। ଜିଲ୍ଲାର ୨୨ ବ୍ଲକ ମଧ୍ୟରେ କୋରୋନା ମହାମାରୀର ଦ୍ବିତୀୟ ଲହରୀରେ ୮୯ ସରକାରୀ କର୍ମଚାରୀଙ୍କୁ କୋରୋନା କବଳିତ କରି ରଖିଥିବା ବେଳେ କିଛି ଜଣ ଚିକିତ୍ସା ହୋଇ ସୁସ୍ଥ ହେଲେଣି। ବିଶେଷ କରି ଏନଫୋର୍ସମେଣ୍ଟ (Enforcement), କଣ୍ଟାକ୍ଟ ଟ୍ରେସିଂ (Contact Tracing), ଡୋର ସ୍କ୍ରିନିଂ (Door Screening), କ୍ବାରେଣ୍ଟାଇନ (Quarantine), କୋଭିଡ୍ କେୟାର ସେଣ୍ଟର (Covid Care Center) ଭଳି ସ୍ଥାନରେ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ସଂକ୍ରମିତଙ୍କ ନିକଟତର ହୋଇ କରୋନା ଜାଲରେ ଛନ୍ଦି ହେଉଥିବା ଜଣାପଡିଛି।
Also Read: କୋରୋନା ମହାମାରୀ ସମୟରେ ରାଜ୍ୟ ପାଇଁ ରୋଲ ମଡେଲ ପାଲଟିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ
ଏଭଳି ପରିସ୍ଥିତିରେ ସେମାନଙ୍କ କିଭଳି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ପ୍ରୟାସ ଜାରି ରହିଥିବା କହିଛନ୍ତି ଜିଲ୍ଲା କୋଭିଡ୍ ପରିଚାଳନା ଅଧିକାରୀ। ସେପଟେ କୋରୋନା ଚେନ୍କୁ ଭାଙ୍ଗିବା ଜିଲ୍ଲା ପ୍ରଶାସନର ପ୍ରମୁଖ ଲକ୍ଷ ରହିଥିବା ବେଳେ ଏକ ଭ୍ରାମ୍ଯମାଣ କୋଭିଡ୍ ଟେଷ୍ଟିଂ ଗାଡିର (Mobile Covid Testing Van) ଉଦ୍ଘାଟନ କରିଛନ୍ତି ଜିଲ୍ଲାପାଳ। ଭ୍ରାମ୍ଯମାଣ ଗାଡି ବିଭିନ୍ନ ସାହି ଗଳି କନ୍ଦିରେ ବୁଲି କରୋନା ରୋଗୀଙ୍କୁ ଚିହ୍ନଟ କରିବା ଲକ୍ଷ ରଖାଯାଇଛି।
Also Read: Corona ମୁକାବିଲା; ସ୍ଥିତି ଅନୁଧ୍ୟାନ କରିବାକୁ ଗଞ୍ଜାମରେ ପହଞ୍ଚିଲେ Odisha DGP
ଗୋଟିଏ ପଟେ କରୋନା ଯୋଦ୍ଧା କୋରୋନା କବଳରେ ଛନ୍ଦି ହୋଇ ଯୁଝି ହେଉଥିବା ବେଳେ କୋରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପ୍ରଶାସନ ପାଇଁ ଏକ ପ୍ରମୁଖ ଚ୍ଯାଲେଞ୍ଜ ଭାବେ ଉଭା ହୋଇଛି।