ବ୍ରହ୍ମପୁର: ବଢ଼ୁଥିବା କୋରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ନୂଆ ଗାଇଡଲାଇନ ଜାରି କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଆସନ୍ତାକାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ବନ୍ଦ ସମୟରେ ଧାର୍ମିକ ଅନୁଷ୍ଠାନ ଗୁଡିକ ସାନିଟାଇଜ କରାଯିବ। ବନ୍ଦ ସମୟରେ କେବଳ ପୂଜକମାନେ ରୀତିନୀତିରେ ପୂଜା କରିପାରିବେ।


COMMERCIAL BREAK
SCROLL TO CONTINUE READING

ଜିଲ୍ଲାର ସମସ୍ତ ମନ୍ଦିର (Temple) ବ୍ୟତୀତ ପର୍ଯ୍ଯଟନ ସ୍ଥଳ (Tourist Places) ଯେପରିକି- ପାର୍କ,  ବେଳାଭୂମି, ପଡିଆ, ହ୍ରଦ ମଧ୍ୟ ଆସନ୍ତାକାଲି ଠାରୁ ୭ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଜିଲ୍ଲାରେ ମେରୁ ଯାତ୍ରା (Meru Yatra) ଓ ପଣା ସଂକ୍ରାନ୍ତି (Pana Sankranti) ପାଳନ ହେବ ନାହିଁ। ଯେଉଁମାନେ ଏହି ନିୟମକୁ ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଲ୍ଲା (Ganjam) ଜରୁରୀ କାଳୀନ ବିଭାଗ ପକ୍ଷରୁ ଏନେଇ ସୂଚିତ କରାଯାଇଛି । 


Also Read: ଭିଟାମାଟି ମୁହାଁ ପ୍ରବାସୀ ଓଡିଆ; ଆତଙ୍କିତ ଜନତା, ବେଫିକର ପ୍ରଶାସନ


 


ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୮୦ ଜଣ କୋରୋନା (coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ବ୍ରହ୍ମପୁର ସହରର ମା’ ବୁଢ଼ୀ ଠାକୁରାଣୀ (Budhi Thakurani Yatra) ଙ୍କ ଅସ୍ଥାୟୀ ମଣ୍ଡପ ନିକଟରୁ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଦେଶୀ ବେହେରା ସାହିକୁ ପ୍ରଶାସନ ସିଲ୍ କରିଛି ଏବଂ ଚତୁଃପାର୍ଶ୍ୱକୁ କଣ୍ଟେନମେଣ୍ଟ ଜୋନ (Containment zone) ଘୋଷୋଣା କରିଛି। 


ସେପଟେ ଐତିହାସିକ  ମାଁ ବୁଢି ଠାକୁରାଣୀଙ୍କ ଯାତ୍ରାରେ କଟକଣା ଲାଗାଛି। ଦୁଇ ଜଣ ସେବାୟତ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସାଧାରଣ ଦର୍ଶନ ଉପରେ ରୋକ ଲଗାଯାଇଛି। ଅସ୍ଥାୟୀ ମଣ୍ଡପ ପରିସରରେ ୧୪୪ ଧାରା ଜାରି କହିଥିବା ବେଳେ ପରମ୍ପରାକୁ ଦୃଷ୍ଟିରେ ରଖି ମାତ୍ର ୧୦ ଜଣ ସେବାୟତକୁ ଅନୁମତି ଦିଆଯାଇଛି। ଭର୍ଚୁଆଲ ଦର୍ଶନ ଲାଗି ବ୍ୟବସ୍ଥା କରିବ ବ୍ରହ୍ମପୁର ମହାନଗର ନିଗମ କରିଛି। ମା'ଙ୍କ ବିଧାୟ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଧାରା ବଳବତ୍ତର ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।