ଭିଟାମାଟି ମୁହାଁ ପ୍ରବାସୀ ଓଡିଆ; ଆତଙ୍କିତ ଜନତା, ବେଫିକର ପ୍ରଶାସନ
Advertisement

ଭିଟାମାଟି ମୁହାଁ ପ୍ରବାସୀ ଓଡିଆ; ଆତଙ୍କିତ ଜନତା, ବେଫିକର ପ୍ରଶାସନ

ବାହାର ରାଜ୍ୟରୁ ନିତି କେତେ ଜଣ ପ୍ରବାସୀ ଫେରୁଛନ୍ତି ତାହାର ସ୍ପଷ୍ଟ ତାଲିକା କାହାରି ପାଖରେ ନାହିଁ। ଜିଲ୍ଲା ପ୍ରଶାସନ କେବଳ କଟକଣାର ବାର୍ତ୍ତା ଭିତରେ ନିଜକୁ ସିମିତି ରଖିଛି। ଫଳରେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବାର ସମ୍ଭାବନା ଏବେଠାରୁ ଜଳ ଜଳ ହୋଇ ଦେଖାଯାଉଛି।

ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ କାୟା ମେଲାଇଲାଣି ଅଦୃଶ୍ୟ ମହାମାରି କୋରୋନା। ବାହାର ରାଜ୍ୟରେ କୋରୋନାର ଉଗ୍ର ରୂପକୁ ଦେଖି ଗତ କିଛି ଦିନ ଧରି ଜିଲ୍ଲାକୁ ପ୍ରବାସୀଙ୍କ ଆଗମନ ବଢୁଥିବା ବେଳେ ଏବେଠୁ ଗୋଷ୍ଟୀ ସଂକ୍ରମଣର ଭୟ ଘାରିଲାଣି। ବାହାର ରାଜ୍ୟରୁ ନିତି କେତେ ଜଣ ପ୍ରବାସୀ ଫେରୁଛନ୍ତି ତାହାର ସ୍ପଷ୍ଟ ତାଲିକା କାହାରି ପାଖରେ ନାହିଁ। ଜିଲ୍ଲା ପ୍ରଶାସନ କେବଳ କଟକଣାର ବାର୍ତ୍ତା ଭିତରେ ନିଜକୁ ସିମିତି ରଖିଛି। ଫଳରେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବାର ସମ୍ଭାବନା ଏବେଠାରୁ ଜଳ ଜଳ ହୋଇ ଦେଖାଯାଉଛି।

ପୁଣିଥରେ କଡ ଲେଉଟାଇଲାଣି ଅଦୃଶ୍ୟ କୋରୋନା। ସୀମାନ୍ତ ଅତିକ୍ରମ କରି ଗଞ୍ଜାମ (Ganjam) ଜିଲ୍ଲାକୁ ମାଡି ଆସିଲେଣି ପ୍ରବାସୀ ଓଡିଆ। ଜିଲ୍ଲାରେ ଧୀରେ ଧୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିଲାଣି। ସେପଟେ ପ୍ରବାସ ପେରନ୍ତାଙ୍କ ତାଲିକା ରଖିବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି। ଗତ କିଛିମାସ ଧରି କୋରୋନା ସଂକ୍ରମଣ ଦ୍ବିତୀୟ ଲହର ରାଜ୍ୟବାସୀଙ୍କ ଚିନ୍ତା ବଢାଉଥିବା ବେଳେ ହାଲୁକା ନିତିରେ ଅବଲମ୍ବନ କରିଛି ଗଞ୍ଜାମ ପ୍ରଶାସନ।

Also Read: ଶୋଇଥିଲା ପ୍ରଶାସନ; ପଶିଗଲା କୋରୋନା

ଦେଶର ୮ଟି ରାଜ୍ୟରେ କୋରୋନା (Coronavirus) କୁ ନେଇ ହାଇଆଲର୍ଟ (High Alert) ଜାରି କରାଯାଇଛି। ଆଉ ପ୍ରତ୍ୟେକ ଦିନ ସେହି ରାଜ୍ୟ ଗୁଡିକରୁ ପ୍ରବାସୀମାନେ ମାଡି ଆସୁଛନ୍ତି। ରିତିମତ ରେଳପଥ ଦେଇ ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ, ଦିଲ୍ଲୀ ଭଳି ରାଜ୍ୟରୁ ଶହ ଶହ ପ୍ରବାସୀ (Odia) ଙ୍କ ଆଗମନ ଦେଖିବାକୁ ମିଳୁଛି। କିନ୍ତୁ ବ୍ରହ୍ମପୁର ରେଳ ଷ୍ଟେସନ (Berhampur Railway Station) ସ୍କ୍ରୀନିଂ ଟେଷ୍ଟ ଭିତରେ ସିମିତ ଥିବା ଦେଖିବାକୁ ମିଳିଛି। 

ଚୈତ୍ରମାସରେ ତାରା ତାରିଣୀ ଯାତ୍ରା (Tara Tarini Yatra), ଦଣ୍ଡ ଯାତ୍ର ଓ ବିଷୁଭ ସଂକ୍ରାନ୍ତିକୁ ଦୃଷ୍ଚିରେ ରଖି ଭଞ୍ଜନଗର (Bhanjanagar) ସବଡିଭିଜନକୁ ବର୍ତ୍ତମାନ ସୁଦ୍ଧା ୧୨୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଥିବା ଜଣା ପଡିଛି। ପ୍ରବାସ ଫେରନ୍ତାଙ୍କ ମଧ୍ୟରୁ ଅନେକ ସଂକ୍ରମିତ ଚିହ୍ନଟ ମଧ୍ୟ ହେଉଛନ୍ତି। ତଥାପି ଜିଲ୍ଲାରେ ସଂକ୍ରମଣର ଭୟ ଏତେଟା ନଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଦୃଢକ୍ତି ପ୍ରକାଶ କରିଛନ୍ତି। ସେପଟେ ବୁଦ୍ଧିଜୀବୀଙ୍କ ମତ, 'ବେଳ ଥାଉ ଥାଉ ପାଗ ଭିଡ।' 

Also Read: କୋରୋନା ଆତଙ୍କ; ଗଞ୍ଜାମବାସୀଙ୍କ ଚିନ୍ତା ବଢାଇଲା ପ୍ରବାସୀଙ୍କ ଘର ବାହୁଡା

ଦ୍ୱିତୀୟ ଓଡିଶା ଭାବେ ଦେଶରେ ବେସ ପରିଚିତ ଗୁଜୁରାଟର ସୁରତ (Surat) ଅଞ୍ଚଳରେ ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ଲୋକ ଜିବୀକା ନିର୍ବାହ ପାଇଁ ଯାଇଥାନ୍ତି। ହେଲେ ସେଠାକାର କୋରୋନା ପରିସ୍ଥିତି ଏକ ରକମ ଉଦବେଗଜନକ ରହିଥିବାରୁ ଲୋକେ ଭୟରେ ଘରବାହୁଡା ଆରମ୍ଭ କଲେଣି। ଯାହାକୁ ନେଇ ଗଞ୍ଜାମ ଜିଲ୍ଲାବାସୀ ଆତଙ୍କିତ ଅଛନ୍ତି। କେଉଁ ଗ୍ରାମକୁ କେତେ ଲୋକ ଫେରୁଛନ୍ତି, ତାହାର ତାଲିକା ପ୍ରସ୍ତୁତ କରିବା ସହ ସଂଗରୋଧ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି।