ଶିଶୁ କନ୍ୟାକୁ ଜନ୍ମ ଦେଇ ମାଆ ଫେରାର
ଗତକାଲି ରାତିରେ ଜଣେ ମହିଳା ପ୍ରସବ ବେଦନାରେ ଆସି ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇ ମେଡିକାଲରୁ କେଉଁ ଆଡକୁ ଚାଲି ଯାଇଥିଲେ।
ବ୍ରହ୍ମପୁର: ପୁଣି ଥରେ ଅଲୋଡା ହେଲା କନ୍ୟା ରତ୍ନ। ମାତୃତ୍ବ ଲାଭ କରିବା ପରେ ମେଡିକାଲରେ ହିଁ ନବଜାତ ଶିଶୁ କନ୍ୟାକୁ ଛାଡି ଫରାର ହୋଇଯାଇଛି ଜନ୍ମ କଲା ମାଁ। ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଘଟିଛି।
ଗତକାଲି ରାତିରେ ଜଣେ ମହିଳା ପ୍ରସବ ବେଦନାରେ ଆସି ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇ ମେଡିକାଲରୁ କେଉଁ ଆଡକୁ ଚାଲି ଯାଇଥିଲେ। ଶିଶୁଟିର ଓଜନ ଦୁଇ କିଲୋଗ୍ରାମ ଓ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ହେଲେ କିଏ ସେ ମହିଳା, କେଉଁ କାରଣ ଛାଡି ଚାଲିଗଲା ତାହା ଜଣା ପଡିନାହିଁ।
Also Read: ଦେଢ ମାସରେ ୬ ମୃତ; ଗୁଣି ସନ୍ଦେହରେ ପରିବାରର ତିନି ଜଣଙ୍କୁ ଆକ୍ରମଣ
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେଜିଷ୍ଟରରେ ମହିଳାଙ୍କ ନାମ ନନ୍ଦିନୀ ବେହେରା, ବୟସ ୨୧ ବର୍ଷ ବୋଲି ଉଲ୍ଲେଖ ରହିଛି। ମହିଳା ଜଣଙ୍କ ଫେରାର ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ଚାଇଲ୍ଡ ଲାଇନ ଜଣାଇବା ପରେ ଖଲ୍ଲିକୋଟ ସିଡିପିଓ ପହଞ୍ଚି ଛୁଆକୁ ବ୍ରହ୍ମପୁର MKCG ପଠାଇଥିବା କହିଛନ୍ତି।