ଦେଢ ମାସରେ ୬ ମୃତ; ଗୁଣି ସନ୍ଦେହରେ ପରିବାରର ତିନି ଜଣଙ୍କୁ ଆକ୍ରମଣ
Advertisement
Article Detail0/zeeodisha/odisha944195

ଦେଢ ମାସରେ ୬ ମୃତ; ଗୁଣି ସନ୍ଦେହରେ ପରିବାରର ତିନି ଜଣଙ୍କୁ ଆକ୍ରମଣ


ଗତକାଲି ଅପରାହ୍ନରେ ଚିରିକିପଡା ଶାସନ ଗ୍ରାମରେ ଗୁଣି ସନ୍ଦେହରେ ଏକ ନିର୍ଦ୍ଧିଷ୍ଟ ପରିବାର ଉପରେ ଆକ୍ରମଣ କରାଯାଇଛି। ଏହି ଘଟିବା ପରେ ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି। 

ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର: ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମରେ ଗୁଣି ସନ୍ଦେହରେ ଗୋଟିଏ ପରିବାର ତିନି ଜଣଙ୍କୁ ଆଜି ଖଦାଳ ସାହି ଲୋକମାନେ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗ୍ରାମରେ ଉତେଜନମୁଳକ ପରିସ୍ଥିତି ଦେଖାଦେଇଛି। 

ଗତକାଲି ଅପରାହ୍ନରେ ଚିରିକିପଡା ଶାସନ ଗ୍ରାମରେ ଗୁଣି ସନ୍ଦେହରେ ଏକ ନିର୍ଦ୍ଧିଷ୍ଟ ପରିବାର ଉପରେ ଆକ୍ରମଣ କରାଯାଇଛି। ଏହି ଘଟିବା ପରେ ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି। ଆକ୍ରମଣର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ଉପରକୁ ମଧ୍ୟ ଆକ୍ରମଣ ଉଦ୍ୟମ ହୋଇଥିବା ଜଣାପଡିଛି। 

Also Read: ଡାକ୍ତର ହେବ ତ ଏମିତି!

ଚିରିକିପଡା ଶାସନ ବସଷ୍ଟାଣ୍ଡ ନିକଟରେ ଥିବା ଖଦାଳ ସାହିରେ ଦେଢ ମାସ ମଧ୍ୟ ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ହେବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଗୁଣି ଯୋଗୁଁ ଏପରି ମୃତ୍ୟୁ ହୋଇଥିବା ସାହି ଲୋକମାନେ ସନ୍ଦେହ କରିଥିଲେ। ସାହିର ବିମଳ ନାହାକ ପୂର୍ବରୁ ଗୁଣି ଗାରେଡି କରୁଥିବା ସାହିଲୋକ ଅନୁମାନ କରିବା ସହ ପୋଲିସ ନିକଟରେ ଗୁହାରି ମଧ୍ୟ କରିଥିଲେ। 

ଆଜି ସକାଳେ ବିମଳ ନିଜ ଘରେ କିଛି ପୂଜାର୍ଚ୍ଚନା କରୁଥିବା ସାହି ଲୋକମାନେ ଦେଖିବା ପରେ ସେ ହିଁ ଗୁଣି କରି ସମସ୍ତଙ୍କୁ ମାରିଥିବା ସନ୍ଦେହ କରିଥିଲେ। ଏହାପରେ ବିମଳ ନାହାକ, ତାଙ୍କ ପୁଅ ପୂର୍ଣ୍ଣ ନାହାକ ଏବଂ ସ୍ତ୍ରୀ ରଞ୍ଜୁ ନାହାକଙ୍କୁ ସଂଗବଦ୍ଧ ଭାବେ ଆକ୍ରମଣ କରିଥିଲେ। ସାହି ଲୋକଙ୍କ ଆକ୍ରମଣରେ ବିମଳ ନାହାକଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ କଲେଜ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠା ଯାଇଥିବା ଖବର ମିଳିଛି। ସଚେତନ ଅଭାବରୁ ଗଞ୍ଜାମ ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି।