ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ହେବା ପରେ ପଦାରେ ପଡୁଛି ପ୍ରଦୀପ ପାଣିଗ୍ରାହୀଙ୍କ କଳା କାରନାମା। ରାଜ୍ୟ ସରକାର ଉପରେ ପ୍ରଦୀପ ହମଲା କରୁଥିବା ବେଳେ ଘଟଣାରେ ଆସିଛି ଟ୍ୱିଷ୍ଟ। କାରଣ ଏଥିରେ ଏଣ୍ଟ୍ରୀ କରିଛନ୍ତି କଂଗ୍ରେସ ନେତା ତଥା ସୋରଡା ବିଧାୟକ ପ୍ରାର୍ଥୀ ସଂଗ୍ରାମ କେଶରୀ ମହାନ୍ତି। ସେ ବିଧାୟକ ପ୍ରଦୀପଙ୍କ କାଳା ଟଙ୍କା କାରବାରର ଟିକିନିକି ଖବର ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ରବିବାର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବହିଷ୍କାର ପରେ ବର୍ଷିଛନ୍ତି କଂଗ୍ରେସ ନେତା ସଂଗ୍ରାମ କେଶରୀ ମହାନ୍ତି। ସେ ପ୍ରଦୀପଙ୍କ କଳା ଟଙ୍କାର ଚିଠା ଖୋଲିବା ସହ କେଉଁଠି କେତେ କୋଟି ଟଙ୍କାର ଜମି କିଣିଛନ୍ତି ତାହାର ଖୁଲାସା କରିଛନ୍ତି। ପ୍ରଦୀପ କେଉଁ କେଉଁଠି ନିଜର କଳାଟଙ୍କା ବିନିଯୋଗ କରିଛନ୍ତି ସେଗୁଡିକୁ ସଂଗ୍ରାମ ଲୋକ ଲୋଚନକୁ ଆଣିଛନ୍ତି।


Also Read: ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ


ସଂଗ୍ରାମଙ୍କ କହିବା ଅନୁସାରେ, ସୋରୋଡରୁ ଦାରିଙ୍ଗବାଡି ଯିବା ବାଟରେ ମୟାଙ୍ଗି ନିକଟରେ ପ୍ରଦୀପ ମିଳିତ ଭାବେ ୧୫୦ ଏକର ଜମି ରଖିଛନ୍ତି। ବ୍ରହ୍ମପୁରର କୋଟିପେଟା ଭିଜିଲାନ୍ସ ଅଫିସ ପାଖରେ ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଜମି କିଣିଛନ୍ତି। ପ୍ରଦୀପଙ୍କ ବେଆଇନ କାରବାରରେ ତାଙ୍କ ଶାଳକଙ୍କର ସିଧାସଳଖ ସମ୍ପୃକ୍ତ ରହିଛି। ମଦ ବ୍ୟବସାୟୀ ସୂର୍ଯ୍ୟ ସାହୁ ସହ ପ୍ରଦୀପଙ୍କ ଘନିଷ୍ଠ ରହିଛି। ୨୦୦୬ରେ ମଦ ମୃତ୍ୟୁ ମାମଲାରେ ସୂର୍ଯ୍ୟ ସାହୁ ଓ ପ୍ରଦୀପଙ୍କ ନାମ ଆସିଥିଲା।



ସେ ପୁଣି କହିଛନ୍ତି ଯେ, ସୋରୋଡା ବିଧାୟକଙ୍କ ସ୍ତ୍ରୀଙ୍କ ନାମରେ ବାଦୁଆ ଅଞ୍ଚଳରେ ବିରାଟ ପୋଖରୀ କରି ମାଛ ଚାଷ ଚାଲିଛି। ଏଥିରେ ମଧ୍ୟ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ରହିଛି। ସୋରୋଡା ଋଷିକୂଲ୍ୟା କଲେଜ ନିକଟରେ ପ୍ରଦୀପ ଏକ TVS ଓ ଏକ HONDA showroom କରିଛନ୍ତି। 


Also Read: ବହିଷ୍କୃତ ପରେ ବିସ୍ଫୋରଣ! ବିଜେଡି ଗୁମର ଖୋଲିଲେ ବିଧାୟକ


ସୋରୋଡା ବିଧାୟକ, ପ୍ରଦୀପ ପାଣିଗ୍ରାହୀଙ୍କ ଇଙ୍ଗିତରେ ଓ ସହଯୋଗରେ ସବୁ ବେଆଇନ ସମ୍ପତି ହାତେଇଛନ୍ତି। ସମୁଦାୟ ସମ୍ପତି ଉପରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ସବୁ କିଛି ସ୍ପଷ୍ଟ ହେବ। ସବୁକିଛି କେଳେଙ୍କାରୀ ଭିତରେ ପ୍ରଦୀପ ପ୍ରାଣିଗ୍ରାହୀଙ୍କ ହାତ ରହିଛି। ତେଣୁ ଗଞ୍ଜାମ ଜିଲ୍ଲାର ଏହି ବହୁବଳୀ ନେତା ପ୍ରଦୀପ ପ୍ରାଣିଗ୍ରାହୀଙ୍କ ସମ୍ପତିକୁ ନେଇ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ସଂଗ୍ରାମ ନିବେଦନ କରିଛନ୍ତି। 


ସୂଚନଯୋଗ୍ୟ, ରବିବାର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ (Pradeep Panigrahi) ଙ୍କୁ  ବିଜେଡିରୁ ବହିଷ୍କାର କରାଯାଇଛି। ଲୋକ ବିରୋଧି କାର୍ଯ୍ୟକଳାପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ IFS ଅଭୟ ପାଠକ (Abhayakanta Pathak) ଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ପ୍ରଦୀପ ପାଣିଗ୍ରାହୀ। ତାଙ୍କ ଝିଅଙ୍କୁ ବିବାହ ଅଭୟଙ୍କ ପୁଅ ଆକାଶ ପାଠକ (Akash Pathak) ଙ୍କ ସହ ହୋଇଥାନ୍ତେ।