ବହିଷ୍କୃତ ପରେ ବିସ୍ଫୋରଣ! ବିଜେଡି ଗୁମର ଖୋଲିଲେ ବିଧାୟକ
Advertisement
Article Detail0/zeeodisha/odisha795796

ବହିଷ୍କୃତ ପରେ ବିସ୍ଫୋରଣ! ବିଜେଡି ଗୁମର ଖୋଲିଲେ ବିଧାୟକ

ବିଜେଡିରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖି ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ମୁଁ କୌଣସି ପ୍ରକାର ଜନବିରୋଧି କାର୍ଯ୍ୟ କରିନାହିଁ। ଯଦି କରିଥାଏ ତାହାର ପ୍ରମାଣ ଦେବାକୁ କହିଛନ୍ତି ସେ। 

ବହିଷ୍କୃତ ପରେ ବିସ୍ଫୋରଣ! ବିଜେଡି ଗୁମର ଖୋଲିଲେ ବିଧାୟକ

ମୋନିକା ମହାନ୍ତି,ନୂଆଦିଲ୍ଲୀ: ବିଜେଡିରୁ (BJD) ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ବିଧାୟକ (Gopalpur MLA) ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ପ୍ରଦୀପ ପାଣିଗ୍ରାହୀ (Dr.Pradeep Panigrahi) । ଏନେଇ ସେ କହିଛନ୍ତି ମୁଁ କୌଣସି ପ୍ରକାର ଜନବିରୋଧି କାର୍ଯ୍ୟ କରିନାହିଁ। ଯଦି କରିଥାଏ ତାହାର ପ୍ରମାଣ ଦେବାକୁ କହିଛନ୍ତି ସେ। ମୋ ସହ ସାମିଲ ଥିବା ଲୋକଙ୍କୁ ପଚରାଉଚରା କରାଯାଉ। 

ଦଳ ଯେବେ ଯେଉଁ ଦାୟିତ୍ବ ଦେଇଛି ତାହାକୁ ସୂଚାରୁରୂପେ ତୁଲାଇଛି। ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ବ ତୁଲାଇସାରିଛି। ଗତ ବିଧାନସଭା ନିର୍ବାଚନରେ ୧୫ଟି ଆସନ ଦାୟିତ୍ବରେ ରହିଥିଲି। ତାହା ମଧ୍ୟରୁ ୧୨ଟି ଆସନରେ ବିଜେଡି ପ୍ରାର୍ଥୀ ବାଜିମାତ କରିଛନ୍ତି। ବାଲି, ମୋରମ ଚାଲାଣ ନେଇ ମୋତେ ଟାର୍ଗେଟ କରାଯାଉଛି। ମଦ ଦୋକାନରୁ ଟଙ୍କା ନେଉଥିବା ନେଇ ମୋ ନାଁରେ ଅଭିଯୋଗ ଆସିଛି। ଗଞ୍ଜାମରେ ୮୦ଟି ମଦ ଦୋକାନ ଅଛି ହେଲେ କାହାଠୁ ଟଙ୍କାଟିଏ ନେଇନି। ଅଭିଯୋଗ ଆସିବା ପରେ ୨ ବର୍ଷ ହେଲା ଲୋକଙ୍କ ଠାରୁ ଦୂରେଇ ରହିଛି। ମୋର ବ୍ୟକ୍ତିଗତ ଓ ଆୟବହିର୍ଭୂତ ସମ୍ପତ୍ତିର ଅନୁସନ୍ଧାନ କରାଯାଉ। 

ଦଳରୁ ବହିଷ୍କୃତ ହେବା ପରେ ଗଣାମାଧ୍ୟମରେ ପ୍ରତିକ୍ରିୟା ରଖିବା ବେଳେ ସାମ୍ବାଦିକଙ୍କୁ ଟାର୍ଗେଟ କରି ପୂର୍ବତନ ବିଜେଡି ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀ କହିଥିଲେ ଟିଆଇପି (TRP) ପାଇଁ ସେମାନେ ତଳକୁ ଖସିଯାଉଛନ୍ତି। 

Also Read: ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ

୨୦୧୨ରେ ମୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ତାଙ୍କର ପ୍ରତିନିଧି ଭାବେ କାମ କରୁଥିଲି। ମୋ ବିରୁଦ୍ଧରେ ଅପରାଧ ଅଭିଯୋଗ ଆସିବା ପରେ ମୋତେ ଏହି ଦାୟିତ୍ୱରୁ ହଟାଗଲା। ହିଞ୍ଜିଳିକାଟୁ ଦାୟିତ୍ୱରୁ ମୋତେ ବାହାର କରାଯିବା ପରେ କେବଳ ମୋ ନିର୍ବାଚନମଣ୍ଡଳୀ ଗୋପାଳପୁର କଥା ବୁଝିବାକୁ କୁହାଗଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ମୁଁ ଲୋକଙ୍କୁ ଡରାଇଛି ବୋଲି ଅଭିଯୋଗ ଆସିଥିଲା। ମୋ ନାଁରେ ଏପରି ଅନେକ ଅଭିଯୋଗ ଆସିବା ପରେ ମଧ୍ୟ ୨୦୧୪ ନିର୍ବାଚନରେ ମୋତ ଦଳୀୟ ଟିକେଟ ମିଳିଲା ଏବଂ ଏହା ପରେ ମନ୍ତ୍ରୀ କରଗଲା ।

ମୋ ଘରକୁ ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ବବି ଦାସ ଏବଂ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆସିଥିଲେ। କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରୁଛ ବୋଲି କହିଥିଲେ। ଡିସେମ୍ବରରେ ଝିଅ ବାହାଘର ଅଛି କି ବୋଲି ମୋତେ ସେମାନେ ପଚାରିଥିଲେ। ମୁଁ ବବିଙ୍କୁ କହିଥିଲି ଯଦି ଦଳ ମୋତେ ଆବଶ୍ୟକ କରୁନାହିଁ ତାହେଲେ ରାଜନୀତିରୁ ଦୂରେଇଯିବି। 

 

ବିଜେଡିରେ ଦଳୀୟ ଅସନ୍ତୋଷ ରହିଛି। ଦଳର ବରିଷ୍ଠ ନେତା ଅସନ୍ତୁଷ୍ଟ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନପାରିବା ଅସନ୍ତୋଷର ମୁଖ୍ୟ କାରଣ। ମୁଖ୍ୟମନ୍ତ୍ରୀଙ୍କ ପାଖରେ କଥା ନପହଞ୍ଚିବା ଏହାର ଅନ୍ୟତମ କାରଣ। କେବଳ ଦଳୀୟ ସୁପ୍ରିମୋଙ୍କ ଭଲ ପାଇବା କାରଣରୁ ସମସ୍ତେ ଚୁପ୍ ଅଛନ୍ତି। ଦଳରୁ ବାହାରିବା ପରେ ମୋ ସହିତ କେହି ଯୋଗାଯୋଗରେ ରହିନପାରନ୍ତି। ବିଜେଡିରେ ମୋର ଅନେକ ବନ୍ଧୁ ଅଛନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ କେହି ମୋତ୍ ଫୋନ୍ କରିବେନାହିଁ। 

ମୁଖ୍ୟମନ୍ତ୍ରୀଙ୍କ ପାଖରେ କଥା ନପହଞ୍ଚି ପରେ ତାଙ୍କ ପାଖକୁ ଚିଠି ଲେଖିଥିଲି। ଲେଖିଥିବା ଚିଠିରେ କୋଭିଡ୍ ପ୍ରସଙ୍ଗ ଉଠାଇଥିଲି। ସୁରଟ, ଚେନ୍ନାଇରୁ ମୋତେ ମିଳିଥିବା ଅନୁଭୂତି ବାବଦରେ ତାଙ୍କୁ ଜଣାଇଥିଲି। ସେଠାରେ କାମ କରୁଥିବା ପ୍ରବାସୀ ଶ୍ରମିକ ଓଡିଶା ଫେରିବାକୁ ଚାହୁଁଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲି। ମାତ୍ର ସେତେବେଳେ ରାଜ୍ୟ ସରକାର ପ୍ରବାସୀଙ୍କୁ ଫେରାଇ ଆଣିବାକୁ ଚାହୁଁନଥିଲେ। 

ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବାପାଙ୍କୁ କରୋନା ହୋଇଥିଲା। ଆମ୍ବୁଲାନ୍ସ ପାଇଁ ବିଧାୟକ ମୋର ସହାଯ୍ୟ ମାଗିଥିଲେ। ଏସିସ୍ ପ୍ରଦୀପ୍ତ ମହାପାତ୍ରଙ୍କୁ ଆମ୍ବୁଲାନ୍ସର ବ୍ୟବସ୍ଥା ପାଇଁ ଫୋନ୍ କରିଥିଲି। ୧୨-୧୩ ଘଣ୍ଟା ବିତିଗଲା ହେଲେ ଆମ୍ବୁଲାନ୍ସ ମିଳିନଥିଲା। ଶେଷରେ ଉପାୟ ନପାଇ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରିଥିଲି। ସାଧାରଣ ଲୋକଙ୍କ ପ୍ରତି ପ୍ରଶାସନର ଆଭିମୁଖ୍ୟ କ'ଣ ରହିଛି ସେ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲି। ଏହା ପରେ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା କରିଦେଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ବିଧାୟକଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା।