ବ୍ରହ୍ମପୁର: ବିବାହର ପ୍ରତିଶୃତି ଦେଇ ନିଜର ଶରୀରର ଭୋକ ମେଣ୍ଟାଇବା ପରେ ପ୍ରତାରଣା କରି ପ୍ରେମିକାକୁ ଜିଅନ୍ତା ଜାଳିଦେଲା ପ୍ରେମିକ। ଏଭଳି ଏକ ଲୋମ ହର୍ସଣକାରୀ ବିଭତ୍ସ ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲା ପୁରୁଷତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁରଗ୍ରାମରେ ଘଟିଛି। ପୂର୍ବ ଯୋଜନା ମୁତାବକ ପ୍ରମିକ, ପ୍ରେମିକାକୁ ଚତୁରତାର ସହ ନିଜ ଗ୍ରାମକୁ ଡାକିଆଣି ବିଶ୍ବାସରେ ବିଷ ଭରିବା ସହ ଏକ ପରିତ୍ୟକ୍ତ ଘରେ ପ୍ରେମିକାକୁ ସ୍ପିରିଟ ଢାଳି ଜିଅନ୍ତା ନିଆଁ ଲଗାଇ ହତ୍ୟା ଉଦ୍ଯମ କରିଥିବା ପିଡିତାଙ୍କ ମୃତ୍ୟୁ କାଳିନ ଜମାନବନ୍ଦି ପୋଲିସ ରେକର୍ଡ କରିଛି। ସେପଟେ ଉପସ୍ଥିତ ବୁଦ୍ଧି ଖଟାଇ ଅଭିଯୁକ୍ତ ପ୍ରେମିକକୁ ପୋଲିସ ସଂଗେ ସଂଗେ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପିଡିତାଙ୍କ ପରିବାର ଲୋକେ ଦାବି କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଗଞ୍ଜାମ ଜିଲ୍ଲା ପୁରୁଷତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ଘଟିଥିବା ଜଘନ୍ଯ ହତ୍ୟାକାଣ୍ଡ ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଜହ୍ଲାଦ ପ୍ରେମିକର ଅମାନବୀୟ କାଣ୍ଡ। ଫାଇଦା ଉଠାଇବା ପରେ ଭୁଲିଗଲା ହିତାହିତ ଜ୍ଞାନ। ଜୀବନ ସାଥୀ କରିବାର ପ୍ରତିଶୃତି ଦେଇ ପ୍ରେମିକାକୁ ଜିଅନ୍ତା ଜାଳିଦେଲା ସୈତାନ ପ୍ରେମିକ। ଅନ୍ଯତ୍ର ବିବାହ ହେବା ଲାଗି ମନସ୍ଥ କରିବା ପରେ ପ୍ରେମିକାକୁ ରାସ୍ତାରୁ ହଟାଇବା ଲାଗି ରହିଥିଲା ଛଳନା।ମୃତ୍ୟୁ ପୁର୍ବରୁ ପୋଲିସ ଆଗରେ ପିଡିତା ସ୍ପଷ୍ଟ କଲା ନିଜର ପୁରୁଷ ବନ୍ଧୁଙ୍କ ବିଶ୍ବାସ ଘାତକତାର ପଛର ଷଡଯନ୍ତ୍ର।


Also Read: ପ୍ରେମ ପରେ ପ୍ରତାରଣାର ପରିଣାମ! ସ୍ପିରିଟ୍ ଢାଳି ପ୍ରେମିକାକୁ ଜାଳି ଦେଲା ଯୁବକ


ସୂଚନା ମୁତାବକ ବୁଗୁଡା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମ ର ଶୁଭସ୍ମିତା ଖାଡଙ୍ଗା ନାମକ ଜଣେ ଯୁବତୀଙ୍କ ସହ ପ୍ରତାପୁର ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ସହ ଗତ ୬ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ଉଭୟ ଜୀବନ ସାଥୀ ହେବାର ଶପଥ ନେଇଥିବା ବେଳେ ବିବାହର ଦେଇଥିବା ପ୍ରତିଶ୍ରୁତିକୁ ଗତ କିଛି ଦିନ ମଧ୍ୟର ପ୍ରତାରଣା କରିଥିବା ନେଇ କୃଷ୍ଣ ଚନ୍ଦ୍ର ବିରୋଧରେ ପ୍ରେମିକା ଅଭିଯୋଗ କରିଛନ୍ତି। ଶୁଭସ୍ମିତା, ଜୁନାଗଡରେ ଲେବ ଆସିଷ୍ଟେଣ୍ଟ ଭାବେ କାମ କରୁଥିଲେ। 


ଗତକାଲି ଯୋଜନା ବଦ୍ଧ ଭାବେ ଶୁଭସ୍ମିତାଙ୍କୁ କୃଷ୍ଣ ଚନ୍ଦ୍ର ନିଜ ଗ୍ରାମକୁ ଡାକିଆଣି ବିଶ୍ବାସ ଘାତକତାର ସ୍ବରୂପ ଏକ ପରିତ୍ୟକ୍ତ ଘରେ ସ୍ପିରିଟ ଢାଳି ନିଆଁ ଲଗାଇ ହତ୍ୟା କରିଥିଲେ। ଏହା ସହ ସେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଫୋନ କରି ସୂଚନା ଦେଇଥିବା ପୀଡିତାଙ୍କ ପରିବାର ଅଭିଯୋଗ  କରିଛନ୍ତି। ଜୁବକ ଜଣକ ଏଭଳି ଅମାନବୀୟ କାଣ୍ଡ ଘଟାଇଥିବା ବେଳେ ଅଭିଯୁକ୍ତ ଙ୍କୁ ଫାଶୀ ଦଣ୍ଡ ଦେବା ଲାଗି ସେମାନେ ଦାବି କରିଛନ୍ତି। 


Also Read: ACF ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ୍ ରିପୋର୍ଟରେ ପ୍ରଶ୍ନର ପାହାଡ଼ !


ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ଦୁଇଟି ଖାଲି ସ୍ପିରିଟ ବୋତଲ, ଯୁବତୀଙ୍କ ମୋବାଇଲ୍, ପର୍ସ ଓ ଜୋତା ସହ କିଛି ପୋଡା ଦ୍ରବ୍ୟ ଜବତ କରିଛି। ଉପସ୍ଥିତ ବୁଦ୍ଧି ଖଟାଇ ପୋଲିସ ର ଏକ ସ୍ବତନ୍ତ୍ର ଟିମ୍ ଅଭିଯୁକ୍ତ କୃଷ୍ଣକୁ ଗିରଫ କରିବା ସହ ପିଡିତାଙ୍କ ପଞ୍ଚନାମା କରାଇଛି। ସେପଟେ ପିଡିତାଙ୍କ ଅଭିଯୋଗକୁ  ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ଖଣ୍ଡନ କରିଛି। ଘଟଣା ସମୟରେ ସେ ନିଜ ଅଫିସ୍ କାମରେ ଅନ୍ଯତ୍ର ଗ୍ରାମରେ ଥିବା ବେଳେ ତାଙ୍କୁ ଖାଲିରେ ଫସେଇ ଦିଆ ଯାଇଥିବା ସଫେଇ ଦେଇଛି।